ପୁଣି ଅଡୁଆରେ ସର୍ବେଶ୍ୱର ବେହୁରା

ଯାଜପୁର,୩୦ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ଜଣାଶୁଣା ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ପୁଣି ଅଡୁଆରେ ପଡିଛନ୍ତି। ମୋରମ, ମାଟି ଲୁଟ୍‌ ଅଭିଯୋଗରେ ତାଙ୍କ ନାମରେ ବାଲିଚନ୍ଦ୍ରପୁର ଓ ଧର୍ମଶାଳା ଥାନାରେ ମାମଲା ରୁଜୁ ହୋଇଛି। ପ୍ରାୟ ୩ ମାସ ହେବ ବେହୁରା ଫେରାର ଅଛନ୍ତି। ଏହାବାଦ୍‌ ସର୍ବେଶ୍ୱର ଲୋକାୟୁକ୍ତ ଓ ସୂଚନା ଅଧିକାର ଆଇନକୁ ଢାଲ କରି ସରକାରୀ କର୍ମଚାରୀ, ଲଘୁ ଖଣିଜ ସମ୍ପଦ ଲିଜ୍‌ଧାରୀ, ଠିକାଦାର ଓ ବ୍ୟବସାୟୀଙ୍କଠାରୁ ଅର୍ଥ ଆଦାୟରେ ମାତିଥିଲେ ବୋଲି ରମାକାନ୍ତ ଜେନା ଲୋକାୟୁକ୍ତରେ ୩୨୬/୨୦୨୩ରେ ଏକ ମାମଲା ରୁଜୁ କରିଛନ୍ତି। ଏହାର ବିଚାର କରି ଲୋକାୟୁକ୍ତ ଅଧ୍ୟକ୍ଷ ମାମଲାର ପ୍ରାଥମିକ ତଦନ୍ତ କରି ୩ା୧୦ା୨୦୨୩ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କଟକ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଭିଯୋଗ ଉପରେ ସର୍ବେଶ୍ୱର ବେହୁରାଙ୍କ ସ୍ତ୍ରୀ ରିଲୁ ବେହେରା ପ୍ରତିବାଦ କରିଛନ୍ତି। ଉକ୍ତ ଅଭିଯୋଗରେ କୌଣସି ସତ୍ୟତା ନାହିଁ ବୋଲି ଲୋକାୟୁକ୍ତରେ ସେ ପୂର୍ବରୁ ଦର୍ଶାଇଛନ୍ତି।
ପୂର୍ବରୁ ଦର୍ପଣ ତହସିଲ ଅନ୍ତର୍ଗତ ମାଣ୍ଡୁକା ମୌଜାର ୩୬୧୧ ପ୍ଲଟରେ ୧୨ ଏକର ଜମିରେ ମୋରମ ଉତ୍ତୋଳନ କରିବାକୁ ଭୁବନେଶ୍ୱର ବାବୁଜୀ ନଗରର ହରପ୍ରସାଦ ଷଡଙ୍ଗୀଙ୍କୁ ତହସିଲ ପକ୍ଷରୁ ଅନୁମତି ମିଳିଥିଲା। ଅନୁମତି ଅନୁସାରେ ବର୍ଷକୁ ୧ କୋଟି ଟଙ୍କା ହିସାବରେ ୨୦୨୧ରୁ ୨୦୨୬ ପର୍ଯ୍ୟନ୍ତ ୫ ବର୍ଷ ଦୀର୍ଘମିଆଦୀ ଲିଜ୍‌ ଦିଆଯାଇଛି। ହେଲେ ଲିଜ୍‌ ଏରିଆ ବାହାରେ ୩୬୧୦ ନମ୍ବର ପ୍ଲଟରୁ ମୋରମ ବେଆଇନ ଭାବେ ଉତ୍ତୋଳନ ହେଉଥିବା ଅଭିଯୋଗ ପାଇ ୨ା୭ା୨୦୨୩ରେ ତହସିଲ ପ୍ରଶାସନ ପକ୍ଷରୁ ଚଢାଉ ହୋଇଥିଲା। ଏଥିରେ ସର୍ବେଶ୍ୱର ବେହୁରାଙ୍କ ଏକ୍ସାଭେଟର ନିୟୋଜିତ ହୋଇଥିବା ତଦନ୍ତରେ ଜଣାପଡ଼ିଥିଲା। ଏହାପରେ ବାଲିଚନ୍ଦ୍ରପୁର ଥାନାରେ ସର୍ବେଶ୍ୱରଙ୍କ ନାମରେ ୨୩୬/୨୦୨୩ ନମ୍ବରରେ ମାମଲା ରୁଜୁ ହୋଇଛି। ସେହିପରି ୧୩ା୬ା୨୦୨୩ରେ ଧର୍ମଶାଳା ତହସିଲଦାର ଏବଂ ତାଙ୍କ ଟିମ୍‌ ସାରୋଇ ମୌଜାର ଏକ ସରକାରୀ ଜମିରୁ ମୋରମ ଉତ୍ତୋଳନ ହେଉଥିବାବେଳେ ଚଢାଉ କରିଥିଲେ। ଏଥିରେ ୫ଟି ଟ୍ରାକ୍ଟର ଓ ଗୋଟିଏ ଜେସିବି ମେଶିନ ଜବତ କରାଯାଇଥିଲା। ସେଠାରୁ ପ୍ରାୟ ୧୦୦ ଟ୍ରିପ୍‌ ମୋରମ ଉତ୍ତୋଳନ କରାଯାଇ ସର୍ବେଶ୍ୱରଙ୍କ ଜମିରେ ପୋତା ଯାଇଥିବା ତଦନ୍ତରେ ଜଣାପଡ଼ିଥିଲା। ଏହାପରେ ତାଙ୍କ ନାମରେ ଧର୍ମଶାଳା ଥାନାରେ ୩୮୪/୨୦୨୩ରେ ଏକ ମାମଲା ରୁଜୁ କରାଯାଇଛି। ଉପରୋକ୍ତ ୨ଟି ମାମଲା ବିଚାରାଧୀନ ଥିବାବେଳେ ଲୋକାୟୁକ୍ତରେ ପୁଣି ଏକ ମାମଲା ସର୍ବେଶ୍ୱରଙ୍କ ପାଇଁ ଅଡୁଆ ବଢ଼ାଇବ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri