ସରିନି ଓଭରବ୍ରିଜ୍‌ କାମ, ନଡ଼ିଆ ଭାଙ୍ଗିଲେ ବିଧାୟକ

ଜଟଣୀ,୧୨।୭(ରବୀନ୍ଦ୍ରନାଥ ମହାକୁଡ଼): ଖୋର୍ଦ୍ଧା ଜିଲା ଜଟଣୀ ସୀତାରାମ ଛକ (ଆନ୍ଧ୍ରବ୍ୟାଙ୍କ)ଠାରୁ କୁଦିଆରୀ ବଜାର ପର୍ଯ୍ୟନ୍ତ ଚାଲିଥିବା ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଆସନ୍ତା ୧୫ ତାରିଖରେ ସରିବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏନେଇ ପୂର୍ତ୍ତ ବିଭାଗ ପକ୍ଷରୁ କୁଦିଆରୀ ବଜାର ଓଭରବ୍ରିଜ୍‌ ନିକଟରେ ସୂଚନା ଫଳକ ଲଗାଯାଇ ଉକ୍ତ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟର ବିବରଣୀ ପ୍ରଦାନ କରାଯାଇଛି। ତେବେ ଓଭରବ୍ରିଜ୍‌ ଶେଷ ହେଲେ ଏହାର ଶ୍ରେୟ କିଏ ନେବ, ତାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ମଙ୍ଗଳବାର ସ୍ଥାନୀୟ ଆନ୍ଧ୍ରବ୍ୟାଙ୍କ ନିକଟ ମହାବୀରଙ୍କ ମନ୍ଦିର ପରିସରରେ ବିଧାୟକ ସୁରେଶ କୁମାର ରାଉତରାୟ ଏକ ଖବରଦାତା ସମ୍ମିଳନୀ କରି ଓଭରବ୍ରିଜ୍‌ କାମ ଶେଷ ହୋଇଥିବା କହିବା ସହ ନଡ଼ିଆ ବାଡ଼େଇ ଏହାର ଶ୍ରେୟ ନେବାକୁ ଉଦ୍ୟମ କରିଛନ୍ତି। ଏଥିସହ ଆସନ୍ତା ଅଗଷ୍ଟ ୧୫ରେ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଓଭରବ୍ରିଜ୍‌ର ଉଦ୍‌ଘାଟନ କରିବେ ବୋଲି ବିଧାୟକ ରାଉତରାୟ କହିଛନ୍ତି। ଅନ୍ୟପକ୍ଷରେ ଓଭରବ୍ରିଜ୍‌ କାମ ସରି ନ ଥିବା ବେଳେ ବିଧାୟକ ରାଉତରାୟ ଉଦ୍‌ଘାଟନ ତାରିଖ ଘୋଷଣା କରିବା ଏବଂ ନଡ଼ିଆ ଭାଙ୍ଗିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବିଧାୟକ ରାଉତରାୟ ଖବରଦାତା ସମ୍ମିଳନୀ କରି ଏହି ଓଭରବ୍ରିଜ ନିର୍ମାଣ ପାଇଁ ଅତୀତରେ ସଂଗ୍ରାମ କରିଥିବା ସାମାଜିକ କର୍ମୀ, ସ୍ଥାନୀୟ ରାଜନେତାଙ୍କ ଅବଦାନ ଏବଂ ଜନସାଧାରଣଙ୍କ ସହଯୋଗକୁ ପ୍ରଶଂସା କରିଥିଲେ। ନିର୍ମାଣ କାର୍ଯ୍ୟ ଶେଷ ହୋଇଛି, ବ୍ରିଜ୍‌ ଶକ୍ତ ହେବା ପାଇଁ କିଛିଦିନ ଲାଗିବ। ଏହି ଓଭରବ୍ରିଜ ସମସ୍ତଙ୍କ ସହଯୋଗରେ ହୋଇଛି। କୌଣସି ବ୍ୟକ୍ତି କିମ୍ବା ସଙ୍ଗଠନ ନାମରେ ବ୍ରିଜ ନାମକରଣ ହେବ ନାହିଁ, ଏହା ଜଟଣୀବାସୀଙ୍କର ବୋଲି ବିଧାୟକ ରାଉରାୟ କହିଛନ୍ତି। ଏହି ଓଭରବ୍ରିଜ ପାଇଁ କେନ୍ଦ୍ର ସରକାର, ରେଳମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ୫-ଟି ସଚିବ , ପୂର୍ତ୍ତ ବିଭାଗ ମନ୍ତ୍ରୀ, ଭୁବନେଶ୍ୱର ଏମ୍‌ପି, ଜଟଣୀ ନଗରପାଳଙ୍କ ସମେତ ବହୁ ବ୍ୟକ୍ତିଙ୍କୁ ବିଧାୟକ ରାଉତରାୟ ଧନ୍ୟବାଦ ଜଣାଇଛନ୍ତି। ଆସନ୍ତା ଅଗଷ୍ଟ ୧୫ରେ ଓଭରବ୍ରିଜ ଉଦ୍‌ଘାଟନ ହେବ। ଏହି କାର୍ଯ୍ୟକ୍ରମରେ ବହୁ ମନ୍ତ୍ରୀ, ନେତା ଓ ବିଭାଗୀୟ ଅଧିକାରୀ ଯୋଗଦେବେ ବୋଲି ବିଧାୟକ ରାଉତରାୟ କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନଗରପାଳ ଡ. ଗୌରୀପ୍ରସାଦ ସିଂ, କଂଗ୍ରେସ ନେତା ନୌସର ଅଲ୍ଲୀ, ଅଶୋକ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ। ଏହା ପରେ ବିଧାୟକ ରାଉତରାୟ କର୍ମୀମାନଙ୍କ ସହିତ ଓଭରବ୍ରିଜ୍‌ ପରିଦର୍ଶନ କରି ଦୀପ, ଧୂପ ଲଗାଇ ନଡ଼ିଆ ବାଡ଼େଇଥିଲେ। ଏପରିକି ଓଭରବ୍ରିଜ ଉପରେ ଲୋକମାନେ ଯାତାୟାତ କରିପାରିବେ ବୋଲି କହିଥିଲେ। ଅନ୍ୟପକ୍ଷରେ ନିର୍ମାଣ କାମ ଶେଷ ହୋଇ ନ ଥିବା ବେଳେ କୌଣସି ଅଘଟଣ ଘଟିଲେ ସେଥିପାଇଁ ଦାୟୀ କିଏ ରହିବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ପୌରାଧ୍ୟକ୍ଷ ଅନନ୍ତ ବେହେରା କହିଛନ୍ତି, ବିଧାୟକ ରାଉତରାୟ ରାଜନୈତିକ ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି। ଏବେ ଓଭରବ୍ରିଜ୍‌ ଉପରେ ଯାତାୟାତ ବିପଜ୍ଜନକ। କୌଣସି ଅଘଟଣ ଘଟିଲେ ଏଥିପାଇଁ ପୌର ପ୍ରଶାସନ କିମ୍ବା ପୂର୍ତ୍ତ ବିଭାଗ ଦାୟୀ ରହିବ ନାହିଁ। ସେହିପରି ଖୋର୍ଦ୍ଧା ଆର୍‌ଆଣ୍ଡବି ଏସ୍‌ଡିଓ ଅବିନାଶ ଲେଙ୍କା କହିଛନ୍ତି, ଆସନ୍ତା ୧୫ ତାରିଖ ମଧ୍ୟରେ ଓଭରବ୍ରିଜ୍‌ କାମ ସାରିବା ପାଇଁ ଚେଷ୍ଟା ଜାରି ରଖିଛୁ। କାମ ଶେଷ ହେବା ପରେ ଜିଲା ପ୍ରଶାସନ ଏବଂ ବିଭିନ୍ନ ରାଜନୈତିକ ବ୍ୟକ୍ତିଙ୍କ ସହିତ ଆଲୋଚନା ପରେ ଓଭରବ୍ରିଜ କେବେ ଉଦ୍‌ଘାଟନ ହେବ ସ୍ପଷ୍ଟ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ଥୁଆମୂଳ ରାମପୁର ବ୍ଲକରେ ମାଟ୍ରିକ ପରୀକ୍ଷା ଆରମ୍ଭ: ଅନୁପସ୍ଥିତ ରହିଲେ୨୯ ପରୀକ୍ଷାର୍ଥୀ…

ଥୁଆମୂଳ ରାମପୁର, ୧୯ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ୬ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାରଠାରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଭରସା କଲେ ନବୀନ: ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ହେଲେ…    

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ରୂପେ ଜିଲା ପରିଷଦ ସଦସ୍ୟ ଅମିନ ପ୍ରଧାନଙ୍କୁ ନିଯୁକ୍ତି ମିଳିଛି।ଜଣେ ଯୁବ ସଙ୍ଗଠକ ଭାବେ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

ନବୀନ ଦେଲେ ବଡ଼ ଦାୟିତ୍ୱ: ତାରକେଶ୍ୱର ବ୍ଲକ, ତାରା ପ୍ରସାଦ ହେଲେ ନଗର ବିଜେଡ଼ି ସଭାପତି

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜେଡ଼ି ସଭାପତି ଭାବେ କେ. ତାରକେଶ୍ୱର ଦୋରାଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଦିଗପହଣ୍ଡି ନଗର ବିଜେଡ଼ି ସଭାପତି…

ଛତ୍ରପୁର ପୌରପାଳିକାରେ ମିଶ୍ରଣକୁ ୫ ପଞ୍ଚାୟତବାସୀଙ୍କ ସମର୍ଥନ, ରାଜ୍ୟ ସରକାରଙ୍କୁ ଜଣାଇଲେ କୃତଜ୍ଞତା…

ଛତ୍ରପୁର,୧୯ା୨(ଦିଲୀପ ସାମଲ): ଛତ୍ରପୁର ପୌରପାଳିକା ଗଠନରେ ଆର୍ଯ୍ୟପଲ୍ଲୀ, କଣମଣା, ଅଗସ୍ତିନୂଆଗାଁ, ଚିକଲଖଣ୍ଡି ଓ ପୋଡାପଦର ଆଦି ୫ଟି ପଞ୍ଚାୟତର ମିଶ୍ରଣ ପାଇଁ ସରକାରଙ୍କ ପ୍ରକ୍ରିୟା ଚାଲିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri