Posted inଜାତୀୟ

ସଞ୍ଜୟଙ୍କ ମନରେ ନାହିଁ ପଶ୍ଚାତାପ: ଜେଲ୍‌ର କାଳକୋଠରୀ ଭିତରେ ହସୁଛନ୍ତି ରାକ୍ଷାସ ହସ

କୋଲକାତା,୨୪।୮: କୋଲକାତାର ଆରଜି କର ମେଡିକାଲ କଲେଜର ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ପରେ ଅଭିଯୁକ୍ତ ସଞ୍ଜୟ ରୟଙ୍କ ଚରିତ୍ର ପଦାରେ ପଡ଼ିଲାଣି ସିବିଆଇ ଅଧିକାରୀଙ୍କ କହିବା ଅନୁସାରେ, ସଞ୍ଜୟ ଜଣେ ବିକୃତ ମାନସିକତାର ବ୍ୟକ୍ତି । ଯାହାର ଅଭ୍ୟାସ ଥିଲା ପର୍ଣ୍ଣ ଭିଡିଓ ଦେଖିବା ।
ତେବେ ବଳାତ୍କାର ଓ ହତ୍ୟା ଘଟଣା ଭଳି ଉନ୍ମତ୍ତ କାଣ୍ଡ ଘଟାଇବା ପରେ ମଧ୍ୟ ତାର କୌଣସି ପଶ୍ଚାତାପ ନାହିଁ । ସଞ୍ଜୟର ମୋବାଇଲରୁ ଅନେକ ଅଶ୍ଳୀଳ ଭିଡିଓ ମିଳିଛି । ସେ ଛୋଟରୁ ଛୋଟ ଘଟଣା କହିବା ସହ କେମିତି ଅପରାଧ ଘଟାଇଛି ସେ ସବୁ କଥାକୁ କହିଛି । ଆଗରୁ ମଧ୍ୟ ସଞ୍ଜୟ ଅନେକ ମହିଳାଙ୍କ ସହ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲା
ସେ ୪ ଜଣ ଯୁବତୀଙ୍କୁ ବାହା ହୋଇଥିଲେ। ଶୋଷ ମେଣ୍ଟିଯିବା ପରେ ସେମାନଙ୍କୁ ଅଧାବାଟରେ ଛାଡ଼ି ଦେଇଥିଲା । ଖାଲି ସେତିକି ନୁହେଁ, ସ୍ୱାର୍ଥ ମେଣ୍ଟିଯିବା ପରେ ସମସ୍ତଙ୍କୁ ପ୍ରବଳ ମାଡ଼ ମାରି ଲହୁ ଲୁହାଣ କରିଥିଲା । ଏମିତିକି ତା’ର ୪ର୍ଥ ସ୍ତ୍ରୀ ଗର୍ଭବତୀ ଥିବା ସମୟରେ ତାକୁ ମାଡ଼ ମାରି ଲହୁଲୁହାଣ କରିଥିଲା । ସେ ପୋଲିସ ନିକଟରେ ଦୁଇ ଦୁଇ ଥର ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ତା’କୁ ଗିରଫ କରି ନ ଥିଲା ।
ବର୍ତ୍ତମାନ ସବୁ ପାପର .ପୋଥି ନିଜ ମୁହଁରେ କହୁଛି ସଞ୍ଜୟ । ନିଜ କୁକର୍ମର ଗୋଟି ଗୋଟି କାହାଣୀ ସିବିଅଆଇକୁ ଜଣାଉଛି। ଚାରିଆଡେ ଏହାକୁ ନେଇେ ନିଆଁ ଜଳୁଥିବା ବେଳେ, ସଞ୍ଜୟଙ୍କୁ ଫାଶୀ ଦଣ୍ଡ  ନାରା ଦିଅଆଯାଉଛି। ତେବେ ଏ ନେଇ ନା ଅଛି
ତାଙ୍କ ମନରେ ଦୁଃଖ, ନା ପଶ୍ଚାତାପ, ଏବେ ବି ସେ ଜେଲର ଚାରି କାନ୍ଥ ଭିତରେ ରାକ୍ଷସର ହସ ହସୁଛି ।  ଜେଲରେ ମଟନ ଏବଂ ରୋଟି  ଖାଉଛି।
କୋଲକାତାର ଆର୍‌.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଅଭିଯୋଗରେ ସଞ୍ଜୟ ରୟ ବର୍ତ୍ତମାନ ଜେଲରେ ଅଛନ୍ତି। ସଞ୍ଜୟ ରୟଙ୍କୁ କୋଲକାତାର ପ୍ରେସିଡେନ୍ସି ଜେଲରେ ସେଲ ନମ୍ବର ୨୧ ରେ ରଖାଯାଇଛ। କୁହାଯାଉଛି ଯେ ସଞ୍ଜୟଙ୍କୁ ଗତକାଲି ରାତିରେ ଜେଲରେ ମଟନ ଏବଂ ରୋଟି ଖାଇବାକୁ ଦିଆଯାଉଛି। ସୂଚନାନୁସାରେ, ସିବିଆଇ ଟିମ କୋଲକାତାର ପ୍ରେସିଡେନ୍ସି ଜେଲରେ ତାଙ୍କର ପଲିଗ୍ରାଫ ଟେଷ୍ଟ କରୁଛି। ସିସିଟିଭି ଫୁଟେଜରେ ସଞ୍ଜୟ ରୟ ହତ୍ୟାକାଣ୍ଡର ସକାଳ ୪ଟାରେ ଆର୍‌.ଜି କର ମେଡିକାଲ କଲେଜରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। ସଞ୍ଜୟ ରୟ ଏ ପର୍ଯ୍ୟନ୍ତ ସିବିଆଇ ପଚରାଉଚରାରେ କୌଣସି ବିଶେଷ ରହସ୍ୟ ପ୍ରକାଶ କରି ନାହାଁନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଯୁଦ୍ଧ ମଧ୍ୟରେ ସଂସଦରେ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri