ଦେବାଶିଷ-ରଣେନ୍ଦ୍ରଙ୍କ ପୋଷ୍ଟରରୁ ଶଙ୍ଖ ଗାଏବ, ରାଜନୀତିରେ ହଲଚଲ

ଭୁବନେଶ୍ୱର,୩ା୧: ବିଜେଡି ନେତା ଦେବାଶିଷ ସାମନ୍ତରାୟ ଓ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ନୂଆବର୍ଷ ପୋଷ୍ଟରକୁ ନେଇ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି। ଉଭୟଙ୍କ ପୋଷ୍ଟରରେ ଶଙ୍ଖ ଚିହ୍ନ ନାହିଁ କି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଫଟୋ ନାହିଁ। ଯାହାକୁ ନେଇ ରାଜନୈତିକ ମହଲରେ ବେଶ୍‌ ଚର୍ଚ୍ଚା ହେଉଛି।

ଖାଲି ଏତିକି ନୁହେଁ ରଣେନ୍ଦ୍ର କରିଥିବା ବିଭିନ୍ନ ସଭାରେ ବି ଶଙ୍ଖ ଚିହ୍ନ କି ନବୀନଙ୍କର ଫଟୋ ନାହିଁ। ନିର୍ବାଚନ ପରଠୁ ଉଭୟ ନେତା ଦଳୀୟ କାର୍ଯ୍ୟକୁ ନେଇ ଖୁସି ନାହାନ୍ତି। ଅନ୍ୟପକ୍ଷରେ ଦଳୀୟ ପରିଚାଳନାକୁ ନେଇ ଉଭୟ ଅସନ୍ତୋଷ ପ୍ରକାଶ କରି ନବୀନଙ୍କୁ ଚିଠି ମଧ୍ୟ ଲେଖିଥିଲେ।

ଏବେ ପୋଷ୍ଟରରୁ ଶଙ୍ଖ ଚିହ୍ନ ଏବଂ ନବୀନଙ୍କ ଫଟୋ ଗାଏବ ହେବା ଦେଖି ଲୋକେ ନାନା କଳ୍ପନାଜଳ୍ପନା ଆରମ୍ଭ କଲେଣି।

Dharitri – Odisha’s No.1 Odia Daily

Share