ଆଜି ମା’ଙ୍କ ସପ୍ତମୀ ପୂଜା, ଚଳଚଞ୍ଚଳ ପୂଜାପୀଠ

ଜି.ଉଦୟଗିରି,୨୯ା୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି ସର୍ବପୁରାତନ ଦୁର୍ଗାପୂଜା ମଣ୍ଡପରେ ସୋମବାର ଦିନ ମା’ଙ୍କ ମହାସପ୍ତମୀ ପୂଜା ଆରମ୍ଭ ହୋଇଛି। ରବିବାର ରାତିରେ ମହାଆଡ଼ମ୍ବରରେ ଅଞ୍ଚଳର ପ୍ରତିଷ୍ଠିତ ଦେବୀ ମା’ ବାରଳଦେବୀଙ୍କ ମନ୍ଦିରରୁ ଘଟକୁ ଆମନ୍ତ୍ରଣ କରି ନିଆଯାଇଥିଲା। ତା’ପରେ ବିଲ୍ବବରଣ ଓ ରାଧାକୃଷ୍ଣ ମନ୍ଦିରରୁ ଗଙ୍ଗା୍‌ଜଳ ଅଣା ଯାଇପୂଜା ଆରମ୍ଭ ହୋଇଥିଲା । ଚଳିତ ବର୍ଷ ସୁଉଚ୍ଚ ତୋରଣ ସାଙ୍ଗକୁ ସୁନ୍ଦର ସାଜସଜ୍ଜା ଓ ଆଲୋକ ମାଳରେ ଝଲସି ଉଠୁଛି ଜି.ଉଦୟଗିରି ସହର ଦୁର୍ଗାପୂଜା ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗି ରହିଛି ବୋଲି ଦୁର୍ଗାପୂଜା କମିଟି ସଭାପତି ଅରୁଣ କୁମାର ଷଡ଼ଙ୍ଗୀ କହିଛନ୍ତି। ପୋଲିସ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରୁଛନ୍ତି।

Share