ସରପଞ୍ଚଙ୍କୁ ଅଟକ ରଖିଲା ସଦର ପୋଲିସ: ମାଡ଼ିିଆସିଲେ ଶହଶହ ପଞ୍ଚାୟତବାସୀ ଘେରିଲେ ଥାନା

ବଲାଙ୍ଗୀର,୧୨।୧(ସୁନିଲ କୁମାର ମହାନ୍ତି ): ଗତ କିଛିଦିନ ତଳେ ବଲାଙ୍ଗୀର ସଦର ଥାନା କୁଶମେଲ ପଞ୍ଚାୟତର ଇଲେକ୍ଟ୍ରି ତାର ଚୋରି ହୋଇଥିଲା। ଏ ନେଇ ଲୋକେ ପୋଲିସକୁ ଖବର ଦେଇଥିଲେ। ସଦର ପୋଲିସ ଚୋରମାନଙ୍କୁ ଥାନାକୁ ଆଣି ଛାଡ଼ିଦେଇଥିବା ପଞ୍ଚାୟତ ଲୋକେ ଅଭିଯୋଗ କରୁଛନ୍ତି । ଏହାର ପ୍ରତିବାଦରେ ସୋମବାର ଏସ୍‌ପି ଅଫିସ ଘେରାଉ କରିବାର କାର୍ଯ୍ୟକ୍ରମଥିଲା। ଏହାର ଯଥେଷ୍ଟ ପୂର୍ବରୂ ସକାଳୁସକାଳୁ କୁଶମେଲ ସରପଞ୍ଚ କୌସ୍ତୁଭ ସାହୁଙ୍କୁ ସଦର ଥାନା ପୋଲିସ ଉଠାଇ ଆଣିଥିଲା। ଏହାର ପ୍ରତିବାଦରେ କୁଶମେଲ ପଞ୍ଚାୟତର ଶହ ଶହ ମହିଳା ଓ ପୁରୁଷ ସଦର ଥାନା ଘେରାଉ କରିବା ସହ ୫୭ନଂ ରାଜ୍ୟ ରାଜପଥ ବଲାଙ୍ଗୀର ପାଟଣାଗଡ ରାସ୍ତା ସଦର ଥାନା ସମ୍ମୁଖରେ ରାସ୍ତା ଉପରେ ଧାରଣାରେ ବସିଛନ୍ତି। ତୁରନ୍ତ ସରପଞ୍ଚକୁ ଥାନାରୁ ଛାଡ଼ିବାକୁ ଦାବି କରିଛନ୍ତି l ଅନ୍ୟପଟେ ସମାଧାନ ପାଇଁ ସଦର ଥାନା ଅଧିକାରୀ ରାଜ କୁମାର ବିଶାଳଙ୍କ ସହିତ ଏକ ପ୍ରତନିଧି ଦଳ ଆଲୋଚନା କରୁଥିବା ଜଣାପଡିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଧାର ଟଙ୍କା ନ ଦେବାରୁ ହତ୍ୟା ମାମଲା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୧୨ା୧(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଦୌରାଜଜ୍‌ ଅଶାନ୍ତ କୁମାର ଦାସ ଏକ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କରାଦଣ୍ଡାଦେଶ ଶୁଣାଇଛନ୍ତି।...

ପୁରୁଷ ହକି ଇଣ୍ଡିଆ ଲିଗ୍‌: ମାଗଣାରେ ମିଳିବ ଟିକେଟ୍‌

ଭୁବନେଶ୍ୱର,୧୨।୧(ଅନାଦି କର)- ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଚଳିତ ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌)ର ମ୍ୟାଚ୍‌ଗୁଡ଼ିକ ଲାଗି ଟିକେଟ ମାଗଣାରେ ଉପଲବ୍ଧ ହେବ। ଏ...

ଧାନକିଣାରେ ଅବ୍ୟବସ୍ଥା, ବଢୁଛି ଚାଷୀ ଅସନ୍ତୋଷ

ରୁପ୍ରାରୋଡ,୧୨ା୧(ସଞ୍ଜୀବ ଦାସ): କଳାହାଣ୍ଡି ଜିଲା ନର୍ଲା ବ୍ଲକରେ ଧାନ କିଣାରେ ଅବ୍ୟବସ୍ଥା ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏବେ ବି ବ୍ଲକର ବିଭିନ୍ନ...

ଧନୁଯାତ୍ରା ମଞ୍ଚରେ ଚାଷୀଙ୍କୁ ଏମିତି କହିଥିଲେ ଉପମୁଖ୍ୟମନ୍ତ୍ରୀ: କ୍ଷମା ମାଗିବାକୁ କହିଲେ…

ବଲାଙ୍ଗୀର, ୧୨।୧ (ସୁନିଲ କୁମାର ମହାନ୍ତି): ଚାଷୀମାନେ ନଟଙ୍ଗି କରୁଛନ୍ତି ବୋଲି ବରଗଡ଼ ଧନୁଯାତ୍ରା ମଞ୍ଚରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ।...

ବିଦ୍ୟାଳୟରେ ପଶି ଅଣଛାତ୍ରଙ୍କ ଆତଙ୍କରାଜ: ଆକ୍ରମଣରେ ଦୁଇ ଛାତ୍ର ଗୁରୁତର

ଗୋପାଳପୁର,୧୨।୧(ନବୀନରାଜ ଆଚାରୀ): ଗତ କିଛିମାସ ହେଲା ନାବାଳକମାନଙ୍କ ଆପରାଧୀକ କାର୍ଯ୍ୟକଳାପ ବଢ଼ିଚାଲିଛି। ସୋମବାର ମଧ୍ୟାହ୍ନରେ ରଙ୍ଗେଇଲୁଣ୍ଡା ବ୍ଲକ ଅଧୀନ ଫୁଲଟା ଗ୍ରାମସ୍ଥିତ ମା’ ନାରାୟଣୀ ଉଚ୍ଚ...

ଓଲଟିଲା ପୋଲ ବୋଝେଇ ଟ୍ରାକ୍ଟର: ଜଣେ ମୃତ, ୪ ଗୁରୁତର

କବିସୂର୍ଯ୍ୟନଗର,୧୨ା୧ କୃପାସିନ୍ଧୁ ସ୍ବାଇଁ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଆଠଗଡ଼ ପାଟଣା ନିକଟରେ ସୋମବାର ଏକ ଦୁର୍ଘଟଣା ଘଟିଛି। ରାସ୍ତାରେ ଏକ ଇଲେକ୍ଟ୍ରି ପୋଲ ବୋଝେଇ...

ଅଧାରୁ କ୍ରିଜ୍ ଛାଡି ପଳାଇବାକୁ ରିଜୱାନଙ୍କୁ କହିଲା ଟିମ୍, ବିଗ୍ ବ୍ୟାଶ୍ ଲିଗ୍‌ରେ ପ୍ରଥମ ଘଟଣା

ନୂଆଦିଲ୍ଲୀ,୧୨।୧: ବିଗ୍ ବ୍ୟାଶ୍ ଲିଗ୍‌ରେ ସୋମବାର ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ମେଲବର୍ଣ୍ଣ ରେନେଗେଡ୍‌ସ ଏବଂ ସିଡନୀ ଥଣ୍ଡର ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ରେ ପାକିସ୍ତାନୀ...

୧୩ରେ ନବରଙ୍ଗପୁରରେ ହେବ ୧୨ ଘଣ୍ଟିଆ ବନ୍ଦ ପାଳନ

ନବରଙ୍ଗପୁର,୧୨।୧ (ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ଧାନମଣ୍ଡିର ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ବିଜେଡି। ଜିଲା ବିଜେଡି ସଭାପତି ମନୋହର ରନ୍ଧାରୀ ଭାଜପା ସରକାରଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri