ବାଣିଜ୍ୟ କର ତଥା ଜିଏସ୍‌ଟି କମିଶନର ଭାବେ ସଞ୍ଜୟ ସିଂହଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର,୩୧ା୮: ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରଶାସକ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ମଙ୍ଗଳବାର ଅପରାହ୍ନରେ କଟକସ୍ଥିତ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟରେ ବାଣିଜ୍ୟ କର ଏବଂ ଜିଏସ୍‌ଟି କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସିଂହ ବାଣିଜ୍ୟ କର ଭବନ କାର୍ଯ୍ୟାଳୟ ପରିସରରେ ପହଞ୍ଚତ୍ବା ପରେ ସେଠାରେ ତାଙ୍କୁ ବିଭାଗର ସ୍ବତନ୍ତ୍ର ଆୟୁକ୍ତ ମାନଭଞ୍ଜନ ଆଚାର୍ଯ୍ୟ ଏବଂ କୁଞ୍ଜ ବିହାରୀ ପଣ୍ଡାଙ୍କ ସମେତ ଅତିରିକ୍ତ ଆୟୁକ୍ତ ବନିତା ଦାସ, ସଦାଶିବ ପଣ୍ଡା, ଦୀପଙ୍କର ସାହୁ ଏବଂ ନିହାର ରଞ୍ଜନ ନାୟକ ପ୍ରମୁଖ ପୁଷ୍ପଗୁଚ୍ଛ ପ୍ରଦାନ ସ୍ବରୂପ ସ୍ବାଗତ ଜଣାଇଥିଲେ। ସେହିଭଳି ସଞ୍ଜୟ ବିଭାଗୀୟ କାର୍ଯ୍ୟ ପଦ୍ଧତି ସମ୍ବନ୍ଧରେ ବିଭାଗୀୟ ଅଧିକାରୀଙ୍କଠାରୁ ପଚାରି ବୁଝିଥିଲେ। ପରବର୍ତ୍ତୀ ସମୟରେ ସିଂହ ବିଭାଗୀୟ ଅଧିକାରୀମାନଙ୍କ ସହ ଏକ ମିଳିତ ବୈଠକରେ ଯୋଗ ଦେଇଥିଲେ। ସେହିପରି ବାଣିଜ୍ୟକର ତଥା ସାମଗ୍ରୀ ଓ ସେବା ଟିକସ (ଜିଏସଟି)ର ବିଭାଗୀୟ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ସହ ଏହାର ସୁଫଳ ଯେପରି ଉପଭୋକ୍ତାମାନେ ପାଇପାରିବେ ସେ ଦିଗରେ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ। ସାମଗ୍ରୀ ଓ ସେବା ଟିକସ ଆଦାୟ କ୍ଷେତ୍ରରେ ପ୍ରବର୍ତ୍ତିତ (ପ୍ରଚଳିତ) ହେଉଥିବା ସଂସ୍କାର ପ୍ରକ୍ରିୟାକୁ ଦୃଷ୍ଟିରେ ରଖି କାର୍ଯ୍ୟାନ୍ବୟନ କଲେ ସୁଫଳ ମିଳିବା ସହ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ଉପରେ ସିଂହ ଗୁରୁତ୍ୱରୋପ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

ମହିଳା ହକି ଟିମ୍‌ ଉପରେ ଟଙ୍କା ବର୍ଷା କଲେ ମୋହନ ସରକାର: ପ୍ରତ୍ୟେକ ଖେଳାଳିଙ୍କ ମିଳିବ…

ଭୁବନେଶ୍ୱର,୩।୧୦: ମହିଳା ହକି ଦଳ ଫାଇନାଲରେ ଚାଇନାକୁ ୧-୦ ଗୋଲରେ ହରାଇ ଦୀର୍ଘ ୪୪ ବର୍ଷ ପରେ ଏସିଆଡ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏଥିସହ ଦଳ…

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଦୀପାବଳି ପୂର୍ବରୁ ଖୁସିଖବର: ରାଶନ କାର୍ଡଧାରୀଙ୍କୁ ମାଗଣା ମିଳିବ ଗ୍ୟାସ ସିଲିଣ୍ଡର! ଜାଣନ୍ତୁ କେମିତି ଉଠାଇବେ ଲାଭ

୩।୧୦: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାଶନ କାର୍ଡଧାରୀ ପରିବାରଙ୍କୁ…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?