ବିକଶିତ ଭାରତ ଲକ୍ଷ୍ୟରେ ବଡ଼ ବାଧା ବିଚାର ବ୍ୟବସ୍ଥା: ବଡ ବୟାନ ଦେଲେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା

ନୂଆଦିଲ୍ଲୀ,୨୨ା୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦର ସଦସ୍ୟ ସଞ୍ଜୀବ ସାନ୍ୟାଲ କହିଛନ୍ତି, ଭାରତର ବିଚାର ବ୍ୟବସ୍ଥା ‘ବିକଶିତ ଭାରତ’ ଲକ୍ଷ୍ୟରେ ସବୁଠାରୁ ବଡ଼ ବାଧା ହୋଇଛି। ଶନିବାର ନ୍ୟାୟ ନିର୍ମାଣ ୨୦୨୫ ସମ୍ମିଳନୀରେ ସେ କହିଛନ୍ତି, ବିଚାର ବ୍ୟବସ୍ଥାରେ ବଡ଼ ସଂସ୍କାର ନହେଲେ ଅନ୍ୟ ସଂସ୍କାର ଯଥେଷ୍ଟ ହେବ ନାହିଁ।

ସାନ୍ୟାଲ କହିଛନ୍ତି, ଭାରତରେ ୨୦-୨୫ ବର୍ଷ ମଧ୍ୟରେ ବିକଶିତ ଅର୍ଥନୀତି ହେବାର ସୁଯୋଗ ରହିଛି। କିନ୍ତୁ ଧୀମା ବିବାଦ ସମାଧାନ ଓ ଚୁକ୍ତି କାର୍ଯ୍ୟକାରୀ କରିବାରେ ଦୁର୍ବଳତା ନୀତିନିର୍ମାତାଙ୍କୁ ଜଟିଳ ନିୟମ ପ୍ରଣୟନ କରିବାକୁ ବାଧ୍ୟ କରୁଛି। ସେ କମର୍ସିଆଲ କୋର୍ଟ ଆକ୍ଟ, ୨୦୧୫ର ସେକ୍ସନ ୧୨ଏ ଅଧୀନରେ ବାଧ୍ୟତାମୂଳକ ପୂର୍ବ-ମକଦ୍ଦମା ମଧ୍ୟସ୍ଥତାକୁ ଟାର୍ଗେଟ କରି କହିଛନ୍ତି, ଏହା ୯୮-୯୯% କ୍ଷେତ୍ରରେ ବିଫଳ ହେଉଛି, ଯାହା କେବଳ ସମୟ ଓ ଖର୍ଚ୍ଚ ବଢ଼ାଇଛି।

ସେ ବିଚାର ବ୍ୟବସ୍ଥାରେ ଆଧୁନିକୀକରଣ, ସରଳ ପ୍ରକ୍ରିୟା ଓ ନାଗରିକଙ୍କ ପାଇଁ ସୁଗମ ପ୍ରବେଶର ଆହ୍ୱାନ ଦେଇଛନ୍ତି। ସାନ୍ୟାଲ କହିଛନ୍ତି, ବିଚାରପତିଙ୍କୁ ‘ମାଇଁ ଲର୍ଡ’ ସମ୍ବୋଧନ ଓ ଦୀର୍ଘ ବିଚାର ଛୁଟି ବନ୍ଦ ହେବା ଉଚିତ। ସେ ଆଇନ ପେଶାକୁ ମଧ୍ୟବର୍ତ୍ତୀ କାଳର ଗିଲ୍ଡ ସଦୃଶ ବୋଲି ସମାଲୋଚନା କରି ତୁରନ୍ତ ସଂସ୍କାର ପାଇଁ ଆହ୍ୱାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ ବର୍ଷ ପରେ ନୂଆ ଆଧାର ମନା, ମୁଖ୍ୟମନ୍ତ୍ରୀ କହିଲେ…

ଗୁଆହାଟୀ,୧୩ା୬(ପି.ଟି.): ବେଆଇନ ଆପ୍ରବାସୀମାନେ ଯେପରି ଆଧାର କାର୍ଡ ହାସଲ ନ କରନ୍ତି, ସେଥିପାଇଁ ଆସାମରେ ୧୮ ବର୍ଷ ବୟସରୁ ଊର୍ଦ୍ଧ୍ୱଙ୍କୁ ଆଉ ନୂଆ ଆଧାର କାର୍ଡ ଜାରି…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ଗୁରୁତର, ଠେଙ୍ଗାମାଡ଼ରେ…

ଦିଗପହଣ୍ଡି,୧୩ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି. ଆମ୍ବଠା ଗ୍ରାମର ଧ୍ରୁବ ରାଉତ ତାଙ୍କ ପଡ଼ୋଶୀ ଅର୍ଜୁନ ନାହାକଙ୍କୁ ଶନିବାର ସକାଳ ପ୍ରାୟ ସାଢ଼େ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri