Posted inଖେଳ

ଦିଲ୍ଲୀଠାରୁ ହାରିଯିବା ପରେ ପନ୍ତଙ୍କ ସହ ହୋଇଥିଲା କି ପ୍ରବଳ ଯୁକ୍ତିତର୍କ? ଲକ୍ଷ୍ନୌ ମାଲିକ କହିଲେ ସତ… 

ନୂଆଦିଲ୍ଲୀ,୨୫।୩: ଦିଲ୍ଲୀ କ୍ୟାପିଟାଲ୍ସ ସୋମବାର ଆଶୁତୋଷ ଶର୍ମାଙ୍କ ଚମତ୍କାର ଇନିଂସ ବଦଳରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସକୁ ଗୋଟିଏ ଉଇକେଟରେ ପରାସ୍ତ କରିଥିଲା। ଲକ୍ଷ୍ନୌ ଅଧିନାୟକ ପନ୍ତଙ୍କ ପାଇଁ ଆଇପିଏଲ୍‌ ୨୦୨୫ ଅଭିଯାନ ନିରାଶାରୁ ଆରମ୍ଭ ହୋଇଥିଲା। ପନ୍ତ ବ୍ୟାଟିଂରେ ବିଫଳ ହୋଇଥିଲେ। ଏପରିକି ମ୍ୟାଚ୍‌ର ଶେଷ ଓଭରର ଗୁୁରୁତ୍ୱପୂର୍ଣ୍ଣ ଷ୍ଟମ୍ପିଂ ହାତଛଡ଼ାକରିଥିଲେ। ଫଳରେ ଆଶୁତୋଷ ଜବରଦସ୍ତ ବ୍ୟାଟିଂ କରି ଦିଲ୍ଲୀକୁ ଜିତାଇଥିଲେ। ତେବେ ଏହି ପରାଜୟପରେ ପନ୍ତ ମୁଖ୍ୟ କୋଚ୍‌ ଜଷ୍ଟିନ ଲାଙ୍ଗର ଏବଂ ଦଳର ମାଲିକ ସଞ୍ଜିବ ଗୋଏଙ୍କାଙ୍କ ସହ ଆଲୋଚନା କରୁଥିବା ଦେଖାଯାଇଥିଲା। ଏହାକୁ ନେଇ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଭିନ୍ନ ଚର୍ଚ୍ଚା ଜୋର ଧରିଥିଲା।
୨୦୨୪ ଆଇପିଏଲ୍‌ ସମୟରେ ତତ୍କାଳିନ ଅଧିନାୟକ କେ ଏଲ୍‌ ରାହୁଲଙ୍କ ସହ ଗୋଏଙ୍କାଙ୍କ ବିବାଦ ପୁଣିଥରେ ଆଲୋଚନାକୁ ଆସିଥିଲା। ସମାନ ଢ଼ଙ୍ଗରେ ମାଲିକ ପନ୍ତଙ୍କ କ୍ଲାସ ନେଉଥିବା କୁହାଯାଇଥିଲା। ହେଲେ ଏସବୁ ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଗୋଏଙ୍କା।
ସେ ନିଜ ସୋସିଆଲ ମିଡିଆରେ ପନ୍ତଙ୍କ ସହ ଆଲୋଚନା ସମୟର ଫଟୋ ଶେୟାର କରି କ୍ୟାପଶନରେ ଲେଖିଛନ୍ତି, ମଇଦାନରେ ଉତ୍ସାହ, ମଇଦାନ ବାହାରେ ସୌହାର୍ଦ୍ଦ୍ୟ’। ପରବର୍ତ୍ତୀ ମ୍ୟାଚ୍‌ ଅପେକ୍ଷାରେ। ’ ଏବେ ଏହି ପୋଷ୍ଟ ସୋସିଆଲ ମିଡିଆରେ ହେଉଥିବା ପନ୍ତଙ୍କ ସହ ପ୍ରବଳ ଯୁକ୍ତିତର୍କ ଗୁଜବକୁ ଖାରଜ କରିଦେଇଛି।

ମ୍ୟାଚ ବିଷୟରେ କହିଲେ, ମିଚେଲ ମାର୍ଶ ଏବଂ ନିକୋଲାସ ପୁରନଙ୍କ ବିସ୍ଫୋରକ ଇନିଂସ ବଳରେ ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ୨୦୯ ରନ କରିଥିଲା। ଏକାଥରେ ଦିଲ୍ଲୀ ୫ ଉଇକେଟ ହରାଇବା ପରେ ପରାଜୟ ନିଶ୍ଚିତ ବୋଲି ମନେ ହୋଇଥିଲା। ହେଲ ତା’ପରେ ଦଳକୁ ଆଶୁତୋଷଙ୍କ ସମର୍ଥନ ମିଳିଥିଲା ଏବଂ ସେ ଏକାକୀ ମ୍ୟାଚ୍‌ର ଗତି ବଦଳାଇ ଦେଇଥିଲେ। ଶେଷ ଓଭରରେ ଆଶୁତୋଷ ଏକ ଛକା ମାରି ଦିଲ୍ଲୀକୁ ବିଜେତା କରିଦେଇ ଦେଲେ। ସେ ତିନିଟି ବଲ ବାକି ଥାଇ ମ୍ୟାଚ୍‌ ଶେଷ କରିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri