Posted inଖେଳ

ବିଶ୍ୱକପ୍‌ ଫାଇନାଲରେ ସଞ୍ଜୁଙ୍କ ଧମାକା: ପ୍ରଥମ ଓଭରରେ ଛକା ମାରି ରଚିଲେ ନୂଆ ଇତିହାସ

ନୂଆଦିଲ୍ଲୀ,୮।୩: ଭାରତୀୟ ଉଇକେଟକିପର ବ୍ୟାଟର ସଞ୍ଜୁ ସାମସନ ଟି୨୦ ବିଶ୍ୱକପ୍‌ ୨୦୨୬ ଫାଇନାଲରେ ଏକ ଚମତ୍କାର ଛକା ମାରି ନିଜ ଇନିଂସ ଆରମ୍ଭ କରିଛନ୍ତି। ଏହା ସହିତ ତାଙ୍କ ନାମରେ ଏକ ବଡ଼ ବିଶ୍ୱ ରେକର୍ଡ ସୃଷ୍ଟି ହୋଇଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଫାଇନାଲରେ ମ୍ୟାଟ ହେନେରୀଙ୍କ ବଲରେ ଛକା ମାରି ସଞ୍ଜୁ ଟି୨୦ ବିଶ୍ୱକପ ଇତିହାସରେ ‘ପ୍ରଥମ ଓଭରରେ ସର୍ବାଧିକ ଥର ଛକା ମାରିଥିବା’ ଖେଳାଳି ହୋଇଛନ୍ତି।

ସଞ୍ଜୁ ସାମସନ ଟି୨୦ ବିଶ୍ୱକପ୍‌ର ଚାରୋଟି ଭିନ୍ନ ଭିନ୍ନ ମ୍ୟାଚ୍‌ରେ ପ୍ରଥମ ଓଭରରେ ଛକା ମାରି ଏହି ରେକର୍ଡ ନିଜ ନାମରେ କରିଛନ୍ତି। ସେ ଇଂଲଣ୍ଡର ଓପନର୍‌ ଫିଲ ସଲ୍ଟଙ୍କ ରେକର୍ଡ ଭାଙ୍ଗିଛନ୍ତି। ଯେଉଁଠି ସଲ୍ଟଙ୍କୁ ଏହି ସଫଳତା ପାଇଁ ୪୦ଟି ବଲ ଲାଗିଥିଲା, ସଞ୍ଜୁ ମାତ୍ର ୨୧ଟି ବଲ୍‌ରେ ଏହି କାରନାମା କରି ଦେଖାଇଛନ୍ତି।

ପ୍ରଥମ ଓଭରରେ ସର୍ବାଧିକ ଥର ଛକ୍କା ମାରିଥିବା ବ୍ୟାଟର:
ସଞ୍ଜୁ ସାମସନ:୪ ଥର
ଫିଲ ସଲ୍ଟ:୩ ଥର
ରହମାନୁଲ୍ଲା ଗୁରବାଜ:୩ ଥର
ମହମ୍ମଦ ରିଜୱାନ:୩ ଥର
କ୍ୱିଣ୍ଟନ ଡି କକ୍‌:୩ ଥର

ଟି୨୦ ବିଶ୍ୱକପ ଇତିହାସରେ ଭାରତ ପକ୍ଷରୁ ଏପର୍ଯ୍ୟନ୍ତ ୫ ଜଣ ବ୍ୟାଟର ପ୍ରଥମ ଓଭରରେ ଛକା ମାରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି।

ବ୍ୟାଟରଙ୍କ ନାମ ମସିହା କାହା ବିପକ୍ଷରେ
ୟୁସୁଫ ପଠାନ ୨୦୦୭ ପାକିସ୍ତାନ (ମହମ୍ମଦ ଆସିଫ)
ମୁରଲୀ ବିଜୟ ୨୦୧୦ ଆଫଗାନିସ୍ତାନ (ଦୌଲତ ଅହମ୍ମଦଜଇ)
ରୋହିତ ଶର୍ମା ୨୦୨୪ ପାକିସ୍ତାନ (ଶାହିନ ଆଫ୍ରିଦି)
ଈଶାନ କିଷାନ ୨୦୨୬ ଆମେରିକା (USA)
ସଞ୍ଜୁ ସାମସନ ୨୦୨୬ ୪ଟି ଭିନ୍ନ ଦଳ ବିପକ୍ଷରେ

ଫାଇନାଲ ମ୍ୟାଚ୍‌ରେ ସଞ୍ଜୁ ସାମସନ ଏବଂ ଅଭିଷେକ ଶର୍ମା ଟିମ ଇଣ୍ଡିଆକୁ ଏକ ଦମଦାର ଆରମ୍ଭ ଦେଇଛନ୍ତି। ଦୁଇ ବ୍ୟାଟର ମାତ୍ର ୪ ଓଭରରେ ଦଳୀୟ ସ୍କୋରକୁ ୫୦ ପାର କରାଇଛନ୍ତି। ଟି୨୦ ବିଶ୍ୱକପ ଫାଇନାଲ ଇତିହାସରେ ଏହା ଭାରତର ଦ୍ରୁତତମ ଓପନିଂ ଅର୍ଦ୍ଧଶତକୀୟ ଭାଗିଦାରୀ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଆଇନଶୃଙ୍ଖଳା ଅଣାୟତ୍ତ: ପୁଣି ଛୁରାମାଡ, ଚାଲିଗଲା ଜଣଙ୍କର ଜୀବନ

ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହୋଇପଡିଛି। ଏଠାକାର ବିଚ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି । ଛୁରି, ଭୁଜାଲି ଆକ୍ରମଣରେ ଲୋକେ…

ଦିନ ଦ୍ବିପ୍ରହରରେ ଝାମ୍ପିନେଲେ ୨ ଲକ୍ଷ ଟଙ୍କା

ରାୟଗଡ଼ା,୯।୩(ଆଶିଷ ରଞ୍ଜନ ପଣ୍ଡା) ଜଣେ ବ୍ୟକ୍ତି ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍‌ କରିବାକୁ ଯିବା ସମୟରେ ଲୁଟେରାମାନେ ଦିନ ଦ୍ବିପ୍ରହରରେ ତାଙ୍କଠାରୁ ୨ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି।…

ନେପାଳରେ RSPର ଜବରଦସ୍ତ ବିଜୟ: ମୋଦି କହିଲେ…

କାଠମାଣ୍ଡୁ,୯।୩: ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି (RSP) ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି। ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ନେତୃତ୍ୱରେ RSP ପୂର୍ବତନ ପ୍ରଧାନମନ୍ତ୍ରୀ କେପି…

ବିବାହ ପ୍ରୋସେସନ ବେଳେ ବାଣ ଫୁଟି ୪ ଛାତ୍ରୀ ଆହତ

ସମ୍ବଲପୁର,୯।୩: ସମ୍ବଲପୁର ସହରରେ ସୋମବାର ରାତିରେ ଏକ ବିବାହ ପ୍ରୋସେସନ ବେଳେ ଅଘଟଣ ଘଟିଛି। ପ୍ରୋସେସନ ବେଳେ ହଷ୍ଟେଲ ପରିସରରେ ବାଣ ଫୁଟି ୪ଜଣ ଛାତ୍ରୀ ଆହତ…

ଇରାନରେ ଏସିଡ୍‌ ବର୍ଷା: ତୈଳ ଡିପୋ ଉପରେ ବୋମାମାଡ଼ ପରେ…

ତେହରାନ,୯ା୩:ଇରାନ ରାଜଧାନୀ ତେହରାନରେ ଥିବା ୩୦ଟି ତୈଳ ଡିପୋ ଉପରେ ଇସ୍ରାଏଲ୍‌ର ଆକ୍ରମଣ କରିବାରୁ ରବିବାର ସେଠାରେ କଳା ଏସିଡ୍‌ ବର୍ଷା ହୋଇଛି। ତୈଳ ଡିପୋଗୁଡ଼ିକ ଜଳୁଥିବାରୁ…

ଅଷ୍ଟମ ବେତନ କମିଶନ ଲାଗି ଚିଠି

ଭୁବନେଶ୍ୱର,୯।୩: ଅଷ୍ଟମ ବେତନ କମିଶନ ପାଇଁ ଅର୍ଥ ବିଭାଗ ପକ୍ଷରୁ ଚିଠି। ଚିଠିରେ ସମସ୍ତ ଜିଲାପାଳ ଏବଂ ସରକାରୀ ବିଭାଗ ମୁଖ୍ୟଙ୍କଠାରୁ ମତାମତ ଲୋଡ଼ିଲେ ରାଜ୍ୟ ସରକାର।…

ଖେଳୁଥିବା ବେଳେ ୧୮ ମାସର ଶିଶୁକନ୍ୟାଙ୍କୁ କାମୁଡ଼ିଲା ସାପ, ଦେଖୁଦେଖୁ…

ଦିଗପହଣ୍ଡି,୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୌତମୀ ପଞ୍ଚାୟତ ଦେଉଳପେଡ଼ି ଗ୍ରାମର ଭରତ ବେହେରାଙ୍କ ୧୮ ମାସର ଶିଶୁକନ୍ୟା ରିୟାଂଶି ବେହେରା ସାପ କାମୁଡ଼ାରେ…

ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ: ବିଭିନ୍ନ ପଦବୀ ପାଇଁ ମଇଦାନ ରେ ୧୦ ପ୍ରାର୍ଥୀ

ଦିଗପହଣ୍ଡି,୯।୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri