Posted inଖେଳ

ସଞ୍ଜୁ ସାମସନ ନା ଋଷଭ ପନ୍ତ… ଚାମ୍ପିୟନ୍ସ ଟ୍ରଫିରୁ କିଏ ପଡ଼ିବ ବାଦ ? ଜାଣନ୍ତୁ କାହା ପଲା ଭାରି

ନୂଆଦିଲ୍ଲୀ, ୧୩।୧: ଆସନ୍ତା ମାସରେ ପାକିସ୍ତାନ ଦ୍ୱାରା ଆୟୋଜିତ ହେବାକୁ ଯାଉଥିବା ଚାମ୍ପିୟନ୍ସ ଟ୍ରଫି ୨୦୨୫କୁ ନେଇ ପ୍ରାୟ ସମସ୍ତ ଦେଶ ନିଜର ଟିମ୍ ଘୋଷଣା କରିଦେଲେଣି। କିନ୍ତୁ ଭାରତ ଏପର୍ଯ୍ୟନ୍ତ ଏହାର ଦଳ ଘୋଷଣା କରିନାହିଁ।

ବିସିସିଆଇ ଅପାଧ୍ୟକ୍ଷ ରାଜୀବ ଶୁକ୍ଳା କହିଛନ୍ତି ଯେ, ଆସନ୍ତା ୧୮ ଏବଂ ୧୯ ଜାନୁଆରୀରେ ଏକ ବୈଠକ ହେବାର ଅଛି। ଏହାପରେ ଟିମ୍ ଘୋଷଣା ହୋଇପାରେ। କିନ୍ତୁ ଏହା ପୂର୍ବରୁ ମଧ୍ୟ ଅନେକ ପୁର୍ବାନୁମାନ କରାଯାଉଛି। କିଛି ପୂର୍ବତନ ଖେଳାଳି ନିଜର ସମ୍ଭାବ୍ୟ ଟିମ୍ ଘୋଷଣା ମଦ୍ୟ କରିସାରିଲେଣି।

ଏସବୁ ମଧ୍ୟରେ ଉଇକେଟ କିପରକୁ ନେଇ ମଧ୍ୟ ଅନେକ ଟଣା ଓଟରା ଲାଗିଲାଣି। ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ଦଳ ପାଇଁ କେଉଁ ଦୁଇଜଣ କିପର ରହିବେ। ଏହାକୁ ନେଇ ଅନେକ ଚର୍ଚ୍ଚା କରାଯାଉଛି। ତେବେ ଏଥିରେ ଏକ ନାଁ କେଏଲ. ରାହୁଲ ନିଶ୍ଚିନ୍ତ ଦେଖାଯାଉଛି।

ଦିନିକିଆରେ ସଞ୍ଜୁଙ୍କ ପଲା ଭାରି

ଯେତେବେଳେ ଦ୍ୱିତୀୟ ୱିକେଟକିପର ପାଇଁ, ସଞ୍ଜୁ ସାମସନ କିମ୍ବା ରିଷଭ ପନ୍ତଙ୍କୁ ଚୟନ କରାଯାଇପାରେ। ଏଥିରେ କାହାର ପଲା ଭାରି ଦେଖାଯାଉଛି, ତାହା ଦୁଇଜଣଙ୍କର ରେକର୍ଡ ପ୍ରମାଣ ଦେଉଛି। ଯଦି ଆମେ ବର୍ତ୍ତମାନର ସଂଖ୍ୟା ଉପରେ ନଜର ପକାଇବା, ତେବେ ସଞ୍ଜୁଙ୍କ ପଲା ଅଧିକ ଭାରି ଥିବା ପରି ମନେ ହେଉଛି।

ରିଷଭ ପନ୍ତ ଏପର୍ଯ୍ୟନ୍ତ ମୋଟ ୩୧ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ୩୩.୫୦ ହାରରେ ୮୭୧ ରନ କରିଛନ୍ତି। ଏଥିରେ ସେ ଗୋଟିଏ ଶତକ ଏବଂ ୫ଟି ଅର୍ଦ୍ଧଶତକ ମାରିଛନ୍ତି। ପନ୍ତଙ୍କ ଷ୍ଟ୍ରାଇକ୍ ରେଟ୍ ୧୦୬.୨୧ ରହିଛି। କିନ୍ତୁ ସଞ୍ଜୁଙ୍କ ରେକର୍ଡ ଏହା ଅପେକ୍ଷା ଭଲ ମନେ ହେଉଛନ୍ତି। ସେ ୧୬ଟି ଦିନିକିଆ ଖେଳି ୫୬.୬୬ ହାରରେ ୫୧୦ ରନ୍ କରିଛନ୍ତି। ଏହି ସମୟ ମଧ୍ୟରେ, ସେ ୯୯.୬୦ ଷ୍ଟ୍ରାଇକ୍ ରେଟ୍ ସହିତ ୧ ଶତକ ଏବଂ ୩ ଅର୍ଦ୍ଧଶତକ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?