ଜୀବନରେ ୩୦୮ ଝିଅଙ୍କୁ ଡେଟ୍‌ କରିଛନ୍ତି ଏହି ଅଭିନେତା, ଏକଦା ୧୬ ବର୍ଷ ସାନ ସୁସ୍ମିତାଙ୍କୁ ଭଲପାଇ ବସିଥିଲେ; ସ୍ତ୍ରୀ ଜାଣିବା ପରେ..

ବମ୍ବେ: ୧୯୮୧ରେ ସୁପରହିଟ୍‌ ଫିଲ୍ମ ‘ରକି’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତା ସଞ୍ଜୟ ଦତ୍ତ। ଦୀର୍ଘ ବର୍ଷ ବିତିଥିଲେ ହେଁ ଏଯାବତ ସେ ଆକ୍ଟିଭ୍‌ ଅଛନ୍ତି। ତେବେ କେବଳ ଯେ କାମ ତାହା ନୁହେଁ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି ସଞ୍ଜୟ।

ସଞ୍ଜୟ ନିଜ ଜୀବନରେ ୩୦୮ ଝିଅଙ୍କୁ ଡେଟ୍‌ କରିଛନ୍ତି। ଏଥିରେ ଅନେକ ନାମିଦାମୀ ବଲିଉଡ୍‌ ଅଭିନେତ୍ରୀ ଅଛନ୍ତି। ମାଧୁରୀ ଦିକ୍ଷୀତ, ଟିନା ମୁନିମଙ୍କଠାରୁ ଆରମ୍ଭ କରି ୧୬ ବର୍ଷ ସାନ ସୁସ୍ମିତା ସେନ୍‌ଙ୍କ ସହ ପ୍ରେମ ସମ୍ପର୍କରେ ରହିଥିଲେ ଏହି ଅଭିନେତା। କୁହାଯାଏ ସୁସ୍ମିତାଙ୍କୁ ସେ ବିଦେଶରେ ଭେଟିବା ସହ ତାଙ୍କ ସହ ସମୟ ବିତାଉଥିଲେ। ଉଭୟଙ୍କ ଲୁଚାଛପା ପ୍ରେମ ବିଷୟରେ ସଞ୍ଜୟଙ୍କ ଦ୍ୱିତୀୟ ସ୍ତ୍ରୀ ରିୟା ପିଲ୍ଲେ ଜାଣିବାକୁ ପାଇଥିଲେ। ସେ ତାଙ୍କୁ ଧରିବାକୁ ଚାହିଁଥିଲେ। ଏକଦା ବିଦେଶରେ ଏକ ଷ୍ଟେଜ୍‌ ଶୋ’ କରିବାକୁ ଯାଇଥିବା ବେଳେ ରିୟା ସେଠାରେ ପହଞ୍ଚି ଯାଇଥିଲେ। ପରେ ସେ ଉଭୟଙ୍କୁ ଏକ ରୁମ୍‌ରେ ଥିବା ଦେଖିଥିଲେ। ସ୍ତ୍ରୀ ଜାଣିନେବା ପରେ ସଞ୍ଜୟ କ୍ଷମା ମାଗିଥିଲେ। ହେଲେ କଥା ଶାନ୍ତ ପଡ଼ି ନ ଥିଲା। ଘଟଣାର କିଛି ଦିନ ପରେ ଉଭୟ ଅଲଗା ହୋଇଯାଇଥିଲେ।

ସଞ୍ଜୟ ମୋଟ ତିନିଜଣଙ୍କୁ ବିବାହ କରିଛନ୍ତି। ୧୯୮୭ରେ ଅଭିନେତ୍ରୀ ଋଚା ଶର୍ମାଙ୍କୁ ସେ ବିବାହ କରିଥିଲେ। ଉଭୟଙ୍କ ଏକ ଝିଅ ତ୍ରିଶାଳା ଦତ୍ତ ଅଛନ୍ତି। ହେଲେ ବିବାହର ୯ ବର୍ଷ ପରେ ସଞ୍ଜୟ ସ୍ତ୍ରୀଙ୍କଠାରୁ ଅଲଗା ହୋଇଥିଲେ। ୧୯୯୬ରେ ବ୍ରେନ୍‌ ଟ୍ୟୁମର ହେବା ଯୋଗୁ ଋଚାଙ୍କ ନିଧନ ହୋଇଥିଲା। ପରେ ୧୯୯୮ରେ ସେ ରିଚାଙ୍କୁ ବିବାହ କରିଥିଲେ। ୨୦୦୮ରେ ତାଙ୍କୁ ଛାଡ଼ପତ୍ର ଦେଇଥିଲେ। ଏହାପରେ ସଞ୍ଜୟଙ୍କ ଜୀବନରେ ମାନ୍ୟତାଙ୍କ ଏଣ୍ଟ୍ରି ହୋଇଥିଲା। ସେମାନେ ବିବାହ କରିବା ପରେ ଏବେ ଜାଆଁଳା ସନ୍ତାନ ଶହରାନ ଏବଂ ଇକରାଙ୍କ ପିତାମାତା ପାଲଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri