Posted inଖେଳ

ନେଟ୍ସରେ ୫୦୦ ବଲ୍‌ ଖେଳୁଥିଲେ ସର୍ଫରାଜ

ନୂଆଦିଲ୍ଲୀ,୨୧ା୨(ପି.ଟି.):ରାଜକୋଟରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଭାରତ ପାଇଁ ପଦାର୍ପଣ କରିବା ସହ ନିଜ ପ୍ରଦର୍ଶନ ଜରିଆରେ ସଭିଙ୍କୁ ପ୍ରଭାବିତ କରିବାରେ ସମର୍ଥ ହୋଇଛନ୍ତି ସର୍ଫରାଜ ଖାଁ। ଦୀର୍ଘ ଦିନ ଧରି ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରିବା ସହ ଶେଷରେ ଭାରତୀୟ ଦଳରେ ସୁଯୋଗ ପାଇଥିଲେ ୨୬ ବର୍ଷୀୟ ସର୍ଫରାଜ। ଉଭୟ ଇନିଂସରେ ଦୁଇଟି ଚମତ୍କାର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ତେବେ ଏହି ଇନିଂସର ହାଇଲାଇଟ୍‌ ରହିଥିଲା ସର୍ଫରାଜଙ୍କ ଆତ୍ମବିଶ୍ୱାସ। ଇଂଲଣ୍ଡ ୩ ସ୍ପିନରଙ୍କ ସହିତ ଓହ୍ଲାଇଥିବା ବେଳେ ସର୍ଫରାଜ ଯେଉଁଭଳି ସେମାନଙ୍କ ମୁକାବିଲା କଲେ ତାହା ସମସ୍ତଙ୍କୁ ପ୍ରଭାବିତ କରିଛି। ତେବେ ସ୍ପିନ୍‌କୁ ଏତେ ଭଲ ଖେଳିବା ପଛରେ ରହିଛି ଦୀର୍ଘ ବର୍ଷର ପରିଶ୍ରମ। ଘରୋଇ କ୍ରିକେଟରେ ଦୀର୍ଘ ୧୫ ବର୍ଷ ହେବ ଖେଳି ଆସୁଥିବା ବେଳେ ଏହାର ଫଳ ସର୍ଫରାଜଙ୍କୁ ମିଳିଛି। ପିତା ତଥା କୋଚ୍‌ ନୌସାଦ୍‌ ଖାଁଙ୍କ ଏକାଡେମୀ ‘ମାଚୋ କ୍ରିକେଟ କ୍ଲବ’ରେ ସର୍ଫରାଜ ଅଭ୍ୟାସ କରିଥାନ୍ତି। ଏପରି କି ପିତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେ ନେଟ୍ସରେ ଦୈନିକ ୫୦୦ ବଲ୍‌ ଖେଳିଥାନ୍ତି। ମୁମ୍ବାଇର ବିଭିନ୍ନ ମଇଦାନ, ଓଭାଲ ଓ କ୍ରସ୍‌ରେ ନୌସାଦ ତାଙ୍କୁ ଅଭ୍ୟାସ କରାଇଥାନ୍ତି। ଉଭୟ ଅଫ୍‌ ସ୍ପିନ୍‌, ଲେଗ୍‌ ସ୍ପିନ୍‌ ଓ ବାମହାତୀ ସ୍ପିନ୍‌ ବିପକ୍ଷରେ ଖେଳାଉଥିବା ବେଳେ ରାଜକୋଟରେ ଏହାର ଆକ୍ସନ ରିପ୍ଲେ ଦେଖିବାକୁ ମିଳିଥିଲା।
କ୍ରିକେଟ ପ୍ରତି ରହିଥିବା ସର୍ଫରାଜଙ୍କ ଭଲପାଇବାର ଆଉ ଏକ ପ୍ରମାଣ କୋଭିଡ୍‌ ସମୟରେ ଦେଖିବାକୁ ମିଳିଥିଲା। ସମଗ୍ର ଦେଶ ଲକ୍‌ଡାଉନ୍‌ରେ ରହିଥିବା ବେଳେ ସର୍ଫରାଜ ୧୬୦୦ କିମି ଯାତ୍ରା କରିବା ସହ କ୍ରିକେଟ ଅଭ୍ୟାସ କରିଥିଲେ। ମୁମ୍ବାଇରୁ ଅମରୋହା, ମୋରାଦାବାଦ, ମୀରଟ, କାନପୁର, ମଥୁରା ଓ ଡେରାଡୁନ ଭଳି ସହରକୁ ଯାତ୍ରା କରିଥିଲେ। ଯେଉଁଠାରେ ଅଭ୍ୟାସର ସୁଯୋଗ ମିଳୁଥିଲା ଏହାକୁ ଛାଡୁ ନ ଥିଲେ ସର୍ଫରାଜ। ଆଖଡ଼ା ଉଇକେଟରେ ମଧ୍ୟ ସେ ଅଭ୍ୟାସ କରୁଥିବା ନେଇ ନୌସାଦ କହିଛନ୍ତି। ଆଖଡା ଉଇକେଟରେ ବଲ ଅତ୍ୟଧିକ ସ୍ପିନ ହେଉଥିବା ବେଳେ ତଳୁଆ ମଧ୍ୟ ରହିଥାଏ। ତେବେ ସର୍ଫରାଜଙ୍କ ସଫଳତା ପଛରେ କେବଳ ନୌସାଦଙ୍କ ଭୂମିକା ନାହିଁ। ଭୁବନେଶ୍ୱର କୁମାରଙ୍କ କୋଚ୍‌ ସଞ୍ଜୟ ରସ୍ତୋଗୀ, ମହମ୍ମଦ ଶାମିଙ୍କ କୋଚ୍‌ ବଦ୍ରୁଦିନ୍‌ ଶେଖ, କୁଲଦୀପ ଯାଦବଙ୍କ କୋଚ୍‌ କପିଲ୍‌ ଦେଓ ପାଣ୍ଡେ, ଗୌତମ ଗମ୍ଭୀରଙ୍କ କୋଚ୍‌ ସଞ୍ଜୟ ଭରଦ୍ୱାଜ ଓ ଅଭିମନ୍ୟୁ ଈଶ୍ୱରନଙ୍କ ପିତା ଆର. ପି. ଈଶ୍ୱରନଙ୍କ ଭଳି କୋଚ୍‌ଙ୍କ ଭୂମିକା ସର୍ଫରାଜଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ବୋଲି ନୌସାଦ କହିଛନ୍ତି। ଏହି ସମସ୍ତ ବ୍ୟକ୍ତି ଲକ୍‌ଡାଉନ୍‌ ସମୟରେ ସର୍ଫରାଜଙ୍କ ଖେଳିବାର ସୁବନ୍ଦୋବସ୍ତ କରି ଦେଇଥିଲେ। କପିଳ ପାଣ୍ଡେ ଓ ନୌସାଦ ବନ୍ଧୁ ହୋଇଥିବା ବେଳେ ଲକ୍‌ଡାଉନ୍‌ ସମୟରେ ସର୍ଫରାଜଙ୍କୁ ଆଜମଗଡରେ ଅଭ୍ୟାସ କରିବାର ସୁଯୋଗ ମିଳିଥିଲା। ଏହି ସମୟରେ କପିଳଙ୍କ ଏକାଡେମୀରେ କୁଲଦୀପ ଯାଦବ ଓ ସର୍ଫରାଜ ଏକାଠି ଅଭ୍ୟାସ କରିଥିଲେ। ମୁମ୍ବାଇର ଲାଲ ମାଟିରେ ଖେଳୁଥିବାରୁ ସର୍ଫରାଜଙ୍କ ଫୁଟଓ୍ବର୍କ ସ୍ପିନ ଖେଳିବା ପାଇଁ ସର୍ବୋତ୍କୃଷ୍ଟ ବୋଲି ସେ କହିଥିଲେ।
ମହମ୍ମଦ ଶାମିଙ୍କ କୋଚ୍‌ ବଦ୍ରୁଦିନ୍‌ ଶେଖ୍‌ ମଧ୍ୟ ସର୍ଫରାଜଙ୍କୁ ନେଇ ସମାନ ମତ ପୋଷଣ କରିଛନ୍ତି। ସର୍ଫରାଜଙ୍କ ପାଇଁ ମୋରାଦାବାଦରେ ଅଭ୍ୟାସ ବ୍ୟବସ୍ଥା କରାଇଥିବା ବେଳେ ଏକାଧିକ ମ୍ୟାଚ୍‌ ଖେଳିବାର ବ୍ୟବସ୍ଥା କରାଇଥିବା କହିଛନ୍ତି ବଦ୍ରୁଦିନ୍‌। ତେବେ ଉଭୟ ସର୍ଫରାଜ ଓ ନୌସାଦଙ୍କ କଠିନ ପରିଶ୍ରମ ବଳରେ ଏହି ସଫଳତା ମିଳିଥିବା ସେ କହିଛନ୍ତି। ଉଭୟ ସର୍ଫରାଜ ଓ ୧୯ ବର୍ଷରୁ କମ୍‌ ଦଳର ଖେଳାଳି ମୁଶିର୍‌ ଖାନ୍‌ଙ୍କ ଅଭ୍ୟାସକୁ ଆଉ ଜଣେ କୋଚ୍‌ ମଧ୍ୟ ପ୍ରଶଂସା କରିଛନ୍ତି। ଉଭୟ ଛୋଟ ବେଳରୁ ହିଁ ଦୈନିକ ଶହେରୁ ଅଧିକ ବଲ୍‌ ଅଭ୍ୟାସ କରିଥାନ୍ତି। ଯଦି ମୁମ୍ବାଇର ମ୍ୟାଚ୍‌ ନ ଥାଏ ତେବେ ଘରେ ଥିବା ଆଷ୍ଟ୍ରୋ ଟର୍ଫ ଉଇକେଟରେ ନିଜେ ଅଭ୍ୟାସ କରାଇଥାନ୍ତି ନୌସାଦ। ପେସ୍‌ ବୋଲରଙ୍କୁ ଖେଳିବା ପାଇଁ ନୌସାଦ ଘରେ ଅଭ୍ୟାସ କରାଉଥିବା ବେଳେ ସ୍ପିନ୍‌ ବୋଲରଙ୍କୁ ଖେଳିବାର ଅଭ୍ୟାସ ମୁମ୍ବାଇର ମଇଦାନରେ ହୋଇଥାଏ। ସେହିପରି ଭିନ୍ନ ଦଳ ପାଇଁ ସର୍ଫରାଜଙ୍କୁ ଭିନ୍ନ ଅଭ୍ୟାସ କରାଇଥାନ୍ତି ନୌସାଦ। ଏହି ସବୁ ଉଦ୍ୟମ ଫଳରେ ରାଜକୋଟରେ ଏକ ଚମତ୍କାର କ୍ରିକେଟିଂ ଯାତ୍ରାର ଆରମ୍ଭ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri