ଘର ସାମ୍ନାରେ ସନ୍ତୋଷଙ୍କୁ ହତ୍ୟା: ସନ୍ଦେହଘେରରେ ସ୍ତ୍ରୀ

ବଲାଙ୍ଗିର, ମୁରିବାହାଲ, ୨।୯:( ସୁନିଲ ମହାନ୍ତି/ଶ୍ରୀବତ୍ସ ସାହୁ): ବଲାଙ୍ଗିର ଜିଲା ମୁରିବାହାଲ ଥାନା ମାଲେଶିରା ଗ୍ରାମ ପଞ୍ଚାୟତ ଡେଙ୍ଗପଦର ଗାଁରେ ଘର ସାମ୍ନାରେ ଜଣେ ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି l କେହିଜଣେ ଏକ ଧାରୁଆ ଅସ୍ତ୍ରରେ ସନ୍ତୋଷ ପରାଭୁଏ (୪୦)ଙ୍କୁ ହତ୍ୟା କରିଥିବା ପୋଲିସ ଖବର ପାଇଥିଲା। ମୁରୀବାହାଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା l

ସନ୍ତୋଷଙ୍କ ସ୍ତ୍ରୀ ଭବାନୀ ପରାଭୁଏଙ୍କ ସହିତ ଗାଁର ଅନ୍ୟ ଜଣେ ଯୁବକଙ୍କ ସହ ସମ୍ପର୍କ ରହିଥିଲା l ତାହାକୁ ନେଇ ପରିବାର ମଧ୍ୟରେ ସ୍ତ୍ରୀସ୍ବାମୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲା l ଗତକାଲି ଏହି ଘଟଣାକୁ ନେଇ ରାତିରେ ପୁଣିଥରେ ସ୍ତ୍ରୀସ୍ବାମୀଙ୍କ ମଧ୍ୟରେ ବିବାଦ ଦେଖାଦେବା ସହ ଝଗଡ଼ା ଉଗ୍ରରୂପ ନେଇଥିଲା l ଏପରିକି ମାରପିଟ ହୋଇଥିଲା l ସ୍ବାମୀ ସନ୍ତୋଷଙ୍କ ହତ୍ୟା ପରେ ସ୍ତ୍ରୀ ରାତିରେ ଅଟୋ ଧରି ପଳାଇ ଯାଇ ଅସୁସ୍ଥ ହେବା ଦର୍ଶାଇ ଟିଟଲାଗଡ ହସପିଟାଲ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଥିଲା। ଏହି ହତ୍ୟାକାଣ୍ଡ ପଛରେ ସ୍ତ୍ରୀ ଭବାନୀଙ୍କ ହାତ ଥିବା ନେଇ ଗାଁରେ ଚର୍ଚ୍ଚା ଜୋର ଧରିଛି।

ହତ୍ୟାକାଣ୍ଡ ପଛରେ ସ୍ତ୍ରୀ ଭବାନୀଙ୍କ ସଂପୃକ୍ତିକୁ ନେଇ ସନ୍ଦେହ କରି ମୁରିବହାଲ ଥାନା ପୋଲିସ ଭବାନୀକୁ ପଚରାଉଚୁରା କରୁଥିବାବେଳେ ହସ୍ପିଟାଲ ଜଗି ରହିଛି। ଅନ୍ୟପଟେ ପରିବାର ସଂପର୍କୀୟମାନେ କହିଛନ୍ତି। ଝଗଡ଼ା ହେବାପରେ ସ୍ତ୍ରୀ ଭବାନୀ ଉତ୍‌କ୍ଷିପ୍ତ ହୋଇ ଏକ ଧାରୁଆ ଛୁରିରେ ନିଜ ସାମୀକୁ ଭୂଷି ଦେଇଥିବା କୁହାଯାଉଛି। ପୋଲିସ ଟିଟିଲାଗଡ ହସ୍ପିଟାଲରେ ଭବାନୀକୁ ଜଗି ରହି ପଚରାଉଚରା କରୁଛି। ସନ୍ତୋଷର ହତ୍ୟାକାଣ୍ଡକୁ ନେଇ ମୁରିବାହାଲ ପୋଲିସ ତଦନ୍ତ କରୁଥିବା ଥାନାବାବୁ ସନାତନ ସାହୁ କହିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

କାଲି ନିଖୋଜ, ଆଜି ମିଳିଲା ବୃଦ୍ଧଙ୍କ ମୃତଦେହ; କେନାଲରେ ଗୋଟିଏ ପରେ ଗୋଟିଏ ଅଘଟଣକୁ ନେଇ… 

କୋକସରା,୧୮।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ ଅଞ୍ଚଳରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ବୁଧବାର ଦିନ ଇନ୍ଦ୍ରାବତୀ ଉଠା ଜଳସେଚନ…

ନିଶା ନିବାରଣ ପାଇଁ ବାହାରିଲେ ଛାତ୍ରୀଛାତ୍ର, ସ୍କୁଲରେ ହେଲା….

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): ନିଶା ମଣିଷକୁ ବିବେକ ଶୂନ୍ୟ କରି ଦିଏ । ନିଶାସକ୍ତ ବ୍ୟକ୍ତି ନିଜ ପରିବାର ସହିତ ସମାଜର ମଧ୍ୟ ଅନେକ କ୍ଷତି ପହଞ୍ଚାଇଥାଏ ।…

ଜମିପଟ୍ଟା ପ୍ରଦାନ ଦାବି, କୃଷକ ସଭା ପକ୍ଷରୁ ତହସିଲ ଅଫିସ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୧୮।୩(ସବିତାମିଶ୍ର): ଜମିହୀନଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ ଓଡିଶା କ୍ରୁଷକସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ପି ହରିକ୍ରୁଷ୍ଣରେଡୀଙ୍କ ନେତୃତ୍ବରେ ପୁରୁଷୋତ୍ତମପୁର ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ ସହ…

ଯୋଗାଣ ବିଭାଗର ଚଢ଼ାଉ, ୧୨ ଗ୍ୟାସ ସିଲିଣ୍ଡର ସହିତ ୨୮୩….

ଅତାବିରା,୧୮।୩(ଯୁଧିଷ୍ଠିର ମହାପାତ୍ର ): ମଧ୍ୟପ୍ରାଚ୍ୟରେ ଗୋଟିଏ ପଟେ ଯୁଦ୍ଧ ଲାଗିରହିଥିବା ବେଳେ ଅନ୍ୟପଟରେ ସାରା ଭାରତ ଓ ଓଡ଼ିଶାରେ ମଧ୍ୟ ଗ୍ୟାସ ବା LPG ର ସଙ୍କଟ…

SCB ଅଗ୍ନିକାଣ୍ଡ: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ, ୪ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର,୧୮।୩(ସୁନିତ୍‌ ମିଶ୍ର): କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଗତ ୧୬ ତାରିଖ ଦିନ ହୋଇଥିବା ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ଅନେକ ଜୀବନ ନଷ୍ଟ…

ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରି ଜେଲ୍‌ ଗଲେ ବାପ-ପୁଅ, ରକ୍ତଭିଜା କାଠଫାଳିଆ ଜବତ

ଦିଗପହଣ୍ଡି,୧୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମର ସାମାଜିକ କର୍ମୀ ମାନସ ରଞ୍ଜନ ପଟ୍ଟନାୟକ ଓରଫ ମନୋଜଙ୍କୁ ମଙ୍ଗଳବାର ରାତିରେ ସଂଘବଦ୍ଧ…

ଗଞ୍ଜାମ ଜିଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ଭାବେ ଦାୟିତ୍ବ ନେଲେ ସମୀର କୁମାର ଜେନା

ଛତ୍ରପୁର,୧୮।୩(ଦିଲ୍ଲୀପ ସାମଲ) : ଦୀର୍ଘ ୮ ମାସ ପରେ ଆଜି ଗଞ୍ଜାମ ଜିଲାପରିଷଦର ନୂତନ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ସମୀର…

ବାସନ୍ଦ, ଜରିମାନାକୁ ନେଇ ଗୋଷ୍ଠୀ ସଂଘର୍ଷ, ୫ ଆହତ

ହିଞ୍ଜିଳିକାଟୁ,୧୮ା୩(ଦ୍ୱିତୀକୃଷ୍ଣ ପଣ୍ଡା):ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ନନ୍ଦିତା ଗାଁରେ ମଙ୍ଗଳବାର ରାତିରେ କୁଳରୁ ବାସନ୍ଦ, ଜରିମାନା ଆଦାୟକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri