ମନରେଗା କାମ କରି ଚର୍ଚ୍ଚାରେ ସରପଞ୍ଚ

କେନ୍ଦୁଝର,୬।୬(ସ୍ବ.ପ୍ର): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ବରଦାପାଳ ପଞ୍ଚାୟତ ସମାଜସେବୀ ତଥା ଯୁବ ସରପଞ୍ଚ ଶ୍ରମିକଙ୍କ ସାଧିରେ ମନରେଗା କାମ କରି କେନ୍ଦୁଝର ଜିଲାରେ ଚର୍ଚ୍ଚାକୁ ଆସିଥିଲେ। ଏବେ ହାଣ୍ତିଭଙ୍ଗା ପଞ୍ଚାୟତର ସରପଞ୍ଚ ପୂର୍ଣ୍ଣମୀ ସର୍ଦ୍ଧାର ଶ୍ରମିକଙ୍କ ସାଥିରେ ମନରେଗା କାମ କରି ଜିଲା ତଥା ଅଞ୍ଚଳରେ ଚର୍ଚ୍ଚିତ ହୋଇଛନ୍ତି। ପୂର୍ଣ୍ଣମୀ ଜଣେ କ୍ଷୁଦ୍ର ପରିବାରର ମହିଳା। ସେ ଦିନ ମଜୁରୀ କରି ଚଳୁଥିଲେ। ବିପୁଜ ଜନସମର୍ଥନ ମିଳିବା ପରେ ସେ ଚଳିତ ବର୍ଷ ସାଧାରଣ ନିର୍ବାଚନ ଲଢି ବିପୁଳ ସଂଖ୍ୟାରେ ବିଜୟୀ ହୋଇଛନ୍ତି। ବିଜୟୀ ହେବା ପରେ ହାଣ୍ତିଭଙ୍ଗା ପଞ୍ଚାୟତ ଅଞ୍ଚଳରେ ଉନ୍ନତି ମୂଳକ କାର୍ଯ୍ୟ ଜାରି ରଖିଛନ୍ତି। ଏଥିପାଇଁ ପୂର୍ଣ୍ଣମୀ ପୂର୍ବରୁ ସଦର ବିଡିଓ ନୁପୂରଚାନ୍ଦ ଗୋଟିଆଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇଛନ୍ତି। ତାଙ୍କ ସ୍ବାମୀ ନଟବର ସର୍ଦାର କହିଛନ୍ତି, ସେ ବ୍ଲକର ଶ୍ରେଷ୍ଠ ସରପଞ୍ଚ ଭାବେ ପୂର୍ବରୁ ମନରେଗା ଯୋଜନାରେ ପୁରସ୍କୃତ ହୋଇଛନ୍ତି।

ଆଜି ସକାଳେ କାଠବାଉଶୁଳି ଠାରେ ଚାଲିଥିବା ମନରେଗା କାର୍ଯ୍ୟ ପରିଦର୍ଶନରେ ଯାଇଥିଲେ ପୂର୍ଣ୍ଣମୀ। ସେଠାରେ ଡହ ଡହ ପ୍ରଚଣ୍ତ ଖରାରେ ଶ୍ରମିକମାନେ କୋଦାଳ ଝୁଡି ଧରି କାମ କରୁଥିବା ଦେଖିବାକୁ ପାଇଥିଲେ। ଏହି ମୂହୁର୍ତ୍ତରେ ସେ ଶ୍ରମିକ ମାନଙ୍କୁ ଉତ୍ସାହିତ କରିବା ପାଇଁ ନିଜେ କୋଦାଳ ଧରି ମନରେଗା କାମ କରିଥିଲେ। ସବୁବେଳେ ନିଜ ପଞ୍ଚାୟତର ବିକାଶ କରିବା ପାଇଁ ଚେଷ୍ଟା କରୁଥିବା ପୂର୍ଣ୍ଣମୀଙ୍କୁ ଜନସାଧାରଣ ମଧ୍ୟ ସହଯୋଗ କରୁଛନ୍ତି।ଏହି ଘଟଣାକୁ ନେଇ ବିଭିନ୍ନ ମୋହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ହୃଦଘାତରେ ଚାଲିଗଲା ଜେନେରାଲ ମ୍ୟାନେଜରଙ୍କ ଜୀବନ: ଖେଳିଗଲା ଶୋକର ଛାୟା

ଦାରିଙ୍ଗବାଡି, ୨୦।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଇକୋ ରିଟ୍ରିଟରେ କାର୍ଯ୍ୟରତ ଜେନେରାଲ ମ୍ୟାନେଜର ସୁମନ୍ତ ସରକାରଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ହୃଦଘାତରେ ମୃତ୍ୟୁ...

ମୋଦିଙ୍କ କାନରେ ଲାଗିଥିବା ‘White Earring’କୁ ନେଇ ହଇଚଇ, ଜାଣନ୍ତୁ କେଉଁ କାମରେ ଆସେ ଏହି ସିକ୍ରେଟ ଗ୍ୟାଜେଟ

ନୂଆଦିଲ୍ଲୀ,୨୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ପ୍ରତି ତାଙ୍କ ଓମାନ ଗସ୍ତ ସମୟରେ ଏକ ଅନନ୍ୟ ଗ୍ୟାଜେଟ ପିନ୍ଧିଥିବାର ଦେଖାଯାଇଥିଲା, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।...

ବାଂଲାଦେଶ ହିଂସା: ଉସମାନ ହାଦିଙ୍କ ହତ୍ୟା ପରେ, ଗଣମାଧ୍ୟମ କାର୍ଯ୍ୟାଳୟରେ ନିଆଁ, ୨୭ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପ୍ରକାଶିତ ହୋଇନଥିଲା ଖବରକାଗଜ

ଢାକା,୨୦।୧୨: ଯୁବ ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶର ରାଜଧାନୀ ଢାକାରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଗଲା ଯେତେବେଳେ ଜନତା ଦେଶର ଦୁଇଟି...

ବର୍ଷ ଶେଷରେ ଶତ୍ରୁ ବନେଇବେ ବୃଷ-ମକର, ହେବ ଆର୍ଥିକ କ୍ଷତି! ନୂଆବର୍ଷବେଳକୁ କାଙ୍ଗାଳ ହୋଇଯିବେ ୪ରାଶି

ଗ୍ରହମାନଙ୍କର ରାଜକୁମାର ବୁଧ ଡିସେମ୍ୱର ୨୯ ତାରିଖରେ ଧନୁ ରାଶିରେ ପ୍ରବେଶ କରୁଛନ୍ତି। ବୁଧ ଜାନୁଆରୀ ୧୭, ୨୦୨୬ ପର୍ଯ୍ୟନ୍ତ ସେଠାରେ ରହିବ। ବୁଧଙ୍କ ଭ୍ରମଣ...

ଓଲଟିଲା ଗୋରୁ ବୋଝେଇ କ୍ୟାଣ୍ଟର: ୫୦ରୁ ଉର୍ଦ୍ଧ୍ୱ ଗୋରୁ ମୃତ

କୋଟପାଡ଼,୨୦।୧୨(କେ. ରାଜଶେଖର ରାଓ): କୋରାପୁଟ ଜ଼ିଲା କୋଟପାଡ଼ରେ ଘୁମର ପଞ୍ଚାୟତ ପୂର୍ତ୍ତ ବିବାଗ ଜୟପୁରକୁ ସଂଯୋଗ କରୁଥିବା ରାସ୍ତା ଉପରେ ଏକ ଗୋରୁ ବୋଝେଇ କ୍ୟାଣ୍ଟର...

ଥରୁଛି ଜି. ଉଦୟଗିରି: ରାଜ୍ୟର ସବୁଠାରୁ କମ୍‌ ତାପମାତ୍ରା, ଜାଣନ୍ତୁ କେତେ…

ଜି.ଉଦୟଗିରି ୨୦/୧୨(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠି ): ରାଜ୍ୟର ଥଣ୍ଡା ସହର ଭାବେ ପରିଚିତ ଉଦୟଗିରିରେ ଦୀର୍ଘ ପନ୍ଦର ଦିନ ହେବ ଶୀତର ଲହର...

ରାତିରେ ଶୋଇବା ପୂର୍ବରୁ ଖାଆନ୍ତୁ ଛୋଟ ଅଳେଇଚ, ଶରୀରରେ ହେବ…

ଅଳେଇଚ ରୋଷେଇ ଘରେ ବ୍ୟବହୃତ ଏକ ବିଶେଷ ମସଲା । ଯାହା କେବଳ ଖାଦ୍ୟର ସ୍ୱାଦ ବୃଦ୍ଧି କରେ ନାହିଁ ବରଂ ଅନେକ ସ୍ୱାସ୍ଥ୍ୟ ଲାଭ...

ଅଧାପନ୍ତରିଆ ଭିତ୍ତିଭୂମି, ପର୍ଯ୍ୟଟକ ନିରାଶ, ଜରାଜୀର୍ଣ୍ଣ ଅବସ୍ଥାରେ…

ଯାଜପୁର,୨୦ା୧୨(ହର୍ଷବର୍ଦ୍ଧନ ବେହେରା): ଏବେ ପିକ୍‌ନିକ୍‌ ଋତୁ। ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଲାଭ କରିଥିବା ଯାଜପୁର ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକମାନେ ବୁଲିବାକୁ ଆସୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri