Posted inଜାତୀୟ

ମୋଦି ମିଛୁଆଙ୍କ ସର୍ଦ୍ଦାର: ଖାର୍ଗେ

ଜୟପୁର,୫ା୪(ପି.ଟି.):କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଛୁଆଙ୍କ ସର୍ଦ୍ଦାର ବୋଲି କହିଛନ୍ତି। ଭାରତୀୟ ଅଞ୍ଚଳ ମଧ୍ୟରେ ଚାଇନା ଅନୁପ୍ରବେଶ କରୁଥିବାବେଳେ ପ୍ରଧାନମନ୍ତ୍ରୀ ଶୋଇଯାଉଥିବା ସେ ଅଭିଯୋଗ କରିଛନ୍ତି। ରାଜସ୍ଥାନର ଚିତ୍ତୋରଗଡ଼ରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଖାର୍ଗେ କହିଥିଲେ, ମୋଦି ଦେଶ ପାଇଁ ଚିନ୍ତା କରୁନାହାନ୍ତି। ବରଂ ଦେଶ ପାଇଁ ଜୀବନ ଦେଇଥିବା ଗାନ୍ଧୀ ପରିବାରର ସଦସ୍ୟମାନଙ୍କୁ ଗାଳି ଦେବାରେ ସେ ବ୍ୟସ୍ତ ରହୁଛନ୍ତି। ପ୍ରଧାନମନ୍ତ୍ରୀ ପୂର୍ବରୁ କହିଥିଲେ, ତାଙ୍କର ୫୬ ଇଞ୍ଚ ଛାତି ଓ ସେ ଭୟ କରନ୍ତି ନାହିଁ। ଯଦି ଆପଣ ଭୟ କରୁ ନାହାନ୍ତି, ତେବେ ଆମର ଏକ ବୃହତ୍‌ ଅଞ୍ଚଳକୁ ଚାଇନା ହାତରେ ଟେକିଦେଲେ କାହିଁକି। ଚାଇନା ସୈନ୍ୟ ଅନୁପ୍ରବେଶ କଲାବେଳେ ନିଦ ବଟିକା ଖାଉଛ ନା ସେମାନେ ରାଜସ୍ଥାନ କ୍ଷେତରୁ ଅଫିମ ନେଇ ଆପଣଙ୍କୁ ଖୁଆଉଛନ୍ତି ବୋଲି ଖାର୍ଗେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି। ବିପକ୍ଷ ନେତାମାନଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସିଗୁଡ଼କର କାର୍ଯ୍ୟାନୁଷ୍ଠାନକୁ ନେଇ ଖାର୍ଗେ ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଦୁର୍ନୀତିଗ୍ରସ୍ତ ନେତା ଭାଜପାକୁ ଯିବା ମାତ୍ରେ ଦୋଷମୁକ୍ତ ହୋଇଯାଉଥିବା ସେ କହିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ପାଖରେ ଏକ ବଡ଼ ଓ୍ବାଶିଂ ମେଶିନ ରହିଥିବା ଖାର୍ଗେ କଟାକ୍ଷ କରିଛନ୍ତି। ଯେପର୍ଯ୍ୟନ୍ତ ନେତାମାନେ ଆମ ପାଖରେ ଅଛନ୍ତି, ସେମାନେ ଦୁର୍ନୀତିଗ୍ରସ୍ତ। ଭାଜପା ପାଖକୁ ଗଲେ ସେମାନେ ମାସକ ମଧ୍ୟରେ ସ୍ବଚ୍ଛ ହୋଇଯାଉଛନ୍ତି। ଭାଜପାରେ ଥିବା ଲୋକମାନେ ଜାଲ୍‌ ଓ ମିଛୁଆ ଏବଂ ମୋଦି ମିଛୁଆ ମାନଙ୍କ ସର୍ଦ୍ଦାର। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି), କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏବଂ ଆୟକର ବିଭାଗ କଂଗ୍ରେସ ନେତାଙ୍କ ପଛରେ ପଡ଼ିଥିବା ଖାର୍ଗେ କହିଛନ୍ତି।
ସୂଚନାଯୋଗ୍ୟ, ଚାଇନା ପ୍ରକୃତ ନିୟନ୍ତ୍ରଣ ରେଖା ଅନ୍ତର୍ଗତ ପୂର୍ବ ଲଦାଖର ସୀମାନ୍ତ ଅଞ୍ଚଳକୁ ଅକ୍ତିଆର କରି ନିଜର ବୋଲି ଦାବି କରୁଥିବା ବେଳେ ନିକଟରେ ଅରୁଣାଚଳ ପ୍ରଦେଶର ୩୦ଟି ସ୍ଥାନର ନାଁ ବଦଳାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଯୁଦ୍ଧ ମଧ୍ୟରେ ସଂସଦରେ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri