ଗଞ୍ଜାମ,୧୨ା୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତରେ ଖୋଲିଛି ଦୁଇଟି ଧାନମଣ୍ଡି। ସରପଞ୍ଚ ମମତା ବେହେରା ସୋମବାର ମଲାଡ଼ ଏବଂ ପଣିବନ୍ଧଠାରେ ଥିବା ଦୁଇଟି ଧାନମଣ୍ଡି ଅନୁଧ୍ୟାନ କରିଛନ୍ତି। ମଲାଡ଼ଠାରେ ଥିବା ମଣ୍ଡିରେ ମଲାଡ଼ ଗ୍ରାମ ସମେତ ଶ୍ରୀବଣା, ବାହାଲପୁର, ରାଉଳିବନ୍ଧ, ବରୋଦା ଅଞ୍ଚଳର ଚାଷୀମାନେ ଧାନବିକ୍ରି କରିବେ। ସେହିପରି ପଣିବନ୍ଧ ଗାଁ ସମେତ ଲୁଂଘୁରି, କାଠଗଡ଼ା, ଚୈତନ୍ୟପୁର ଓ କୁଶପଲ୍ଲୀ ଅଞ୍ଚଳ ଚାଷୀଙ୍କଠାରୁ ଧାନ କିଣିବ ମଣ୍ଡି। ସରପଞ୍ଚଙ୍କ ଉପସ୍ଥିତିରେ ସୋମବାର ମଣ୍ଡି ଧାନ ଉଠାଇଥିବା ସରପଞ୍ଚ ପ୍ରତିନିଧି ସୁଦାମ ବେହେରା ସୂଚନା ଦେଇଛନ୍ତି l ସରପଞ୍ଚଙ୍କ ମଣ୍ଡି ଅନୁଧ୍ୟାନ ବେଳେ ସମୀର ବିଶ୍ୱାଳ ରାହୁଲ, ବିଜୁ ପାତ୍ର ଓ ତପନ କୁମାରଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ଦୁଇଟି ମଣ୍ଡିକୁ ସେବା ସମବାୟ ସମିତି ପକ୍ଷରୁ ଏସ୍ଏଚ୍ଜି ମହିଳା ଗୋଷ୍ଠୀ ପରିଚାଳନା କରୁଛନ୍ତି l ସରପଞ୍ଚ ମମତା ବେହେରା ମିଲରଙ୍କ ସହ ଆଲୋଚନା କରି ଧାନ ଉଠିଥିବା ଯୋଗୁ ସ୍ଥାନୀୟ ଅଞ୍ଚଳ ଚାଷୀ ସରପଞ୍ଚଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି।