Posted inଖେଳ

ନେଟ୍ସରେ ୫୦୦ ବଲ୍‌ ଖେଳୁଥିଲେ ସର୍ଫରାଜ

ନୂଆଦିଲ୍ଲୀ,୨୧ା୨(ପି.ଟି.):ରାଜକୋଟରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଭାରତ ପାଇଁ ପଦାର୍ପଣ କରିବା ସହ ନିଜ ପ୍ରଦର୍ଶନ ଜରିଆରେ ସଭିଙ୍କୁ ପ୍ରଭାବିତ କରିବାରେ ସମର୍ଥ ହୋଇଛନ୍ତି ସର୍ଫରାଜ ଖାଁ। ଦୀର୍ଘ ଦିନ ଧରି ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରିବା ସହ ଶେଷରେ ଭାରତୀୟ ଦଳରେ ସୁଯୋଗ ପାଇଥିଲେ ୨୬ ବର୍ଷୀୟ ସର୍ଫରାଜ। ଉଭୟ ଇନିଂସରେ ଦୁଇଟି ଚମତ୍କାର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ତେବେ ଏହି ଇନିଂସର ହାଇଲାଇଟ୍‌ ରହିଥିଲା ସର୍ଫରାଜଙ୍କ ଆତ୍ମବିଶ୍ୱାସ। ଇଂଲଣ୍ଡ ୩ ସ୍ପିନରଙ୍କ ସହିତ ଓହ୍ଲାଇଥିବା ବେଳେ ସର୍ଫରାଜ ଯେଉଁଭଳି ସେମାନଙ୍କ ମୁକାବିଲା କଲେ ତାହା ସମସ୍ତଙ୍କୁ ପ୍ରଭାବିତ କରିଛି। ତେବେ ସ୍ପିନ୍‌କୁ ଏତେ ଭଲ ଖେଳିବା ପଛରେ ରହିଛି ଦୀର୍ଘ ବର୍ଷର ପରିଶ୍ରମ। ଘରୋଇ କ୍ରିକେଟରେ ଦୀର୍ଘ ୧୫ ବର୍ଷ ହେବ ଖେଳି ଆସୁଥିବା ବେଳେ ଏହାର ଫଳ ସର୍ଫରାଜଙ୍କୁ ମିଳିଛି। ପିତା ତଥା କୋଚ୍‌ ନୌସାଦ୍‌ ଖାଁଙ୍କ ଏକାଡେମୀ ‘ମାଚୋ କ୍ରିକେଟ କ୍ଲବ’ରେ ସର୍ଫରାଜ ଅଭ୍ୟାସ କରିଥାନ୍ତି। ଏପରି କି ପିତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେ ନେଟ୍ସରେ ଦୈନିକ ୫୦୦ ବଲ୍‌ ଖେଳିଥାନ୍ତି। ମୁମ୍ବାଇର ବିଭିନ୍ନ ମଇଦାନ, ଓଭାଲ ଓ କ୍ରସ୍‌ରେ ନୌସାଦ ତାଙ୍କୁ ଅଭ୍ୟାସ କରାଇଥାନ୍ତି। ଉଭୟ ଅଫ୍‌ ସ୍ପିନ୍‌, ଲେଗ୍‌ ସ୍ପିନ୍‌ ଓ ବାମହାତୀ ସ୍ପିନ୍‌ ବିପକ୍ଷରେ ଖେଳାଉଥିବା ବେଳେ ରାଜକୋଟରେ ଏହାର ଆକ୍ସନ ରିପ୍ଲେ ଦେଖିବାକୁ ମିଳିଥିଲା।
କ୍ରିକେଟ ପ୍ରତି ରହିଥିବା ସର୍ଫରାଜଙ୍କ ଭଲପାଇବାର ଆଉ ଏକ ପ୍ରମାଣ କୋଭିଡ୍‌ ସମୟରେ ଦେଖିବାକୁ ମିଳିଥିଲା। ସମଗ୍ର ଦେଶ ଲକ୍‌ଡାଉନ୍‌ରେ ରହିଥିବା ବେଳେ ସର୍ଫରାଜ ୧୬୦୦ କିମି ଯାତ୍ରା କରିବା ସହ କ୍ରିକେଟ ଅଭ୍ୟାସ କରିଥିଲେ। ମୁମ୍ବାଇରୁ ଅମରୋହା, ମୋରାଦାବାଦ, ମୀରଟ, କାନପୁର, ମଥୁରା ଓ ଡେରାଡୁନ ଭଳି ସହରକୁ ଯାତ୍ରା କରିଥିଲେ। ଯେଉଁଠାରେ ଅଭ୍ୟାସର ସୁଯୋଗ ମିଳୁଥିଲା ଏହାକୁ ଛାଡୁ ନ ଥିଲେ ସର୍ଫରାଜ। ଆଖଡ଼ା ଉଇକେଟରେ ମଧ୍ୟ ସେ ଅଭ୍ୟାସ କରୁଥିବା ନେଇ ନୌସାଦ କହିଛନ୍ତି। ଆଖଡା ଉଇକେଟରେ ବଲ ଅତ୍ୟଧିକ ସ୍ପିନ ହେଉଥିବା ବେଳେ ତଳୁଆ ମଧ୍ୟ ରହିଥାଏ। ତେବେ ସର୍ଫରାଜଙ୍କ ସଫଳତା ପଛରେ କେବଳ ନୌସାଦଙ୍କ ଭୂମିକା ନାହିଁ। ଭୁବନେଶ୍ୱର କୁମାରଙ୍କ କୋଚ୍‌ ସଞ୍ଜୟ ରସ୍ତୋଗୀ, ମହମ୍ମଦ ଶାମିଙ୍କ କୋଚ୍‌ ବଦ୍ରୁଦିନ୍‌ ଶେଖ, କୁଲଦୀପ ଯାଦବଙ୍କ କୋଚ୍‌ କପିଲ୍‌ ଦେଓ ପାଣ୍ଡେ, ଗୌତମ ଗମ୍ଭୀରଙ୍କ କୋଚ୍‌ ସଞ୍ଜୟ ଭରଦ୍ୱାଜ ଓ ଅଭିମନ୍ୟୁ ଈଶ୍ୱରନଙ୍କ ପିତା ଆର. ପି. ଈଶ୍ୱରନଙ୍କ ଭଳି କୋଚ୍‌ଙ୍କ ଭୂମିକା ସର୍ଫରାଜଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ବୋଲି ନୌସାଦ କହିଛନ୍ତି। ଏହି ସମସ୍ତ ବ୍ୟକ୍ତି ଲକ୍‌ଡାଉନ୍‌ ସମୟରେ ସର୍ଫରାଜଙ୍କ ଖେଳିବାର ସୁବନ୍ଦୋବସ୍ତ କରି ଦେଇଥିଲେ। କପିଳ ପାଣ୍ଡେ ଓ ନୌସାଦ ବନ୍ଧୁ ହୋଇଥିବା ବେଳେ ଲକ୍‌ଡାଉନ୍‌ ସମୟରେ ସର୍ଫରାଜଙ୍କୁ ଆଜମଗଡରେ ଅଭ୍ୟାସ କରିବାର ସୁଯୋଗ ମିଳିଥିଲା। ଏହି ସମୟରେ କପିଳଙ୍କ ଏକାଡେମୀରେ କୁଲଦୀପ ଯାଦବ ଓ ସର୍ଫରାଜ ଏକାଠି ଅଭ୍ୟାସ କରିଥିଲେ। ମୁମ୍ବାଇର ଲାଲ ମାଟିରେ ଖେଳୁଥିବାରୁ ସର୍ଫରାଜଙ୍କ ଫୁଟଓ୍ବର୍କ ସ୍ପିନ ଖେଳିବା ପାଇଁ ସର୍ବୋତ୍କୃଷ୍ଟ ବୋଲି ସେ କହିଥିଲେ।
ମହମ୍ମଦ ଶାମିଙ୍କ କୋଚ୍‌ ବଦ୍ରୁଦିନ୍‌ ଶେଖ୍‌ ମଧ୍ୟ ସର୍ଫରାଜଙ୍କୁ ନେଇ ସମାନ ମତ ପୋଷଣ କରିଛନ୍ତି। ସର୍ଫରାଜଙ୍କ ପାଇଁ ମୋରାଦାବାଦରେ ଅଭ୍ୟାସ ବ୍ୟବସ୍ଥା କରାଇଥିବା ବେଳେ ଏକାଧିକ ମ୍ୟାଚ୍‌ ଖେଳିବାର ବ୍ୟବସ୍ଥା କରାଇଥିବା କହିଛନ୍ତି ବଦ୍ରୁଦିନ୍‌। ତେବେ ଉଭୟ ସର୍ଫରାଜ ଓ ନୌସାଦଙ୍କ କଠିନ ପରିଶ୍ରମ ବଳରେ ଏହି ସଫଳତା ମିଳିଥିବା ସେ କହିଛନ୍ତି। ଉଭୟ ସର୍ଫରାଜ ଓ ୧୯ ବର୍ଷରୁ କମ୍‌ ଦଳର ଖେଳାଳି ମୁଶିର୍‌ ଖାନ୍‌ଙ୍କ ଅଭ୍ୟାସକୁ ଆଉ ଜଣେ କୋଚ୍‌ ମଧ୍ୟ ପ୍ରଶଂସା କରିଛନ୍ତି। ଉଭୟ ଛୋଟ ବେଳରୁ ହିଁ ଦୈନିକ ଶହେରୁ ଅଧିକ ବଲ୍‌ ଅଭ୍ୟାସ କରିଥାନ୍ତି। ଯଦି ମୁମ୍ବାଇର ମ୍ୟାଚ୍‌ ନ ଥାଏ ତେବେ ଘରେ ଥିବା ଆଷ୍ଟ୍ରୋ ଟର୍ଫ ଉଇକେଟରେ ନିଜେ ଅଭ୍ୟାସ କରାଇଥାନ୍ତି ନୌସାଦ। ପେସ୍‌ ବୋଲରଙ୍କୁ ଖେଳିବା ପାଇଁ ନୌସାଦ ଘରେ ଅଭ୍ୟାସ କରାଉଥିବା ବେଳେ ସ୍ପିନ୍‌ ବୋଲରଙ୍କୁ ଖେଳିବାର ଅଭ୍ୟାସ ମୁମ୍ବାଇର ମଇଦାନରେ ହୋଇଥାଏ। ସେହିପରି ଭିନ୍ନ ଦଳ ପାଇଁ ସର୍ଫରାଜଙ୍କୁ ଭିନ୍ନ ଅଭ୍ୟାସ କରାଇଥାନ୍ତି ନୌସାଦ। ଏହି ସବୁ ଉଦ୍ୟମ ଫଳରେ ରାଜକୋଟରେ ଏକ ଚମତ୍କାର କ୍ରିକେଟିଂ ଯାତ୍ରାର ଆରମ୍ଭ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri