ଏକଦା ବିବାହ କରିବାକୁ କହିଥିଲେ ଦୀପିକା, ଏବେ ୫୭ ବର୍ଷରେ ବି ଅବିବାହିତ ଅଛନ୍ତି ଏହି ଲୋକପ୍ରିୟ ଫିଲ୍ମ ନିର୍ମାତା

ବମ୍ବେ: ବଲିଉଡ୍‌ର ଲୋକପ୍ରିୟ ଫିଲ୍ମନିର୍ମାତାଙ୍କ ମଧ୍ୟରୁ ସଞ୍ଜୟ ଲୀଲା ଭନଶାଲୀ ଅନ୍ୟତମ। ସେ ତାଙ୍କର ପ୍ରତିଟି ଫିଲ୍ମରେ ନିଆରା ଛାପ ଦେଇଥାନ୍ତି। ‘ହମ୍‌ ଦିଲ ଦେ ଚୁକେ ସନମ, ସାଓ୍ବରିୟା, ବାଜିରାଓ ମସ୍ତାନୀ, ପଦ୍ମାବତ’ ଭଳି ଫିଲ୍ମକୁ ଉଦାହରଣ ଭାବେ ନେଇପାରିବେ। ଫିଲ୍ମଜଗତ ପାଇଁ ଅବଦାନକୁ ନେଇ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ଆଜି ସେ ନିଜର ଜନ୍ମଦିନ ପାଳନ କରୁଥିବା ବେଳେ ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

୧୯୬୩ ଫେବୃୟାରୀ ୨୪ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ଭନଶାଲୀ। ଦକ୍ଷିଣ ମୁମ୍ବାଇର ଏକ ଗୁଜୁରାଟୀ ପରିବାରରେ ତାଙ୍କର ଜନ୍ମ। ସେ ନିଜ ନାମରେ ତାଙ୍କ ମା’ଙ୍କ ନାମ ‘ଲୀଲା’ ବ୍ୟବହାର କରିଥାନ୍ତି। ତାଙ୍କର ବାପା ଜଣେ ପ୍ରଯୋଜକ ଥିଲେ। ହେଲେ ଫିଲ୍ମରେ ସେ ସେତେଟା ସଫଳ ନ ଥିଲେ। ଫଳରେ ସେ କରଜରେ ବୁଡି ରହିଥିଲେ। ଏପରିକି ମଦ ପିଇବା ତାଙ୍କ ଅଭ୍ୟାସରେ ପରିଣତ ହୋଇଥିଲା। ପିଲାଟିଦିନୁ ଅଭାବ ଅନଟନରେ ବଢ଼ିଥିଲେ ଭନଶାଲୀ।

୧୯୮୯ରେ ଫିଲ୍ମ ‘ପରିନ୍ଦା’ରେ ସେ ସହନିର୍ଦ୍ଦେଶକ ଥିଲେ। ପରେ ୧୯୯୪ରେ ଫିଲ୍ମ ‘୧୯୪୨: ଏ ଲଭ୍‌ ଷ୍ଟୋରୀ’ର ସେ କାହାଣୀ ଲେଖିଥିଲେ। ୧୯୯୬ରେ ସେ ‘ଖାମୋଶୀ: ଦ ମ୍ୟୁଜିକାଲ’ର କାହାଣୀ ଲେଖିବା ସହ ନିର୍ଦ୍ଦେଶନା ଦେଇଥିଲେ। ୧୯୯୯ରେ ତାଙ୍କର ଜୀବନ ବଦଳାଇଦେଇଥିଲା ଫିଲ୍ମ ‘ହମ୍‌ ଦିଲ ଦେ ଚୁକେ ସନମ୍‌’। ସଲମାନ ଖାନ୍‌, ଐଶ୍ୱର୍ଯ୍ୟା ଏବଂ ଅଜୟ ଦେବଗନ ଥିବା ଏହି ଫିଲ୍ମର ପ୍ରଯୋଜକ, ନିର୍ଦ୍ଦେଶକ ଏବଂ ଲେଖକ ଥିଲେ ଭନଶାଲୀ। ଫିଲ୍ମର ସଫଳତା ପରେ ସେ ଆଉ ପଛକୁ ଦେଖି ଚାହିଁ ନାହାନ୍ତି। ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଉଥିବାରୁ ଆଜି ସେ ଜଣେ ପରିଚିତ ନାମ। ଆଗାମୀ ଦିନରେ ତାଙ୍କର ଫିଲ୍ମ ‘ଗଗୁଂବାଇ କାଠିୟାବାଡି’ ରିଲିଜ ହେବାକୁ ଯାଉଛି।

ଏବେ ଭନଶାଲୀଙ୍କୁ ୫୭ ବର୍ଷ। ବଲିଉଡ୍‌ର ଲୋକପ୍ରିୟ ତଥା ଧନୀ ନିର୍ମାତା ହେବା ସତ୍ତ୍ୱେ ଆଜି ବି ଅବିବାହିତ ସେ। ଏକଦା ବିଗ୍‌ ବସ୍‌ରେ ଦୀପିକା ପାଦ୍ୟୁକୋନ୍‌ ତାଙ୍କୁ ବିବାହ କରିବାକୁ ଚାହୁଁଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri