ନିଜ କାର୍ଯ୍ୟକୁ ଫେରିଲେ ସରପଞ୍ଚ ଚାମେଲୀ ଓଝା, ପଞ୍ଚାୟତର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରି…

ମହାକାଳପଡ଼ା, ୨୬ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ତିଖିରୀ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟକୁ ରୋକାଯିବା ଓ କରାଯାଇଥିବା କାମର ବିଲ୍‌ ପ୍ରଦାନ କରାଯାଉ ନ ଥିବା ଅଭିଯୋଗ କରିଥିଲେ ସରପଞ୍ଚ ଚାମେଲୀ ଓଝା। ଏହି ଅଭିଯୋଗ ନେଇ ଗତ ୧୧ତାରିଖରେ ସରପଞ୍ଚ ଚାମେଲୀ ବ୍ଲକ ଅଫିସ ଯାଇଥିବାବେଳେ ବିଡିଓଙ୍କ ଚ୍ୟାମ୍ବରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଚାମ୍ବରରେ ଭିଡିଓ ରେକର୍ଡିଂ ଓ ଥାନାକୁ ନେବାବେଳେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଚାମେଲୀଙ୍କୁ ଜେଲ ଯିବାକୁ ପଡିଥିଲା। ଏହାକୁ ନେଇ ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି ହୋଇଥିଲା। ଏବେ ଏହି ଘଟଣାର ମୂଳ ସମସ୍ୟାକୁ ଦୂର କରିବାକୁ ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି। ଗୁରୁବାର ପୂର୍ବାହ୍ନରେ ବ୍ଲକ ସଭା ଗୃହଠାରେ ପଞ୍ଚାୟତ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା। ଏଥିରେ ଅତିରିକ୍ତ ଜିଲାପାଳ ରବିନ୍ଦ୍ର କୁମାର ମଲିକ, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଅଜାମ୍ବର ମହାନ୍ତି, ସହକାରୀ ଜିଲାପାଳ ସରୋଜ କୁମାର ବେହେରା, ଜିଲା ପରିଷଦ ସହକାରୀ ନିର୍ବାହୀ ଯନ୍ତ୍ରୀ ଦେବଯାନୀ ସୂତାର, ଏପିଡି ମନୀଷା ଗୁପ୍ତା ପ୍ରମୁଖ ଉପସ୍ଥିତ ରହି ସରପଞ୍ଚ ଓଝାଙ୍କ ସହିତ ପଞ୍ଚାୟତ ଉନ୍ନୟନ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ। ପୂର୍ବରୁ କରାଯାଇଥିବା କାର୍ଯ୍ୟର କେତେକ ବକେୟା ପାଉଣା ରହିଛି ତାହା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସେହିପରି ପଞ୍ଚାୟତରେ ୪୩ ଲକ୍ଷ ଟଙ୍କାର କାର୍ଯ୍ୟ ଶେଷ ହୋଇଥିବା ଆଲୋଚନାରୁ ଜଣାପଡିଥିଲା। ପୂର୍ବତନ ବିଧାୟକଙ୍କ ଲ୍ୟାଡରୁ ୧୫ ଲକ୍ଷ ଟଙ୍କା ରହିଥିବା ସମୀକ୍ଷାରୁ ଜଣାପଡିଛି। କେତେକ କାର୍ଯ୍ୟରେ ବିଲ୍‌ ଅନୁମୋଦନ ହୋଇଥିଲାବେଳେ ଆଉ କେତେକ ବିଲ୍‌ ଅଟକି ଥିବା ସରପଞ୍ଚ ଓଝା କହିଥିଲେ। ଅନ୍ୟପକ୍ଷରେ ଏହି ବିବାଦୀୟ ଘଟଣା ଉପରେ ଜିଲାପାଳ ରଘୁରାମ ଆର ଆୟର ତିଖିରୀ ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି, ବକେୟା ପାଉଣା ବାବଦରେ ଏକ ୫ ଜଣିଆ କମିଟି ଗଠନ କରିଛନ୍ତି ବୋଲି ଜିଲାସ୍ତରୀୟ ଅଧିକାରୀମାନେ କହିଛନ୍ତି। ତେବେ ତାଙ୍କୁ ଦୁର୍ବ୍ୟବହାର କରିଥିବା ବ୍ୟକ୍ତିମାନେ ଗିରଫ ନ ହେବା ପର୍ଯ୍ୟନ୍ତ ରାଜ୍ୟପାଳଙ୍କୁ ଭେଟିବି ବୋଲି ଓଝା କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍‌ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ

ଉଦଳା,୩ା୯(ସନ୍ତୋଷ ବାଛିନୀ): ସାବତ ଶ୍ୱଶୁର ହେଲେ ରକ୍ତମୁଖା। ଲୁହା ରଡ୍‌ରେ ପିଟିପିଟି ଜ୍ୱାଇଁଙ୍କୁ ହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ମଝିଗଡ଼ିଆ…

ରତ୍ନେଶ୍ଵରୀ ମନ୍ଦିର ଭିତରେ ଗର୍ଜନ କରୁଥିବା ବିରାଟ ଅହିରାଜ! ଲୋକେ ଛାନିଆ, ବନବିଭାଗ ପହଞ୍ଚି…

ଦିଗପହଣ୍ଡି/ଚିକିଟି,୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ଗଡ଼ ବ୍ଲକ କାର୍ଯ୍ୟାଳୟ ନିକଟ ମା ‘ ରତ୍ନେଶ୍ଵରୀ ମନ୍ଦିରରୁ କିଙ୍ଗକୋବ୍ରା ଉଦ୍ଧାର କରାଯାଇଛି ।…

ମଝି ଆକାଶରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ପାଇଲଟ: ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୩।୯: ଦୋହାରୁ ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ବିମାନ 6E 1302 ଗୁରୁବାର ମସ୍କଟରେ ସୁରକ୍ଷିତ ଜରୁରୀକାଳୀନ ଅବତରଣ କରିଛି। ଯାତ୍ରା ସମୟରେ ପାଇଲଟ ହଠାତ୍‌ ଅସୁସ୍ଥ ହୋଇପଡ଼ିବା…

ଗଞ୍ଜେଇ ଚୋରା ଚାଲାଣ ମାମଲା: ଅହମ୍ମଦାବାଦରୁ ଆସି ଗାଁରେ ଲୁଚିଥିଲେ ଅଭିଯୁକ୍ତ, ପୋଲିସ ପହଞ୍ଚି…

ଦିଗପହଣ୍ଡି,୩ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପି.ଜଗନ୍ନାଥପୁର ଗ୍ରାମର କବିରାଜ ସ୍ବାଇଁଙ୍କ ପୁଅ ଜିତୁ ଓରଫ ଜିତେନ୍ଦ୍ର କୁମାର (୪୦)ଙ୍କୁ ଗୁଜରାଟର ଅହମ୍ମଦାବାଦସ୍ଥିତ କ୍ରାଇମବ୍ରାଞ୍ଚ…

ଧରିତ୍ରୀ ପ୍ରଭାବ; ଅଙ୍ଗନବାଡ଼ିରେ ପିଲାଙ୍କୁ ମିଳୁ ନଥିଲା ରନ୍ଧାଖାଦ୍ୟ, ଜିଲା ପ୍ରଶାସନର ଯାଞ୍ଚ ପରେ ଅଣ୍ଡା…

ଉଦଳା,୩।୯(ସନ୍ତୋଷ ବାଛିନୀ): ଖବର ପ୍ରସାରଣ ପରେ ଆକ୍ସନ ମୋଡରେ ଜିଲା ପ୍ରଶାସନ । ନିଜେ ତଦନ୍ତ କରିବା ପରେ ଅଙ୍ଗନବାଡିରେ ଆରମ୍ଭ ହେଲା ରୋଷେଇ । ଶିଶୁଙ୍କୁ…

ରିଲିଫ ନେଇ ଫେରୁଥିବା ବେଳେ ଛାତ୍ରଙ୍କ ମୁଣ୍ଡରେ ପଡ଼ିଗଲା ନଡ଼ିଆ, ତାପରେ….

ବାରିପଦା,୨।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ସହର ମଧୁବନ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗଛରୁ ନଡ଼ିଆ ଖସି ଜଣେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ…

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ବୟଫ୍ରେଣ୍ଡଙ୍କୁ ମିଳିଲା ଜାମିନ

କଟକ,୩ା୯(ପ୍ରଭୁକଲ୍ୟାଣ ପାଲ୍‌): ବହୁ ଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ ଭୀମସେନ ପ୍ରସାଦ ଟୁଡୁଙ୍କୁ ହାଇକୋର୍ଟରୁ ସର୍ତ୍ତ ମୂଳକ ଜାମିନ ମିଳିଛି। ୫୦…

ରୋହିତ ଶର୍ମାଙ୍କ ଉପରେ ଝୁଲୁଛି ଖଣ୍ଡା: ସବୁ ନିଷ୍ପତି ନେବ BCCI

ମୁମ୍ବାଇ,୩।୯: BCCI ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଯାଉଛି । ଏଠାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ଅଛି। ଆୟରଲାଣ୍ଡ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri