ଭୁବନେଶ୍ୱର,୧୬।୧୨: ପୁରୀ ଜିଲା ବ୍ରହ୍ମଗିରି କୁସୁବେଣ୍ଟି-ହରିଦାସ ମୌଜା ବିବାଦକୁ ନେଇ ତେଜିଲା ରାଜନୀତି। ମୁହାଁମୁହିଁ ହେଲେ ବିଧାୟିକା ଉପାସନା ମହାପାତ୍ର ଓ ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା। ହରିଦାସ ଗାଁ ଲୋକଙ୍କ ଉପରେ ବର୍ବର ଆକ୍ରମଣ ହୋଇଛି କହିଲେ ସଞ୍ଜୟ ଦାସବର୍ମା । ୫ ଶହ ଫୋର୍ସ ନେଇ ଗାଁ ଲୋକଙ୍କୁ ଆକ୍ରମଣ ଓ ଗିରଫ କରାଯାଇଛି। ମୋ ୩ ଦଶନ୍ଧିରେ ରାଜନୀତିରେ ବ୍ରହ୍ମଗିରିରେ ଏହା ହୋଇ ନଥିଲା ବୋଲି ସଞ୍ଜୟ କହିଛନ୍ତି।
ଅନ୍ୟପକ୍ଷେ ଉପାସନା କହିଛନ୍ତି, ବ୍ରହ୍ମଗିରି ଉନ୍ନତିମୂଳକ କାର୍ଯ୍ୟକୁ ସହ୍ୟ କରିପାରୁ ନାହାଁନ୍ତି ଦାସବର୍ମା । ନିଜ ବିଫଳତାକୁ ଘଣ୍ଟ ଘୋଡ଼ାଇବାକୁ ସେ ଏସବୁ କାର୍ଯ୍ୟ କରୁଛନ୍ତି। ଅପାରଗ ନେତା, ଅପାରଗ ସରକାରରେ ସେ କାର୍ଯ୍ୟ କରିପାରିଲେନି। ଚାଷୀମାନଙ୍କର ସେହି ପ୍ରକଳ୍ପ ଆବଶ୍ୟକତା ରହିଛି ବୋଲି ଜବାବ ରଖିଛନ୍ତି ଉପାସନା।
Dharitri – Odisha’s No.1 Odia Daily