Posted inଖେଳ

ବ୍ୟାଟିଂ ନ କରିବି ସାମସନଙ୍କ ପାଇଁ ସ୍ମରଣୀୟ ହୋଇଗଲା ତୃତୀୟ ଟି୨୦

ହରାରେ,୧୦।୭: ଟି୨୦ ବିଶ୍ୱକପ୍‌ ୨୦୨୪ର ଟୁର୍ନାମେଣ୍ଟ ଜିତିଥିବା ଟିମ୍‌ର ଅଂଶ ଥିବା ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ସଞ୍ଜୁ ସାମସନଙ୍କ ପାଇଁ ଜିମ୍ବାଓ୍ବେ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ତୃତୀୟ ମୁକାବିଲା ସ୍ମରଣୀୟ ହୋଇଛି। ସିରିଜର ଅନ୍ତିମ ୩ ମ୍ୟାଚ୍‌ ଲାଗି ଦଳରେ ସାମିଲ ହୋଇଥିବା ସଞ୍ଜୁଙ୍କୁ ୩ୟ ଟି୨୦ ମୁକାବିଲା ପାଇଁ ଟିମ୍‌ର ଉପଅଧିନାୟକ ନିଯୁକ୍ତ କରାଯାଇଛି। ତେବେ କ୍ୟାରିୟରରେ ପ୍ରଥମ ଥର ପାଇଁ ସେ ଏଭଳି ଉପଲବ୍ଧି ହାସଲ କରିଛନ୍ତି।

୩ୟ ଟି୨୦ ମୁକାବିଲା ପାଇଁ ଭାରତୀୟ ଟିମ୍‌ରେ ୩ ପରିବର୍ତ୍ତନ ହୋଇଛି। ସଞ୍ଜୁ ସାମସନ, ଯଶସ୍ବୀ ଜୈସଓ୍ବାଲ, ଶିବମ ଦୁବେଙ୍କୁ ଏକାଦଶରେ ସୁଯୋଗ ମିଳିଛି। ସେମାନଙ୍କୁ ଧ୍ରୁବ ଜୁରେଲ, ସାଇ ସୁଦର୍ଶନ ଏବଂ ମୁକେଶ କୁମାରଙ୍କ ସ୍ଥାନ ମିଳିଛି। ଟିମ୍‌ର କୋଚ୍‌ ଭିଭିଏସ୍‌ ଲକ୍ଷ୍ମଣ ପ୍ଲେଇଂ-୧୧ର ଆଧିକାରୀକ ତାଲିକା ଜାରି କରିଛନ୍ତି। ସେଥିରେ ସଞ୍ଜୁ ସାମସନଙ୍କୁ ଉଇକେଟକିପର ବ୍ୟାଟ୍ସମ୍ୟାନ ଏବଂ ଦଳର ଉପଅଧିନାୟକ କରାଯାଇଛି। ଏବେ ସିରିଜର ବାକି ମ୍ୟାଚ୍‌ରେ ସାମସନ ଉପଅଧିନାୟକ ହେବେ।

କହିରଖୁଛୁ, ଟି୨୦ ବିଶ୍ୱକପ୍‌ ୨୦୨୪ରେ ସାମସନଙ୍କୁ ମ୍ୟାଚ ଖେଳିବାର ସୁଯୋଗ ମିଳି ନ ଥିଲା। ହେଲେ ଟୁର୍ନାମେଣ୍ଟ ଜିତିବା ପରେ ସାମସନ ସ୍ବଦେଶ ଫେରି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇ ଜିମ୍ବାଓ୍ବେ ଗସ୍ତ କରିଛନ୍ତି। ପ୍ରଥମ ୨ ଟି୨୦ ମୁକାବିଲାରେ ବିସିସିଆଇ ଟିମ୍‌ରେ ପରିବର୍ତ୍ତନ କରିଥିଲା। ଏବେ ତୃତୀୟ ମ୍ୟାଚ୍‌ରେ ସାମସନଙ୍କୁ ଖେଳିବାର ସୁଯୋଗ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri