Posted inଖେଳ

କିଏ ସେହି ସରଫରାଜ, ଯାହାଙ୍କୁ ଟିମ୍‌ ଇଣ୍ଡିଆରେ ଚୟନ କରା ନ ଯିବାକୁ ନେଇ ହେଉଛି ହଙ୍ଗାମା !

ନୂଆଦିଲ୍ଲୀ,୧୪।୧: ଭାରତରେ ଜନ୍ମିତ ନୁହନ୍ତି, ହେଲେ ଆଜି ସେ ଭାରତର ପରିଚୟ ପାଲଟିଛନ୍ତି। ଘରୋଇ କ୍ରିକେଟର ସବୁଠାରୁ ବଡ଼ ଟୁର୍ନାମେଣ୍ଟ ରଣଜୀ ଟ୍ରଫିରେ ଗତ ୩ ବର୍ଷ ଧରି ତାଙ୍କ ବ୍ୟାଟ୍‌ ଗର୍ଜୁଛି। କେବଳ ତାଙ୍କର ଗୋଟିଏ ସ୍ବପ୍ନ ରହିଛି, ସେଇଟି ହେଲା ଜାତୀୟ ଟିମ୍‌ରେ ସ୍ଥାନ ପାଇବା। ହେଲେ ତାହା ହୋଇପାରୁନାହିଁ। ପ୍ରଦର୍ଶନ ସତ୍ତ୍ୱେ ୨୫ ବର୍ଷୀୟ ଏହି ଖେଳାଳିଙ୍କୁ କାହିଁକି ସୁଯୋଗ ମିଳୁନାହିଁ ତାହାକୁ ନେଇ ଏବେ ତର୍କ ବଢ଼ୁଛି। ଖେଳାଳିଜଣଙ୍କ ହେଲେ ମୁମ୍ବାଇର ରନ୍‌ ମେଶିନ କୁହାଯାଉଥିବା ସରଫରାଜ ଖାଁ।

ଘରୋଇ କ୍ରିକେଟରେ ପ୍ରଦର୍ଶନ ଅନୁଯାୟୀ ଖେଳାଳିଙ୍କୁ ଜାତୀୟ ଦଳରେ ସୁଯୋଗ ମିଳିଥାଏ। ହେଲେ ସରଫରାଜଙ୍କ କ୍ଷେତ୍ରରେ ତାହା ଘଟୁନାହିଁ। ଏଯାବତ ସେ ୩୬ ଫାଷ୍ଟ କ୍ଲାସ ମ୍ୟାଚ୍‌ ଖେଳିଛନ୍ତି। ମ୍ୟାଚ୍‌ର ୫୨ ଇନିଂସରେ ସେ ୩୩୮୦ ରନ୍‌ କରିଛନ୍ତି। ଏଥିରେ ୧୨ ଶତକ ଏବଂ ୯ ଅର୍ଦ୍ଧଶତକ ରହିଛି। ତାଙ୍କର ସର୍ବାଧିକ ରନ୍‌ ୩୦୧ ଥିଲା। ଅର୍ଥାତ ଟେଷ୍ଟ ମ୍ୟାଚ୍‌ ପାଇଁ ଯେଉଁ ବଡ଼ ଇନିଂସ, ଛୋଟ ସ୍କୋରକୁ ବଡ଼ ଟାର୍ଗେଟରେ ପରିଣତ କରିବାର ଶକ୍ତି ରହିବା ଆବଶ୍ୟକ, ତାହା ସରଫରାଜଙ୍କ ପାଖରେ ରହିଛି।

୨୦୦୯ରେ ୧୨ ବର୍ଷୀୟ ସରଫରାଜ ହ୍ୟାରିସ ଶିଲ୍ଡ ଟ୍ରଫିରେ ୪୩୯ ରନ୍‌ର ଇନିଂସ ଖେଳିଥିଲେ। ଏହା ତାଙ୍କୁ ରାତାରାତି ଷ୍ଟାର କରିଦେଇଥିଲା। ସେବେଠାରୁ ଆଜିଯାଏ ମୁମ୍ବାଇର ଏହି ଯୁବ ବ୍ୟାଟ୍ସମ୍ୟାନଙ୍କ ଉପରେ ସମସ୍ତଙ୍କର ନଜର ରହିଛି।

 

ଆଇପିଏଲ୍‌ରେ ମଧ୍ୟ ସରଫରାଜ ନିଜ ଦମ୍‌ ଦେଖାଇଛନ୍ତି। ପ୍ରଥମେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ପାଇଁ ସେ ଖେଳିଥିଲେ। ଏହାପରେ ସେ ପଞ୍ଜାବ କିଙ୍ଗ୍ସ ଏବଂ ଏବେ ସେ ଦିଲ୍ଲୀ କ୍ୟାପିଟାଲ୍ସର ଅଂଶ ଅଟନ୍ତି। ଏବେ ସେ ଆଇପିଏଲ୍‌ର ବଡ଼ ନାମ ପାଲଟିନାହାନ୍ତି। ହେଲେ ତାଙ୍କ ନଜର ଜାତୀୟ ଦଳ ଉପରେ ରହିଛି। ରଣଜୀ ଟ୍ରଫିରେ ଲଗାତାର ଭାବେ ରନ୍‌ କରୁଥିବାରୁ ସେ ଭାରତୀୟ ଟେଷ୍ଟ ଟିମ୍‌ରେ ସୁଯୋଗ ପାଇବାକୁ ଅପେକ୍ଷା କରିଛନ୍ତି। ହେଲେ ତାଙ୍କ ଅପେକ୍ଷାର ଅନ୍ତ ହେଉଥିବା ପରି ମନେ ହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri