Posted inଖେଳ

ସଞ୍ଜୁ ସାମସନ ନା ଋଷଭ ପନ୍ତ… ଚାମ୍ପିୟନ୍ସ ଟ୍ରଫିରୁ କିଏ ପଡ଼ିବ ବାଦ ? ଜାଣନ୍ତୁ କାହା ପଲା ଭାରି

ନୂଆଦିଲ୍ଲୀ, ୧୩।୧: ଆସନ୍ତା ମାସରେ ପାକିସ୍ତାନ ଦ୍ୱାରା ଆୟୋଜିତ ହେବାକୁ ଯାଉଥିବା ଚାମ୍ପିୟନ୍ସ ଟ୍ରଫି ୨୦୨୫କୁ ନେଇ ପ୍ରାୟ ସମସ୍ତ ଦେଶ ନିଜର ଟିମ୍ ଘୋଷଣା କରିଦେଲେଣି। କିନ୍ତୁ ଭାରତ ଏପର୍ଯ୍ୟନ୍ତ ଏହାର ଦଳ ଘୋଷଣା କରିନାହିଁ।

ବିସିସିଆଇ ଅପାଧ୍ୟକ୍ଷ ରାଜୀବ ଶୁକ୍ଳା କହିଛନ୍ତି ଯେ, ଆସନ୍ତା ୧୮ ଏବଂ ୧୯ ଜାନୁଆରୀରେ ଏକ ବୈଠକ ହେବାର ଅଛି। ଏହାପରେ ଟିମ୍ ଘୋଷଣା ହୋଇପାରେ। କିନ୍ତୁ ଏହା ପୂର୍ବରୁ ମଧ୍ୟ ଅନେକ ପୁର୍ବାନୁମାନ କରାଯାଉଛି। କିଛି ପୂର୍ବତନ ଖେଳାଳି ନିଜର ସମ୍ଭାବ୍ୟ ଟିମ୍ ଘୋଷଣା ମଦ୍ୟ କରିସାରିଲେଣି।

ଏସବୁ ମଧ୍ୟରେ ଉଇକେଟ କିପରକୁ ନେଇ ମଧ୍ୟ ଅନେକ ଟଣା ଓଟରା ଲାଗିଲାଣି। ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ଦଳ ପାଇଁ କେଉଁ ଦୁଇଜଣ କିପର ରହିବେ। ଏହାକୁ ନେଇ ଅନେକ ଚର୍ଚ୍ଚା କରାଯାଉଛି। ତେବେ ଏଥିରେ ଏକ ନାଁ କେଏଲ. ରାହୁଲ ନିଶ୍ଚିନ୍ତ ଦେଖାଯାଉଛି।

ଦିନିକିଆରେ ସଞ୍ଜୁଙ୍କ ପଲା ଭାରି

ଯେତେବେଳେ ଦ୍ୱିତୀୟ ୱିକେଟକିପର ପାଇଁ, ସଞ୍ଜୁ ସାମସନ କିମ୍ବା ରିଷଭ ପନ୍ତଙ୍କୁ ଚୟନ କରାଯାଇପାରେ। ଏଥିରେ କାହାର ପଲା ଭାରି ଦେଖାଯାଉଛି, ତାହା ଦୁଇଜଣଙ୍କର ରେକର୍ଡ ପ୍ରମାଣ ଦେଉଛି। ଯଦି ଆମେ ବର୍ତ୍ତମାନର ସଂଖ୍ୟା ଉପରେ ନଜର ପକାଇବା, ତେବେ ସଞ୍ଜୁଙ୍କ ପଲା ଅଧିକ ଭାରି ଥିବା ପରି ମନେ ହେଉଛି।

ରିଷଭ ପନ୍ତ ଏପର୍ଯ୍ୟନ୍ତ ମୋଟ ୩୧ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ୩୩.୫୦ ହାରରେ ୮୭୧ ରନ କରିଛନ୍ତି। ଏଥିରେ ସେ ଗୋଟିଏ ଶତକ ଏବଂ ୫ଟି ଅର୍ଦ୍ଧଶତକ ମାରିଛନ୍ତି। ପନ୍ତଙ୍କ ଷ୍ଟ୍ରାଇକ୍ ରେଟ୍ ୧୦୬.୨୧ ରହିଛି। କିନ୍ତୁ ସଞ୍ଜୁଙ୍କ ରେକର୍ଡ ଏହା ଅପେକ୍ଷା ଭଲ ମନେ ହେଉଛନ୍ତି। ସେ ୧୬ଟି ଦିନିକିଆ ଖେଳି ୫୬.୬୬ ହାରରେ ୫୧୦ ରନ୍ କରିଛନ୍ତି। ଏହି ସମୟ ମଧ୍ୟରେ, ସେ ୯୯.୬୦ ଷ୍ଟ୍ରାଇକ୍ ରେଟ୍ ସହିତ ୧ ଶତକ ଏବଂ ୩ ଅର୍ଦ୍ଧଶତକ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଦୋକାନରୁ ଚୋରି, ଚାରିଆଡ଼େ ପଡ଼ିଛି ରକ୍ତର ଛିଟା

ଆଳି,୬ା୬(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ଥାନାଠାରୁ ମାତ୍ର ଦୁଇଶହ ମିଟର ଦୂରରେ ଥିବା ମହାବୀର ବଜାରର ଦୁଇଟି ଦୋକାନରୁ ଚୋରି ହୋଇଛି। ମହାବୀର ବଜାରରେ ଥିବା…

ବକ୍ସ ଅଫିସରେ ଧମାକା କଲା ‘ପେଡ୍ଡି’: କ୍ଷମା ମାଗିଲେ ନିର୍ଦ୍ଦେଶକ

ତେଲୁଗୁ ସ୍ପୋଟର୍‌ସ ଆକ୍ସନ ଡ୍ରାମା ‘ପେଡ୍ଡି’ ରିଲିଜ ହେବାର ମାତ୍ର ଦୁଇ ଦିନ ମଧ୍ୟରେ ଭାରତୀୟ ବକ୍ସ ଅଫିସରେ ଧମାକା କରିଛି। ରାମ ଚରଣ ଏବଂ ଜାହ୍ନବୀ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଟିମ ଇଣ୍ଡିଆରେ କାହିଁକି ମିଳିଲା ସୁଯୋଗ? ଏମିତି କହିଲେ ଅଗରକର

ନୂଆଦିଲ୍ଲୀ,୬।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଏବେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିବାକୁ ପ୍ରସ୍ତୁତ ଏବଂ ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ ବୋଲି ଚର୍ଚ୍ଚା ଯୋର…

ଆମ୍ବ ଗୋଟାଇବାକୁ ଯାଇଥିଲେ ବୃଦ୍ଧା, କଚାଡ଼ି କଚାଡ଼ି ମାରିଲା ଦନ୍ତା

ଆନନ୍ଦପୁର/ବଞ୍ଚୋ,୬ା୬(ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): ନିଜ ଆମ୍ବତୋଟାରେ ଶନିବାର ସକାଳୁ ଆମ୍ବ ଗୋଟାଇବାକୁ ଆସିଥିବା ବେଳେ ଦନ୍ତାହାତୀ ହାବୁଡ଼ରେ ପଡ଼ିଥିଲେ ବୃଦ୍ଧା। ଆନନ୍ଦପୁର ଥାନା ଫକୀରପୁର…

ଜଳାଶୟ ମାଟି କାମକୁ ନେଇ କଂଗ୍ରେସ – ବିଜେଡି ମୁହାଁମୁହିଁ: ପୌର ପରିଷଦ ଅଧ୍ୟକ୍ଷା, କାଉନସିଲର ପହଞ୍ଚିବା ପରେ ହଙ୍ଗାମା

ବଲାଙ୍ଗୀର, ୬।୬( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର କରଙ୍ଗାକଟା ଓ ନରସିଂହ ବନ୍ଧ ଆଡିରେ ଶନିବାର ସକାଳେ କଂଗ୍ରେସ ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ବିଜେଡି…

ଭୟଙ୍କର ଦୁର୍ଘଟଣା :ବସ୍ ସହ ଲୁହାପଥର ବୋଝେଇ ଟ୍ରେଲର ଧକ୍କା

କେନ୍ଦୁଝର,୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ) : ଯୋଡା ଥାନା ଅନ୍ତର୍ଗତ ଏନ୍‌ଏଚ୍–୫୨୦ର ଲହଣ୍ଡା ନିକଟସ୍ଥ ରେଳୱେ ଅଣ୍ଡରପାସ୍‌ରେ ଏକ ଟ୍ରେଲର ଓ ଯାତ୍ରୀବାହୀ ବସ୍‌ ମଧ୍ୟରେ ଧକ୍କା…

କେବଳ ବୈଭବ ସୂର୍ଯ୍ୟବଂଶୀ ନୁହଁନ୍ତି; ଏହି ଖେଳାଳି ବି ପ୍ରଥମ ଥର ପାଇଁ ଭାରତର ଟି-୨୦ ଦଳରେ ସ୍ଥାନ ପାଇଛନ୍ତି

ନୂଆଦିଲ୍ଲୀ,୬।୬: ବୈଭବ ସୂର୍ଯ୍ୟବଂଶୀଙ୍କୁ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ ପାଇଁ ଚୟନ କରାଯାଇଛି। ଶନିବାର ବିସିସିଆଇ ଏହି ଦୁଇଟି ସିରିଜ ଏବଂ ଏସୀୟ କ୍ରୀଡା…

୭୯ ଥର ରକ୍ତଦାନ କରି ସୃଷ୍ଟି କଲେ ରେକର୍ଡ: ଜନ୍ମଦିନରେ ବଞ୍ଚାଇଲେ ଶିଶୁର ଜୀବନ

ଭଞ୍ଜନଗର, ୬।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଅଞ୍ଚଳର ଜଣାଶୁଣା ରକ୍ତଦାତା ତଥା ସାମାଜିକ କର୍ମୀ ଜୟକୃଷ୍ଣ ପଟ୍ଟନାୟକ ୭୯ ଥର ରକ୍ତଦାନ କରି ଭଞ୍ଜନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri