Posted inଖେଳ

ଦିଲ୍ଲୀଠାରୁ ହାରିଯିବା ପରେ ପନ୍ତଙ୍କ ସହ ହୋଇଥିଲା କି ପ୍ରବଳ ଯୁକ୍ତିତର୍କ? ଲକ୍ଷ୍ନୌ ମାଲିକ କହିଲେ ସତ… 

ନୂଆଦିଲ୍ଲୀ,୨୫।୩: ଦିଲ୍ଲୀ କ୍ୟାପିଟାଲ୍ସ ସୋମବାର ଆଶୁତୋଷ ଶର୍ମାଙ୍କ ଚମତ୍କାର ଇନିଂସ ବଦଳରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସକୁ ଗୋଟିଏ ଉଇକେଟରେ ପରାସ୍ତ କରିଥିଲା। ଲକ୍ଷ୍ନୌ ଅଧିନାୟକ ପନ୍ତଙ୍କ ପାଇଁ ଆଇପିଏଲ୍‌ ୨୦୨୫ ଅଭିଯାନ ନିରାଶାରୁ ଆରମ୍ଭ ହୋଇଥିଲା। ପନ୍ତ ବ୍ୟାଟିଂରେ ବିଫଳ ହୋଇଥିଲେ। ଏପରିକି ମ୍ୟାଚ୍‌ର ଶେଷ ଓଭରର ଗୁୁରୁତ୍ୱପୂର୍ଣ୍ଣ ଷ୍ଟମ୍ପିଂ ହାତଛଡ଼ାକରିଥିଲେ। ଫଳରେ ଆଶୁତୋଷ ଜବରଦସ୍ତ ବ୍ୟାଟିଂ କରି ଦିଲ୍ଲୀକୁ ଜିତାଇଥିଲେ। ତେବେ ଏହି ପରାଜୟପରେ ପନ୍ତ ମୁଖ୍ୟ କୋଚ୍‌ ଜଷ୍ଟିନ ଲାଙ୍ଗର ଏବଂ ଦଳର ମାଲିକ ସଞ୍ଜିବ ଗୋଏଙ୍କାଙ୍କ ସହ ଆଲୋଚନା କରୁଥିବା ଦେଖାଯାଇଥିଲା। ଏହାକୁ ନେଇ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଭିନ୍ନ ଚର୍ଚ୍ଚା ଜୋର ଧରିଥିଲା।
୨୦୨୪ ଆଇପିଏଲ୍‌ ସମୟରେ ତତ୍କାଳିନ ଅଧିନାୟକ କେ ଏଲ୍‌ ରାହୁଲଙ୍କ ସହ ଗୋଏଙ୍କାଙ୍କ ବିବାଦ ପୁଣିଥରେ ଆଲୋଚନାକୁ ଆସିଥିଲା। ସମାନ ଢ଼ଙ୍ଗରେ ମାଲିକ ପନ୍ତଙ୍କ କ୍ଲାସ ନେଉଥିବା କୁହାଯାଇଥିଲା। ହେଲେ ଏସବୁ ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଗୋଏଙ୍କା।
ସେ ନିଜ ସୋସିଆଲ ମିଡିଆରେ ପନ୍ତଙ୍କ ସହ ଆଲୋଚନା ସମୟର ଫଟୋ ଶେୟାର କରି କ୍ୟାପଶନରେ ଲେଖିଛନ୍ତି, ମଇଦାନରେ ଉତ୍ସାହ, ମଇଦାନ ବାହାରେ ସୌହାର୍ଦ୍ଦ୍ୟ’। ପରବର୍ତ୍ତୀ ମ୍ୟାଚ୍‌ ଅପେକ୍ଷାରେ। ’ ଏବେ ଏହି ପୋଷ୍ଟ ସୋସିଆଲ ମିଡିଆରେ ହେଉଥିବା ପନ୍ତଙ୍କ ସହ ପ୍ରବଳ ଯୁକ୍ତିତର୍କ ଗୁଜବକୁ ଖାରଜ କରିଦେଇଛି।

ମ୍ୟାଚ ବିଷୟରେ କହିଲେ, ମିଚେଲ ମାର୍ଶ ଏବଂ ନିକୋଲାସ ପୁରନଙ୍କ ବିସ୍ଫୋରକ ଇନିଂସ ବଳରେ ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ୨୦୯ ରନ କରିଥିଲା। ଏକାଥରେ ଦିଲ୍ଲୀ ୫ ଉଇକେଟ ହରାଇବା ପରେ ପରାଜୟ ନିଶ୍ଚିତ ବୋଲି ମନେ ହୋଇଥିଲା। ହେଲ ତା’ପରେ ଦଳକୁ ଆଶୁତୋଷଙ୍କ ସମର୍ଥନ ମିଳିଥିଲା ଏବଂ ସେ ଏକାକୀ ମ୍ୟାଚ୍‌ର ଗତି ବଦଳାଇ ଦେଇଥିଲେ। ଶେଷ ଓଭରରେ ଆଶୁତୋଷ ଏକ ଛକା ମାରି ଦିଲ୍ଲୀକୁ ବିଜେତା କରିଦେଇ ଦେଲେ। ସେ ତିନିଟି ବଲ ବାକି ଥାଇ ମ୍ୟାଚ୍‌ ଶେଷ କରିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri