Posted inଜାତୀୟ

ସଙ୍ଗମ ଜଳ ପ୍ରଦୂଷଣ: କେନ୍ଦ୍ରୀୟ ସଂସ୍ଥା-ଯୋଗୀ ମୁହଁାମୁହିଁ

ନୂଆଦିଲ୍ଲୀ, ୨୦ା୨ (ପି.ଟି.): ଉତ୍ତରପ୍ରଦେଶ ପ୍ରୟାଗରାଜରେ ଜାନୁଆରୀ ୧୩ରୁ ଚାଲିଛି ମହାକୁମ୍ଭ। ଗଙ୍ଗା, ଯମୁନା ଏବଂ ଅଦୃଶ୍ୟ ସରସ୍ବତୀ ନଦୀର ମିଳନସ୍ଥଳ ସଙ୍ଗମରେ ବୁଡ଼ ପକାଇ ପୁଣ୍ୟ ଅର୍ଜନ କରିବା ଆଶାରେ ସେଠାକୁ ଛୁଟିଛନ୍ତି ବହୁ କୋଟି ଲୋକ। ହେଲେ ସଙ୍ଗମ ଜଳ ସ୍ନାନ ପାଇଁ ସୁରକ୍ଷିତ ନୁହେଁ ବୋଲି ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ସଂସ୍ଥା କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ କୁହାଯାଇଛି। କାରଣ ସଙ୍ଗମ ଜଳର ବାୟୋଲୋଜିକାଲ ଅକ୍ସିଜେନ ଡିମାଣ୍ଡ (ବିଓଡି) ଉଚ୍ଚସ୍ତରରେ ରହିଛି। ବିଓଡି ଦ୍ୱାରା ପାଣିର ମାନ ନିିର୍ଦ୍ଧାରଣ କରାଯାଇଥାଏ। ବିଓଡି ଲିଟର ପିଛା ୩ ମିଲିଗ୍ରାମରୁ କମ୍‌ ରହିଲେ ତାହା ସ୍ନାନ ପାଇଁ ଉପଯୁକ୍ତ। ଏହା ପୂର୍ବରୁ ସିପିସିବି ପ୍ରୟାଗସ୍ଥିତ ନଦୀଜଳରେ ଅତ୍ୟଧିକ ପରିମାଣରେ ମଳ ବ୍ୟାକ୍ଟେରିଆ ଭରିରହିଥିବା ରିପୋର୍ଟ ପ୍ରକାଶ କରିଥିଲା। ଏହାକୁ ଉତ୍ତରପ୍ରଦେଶରେ କ୍ଷମତାସୀନ ଭାଜପା ସରକାର ଖଣ୍ଡନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ବିଧାନସଭାରେ କହିଛନ୍ତି, ସଙ୍ଗମ ଜଳ ସମ୍ପୂର୍ଣ୍ଣ ସୁରକ୍ଷିତ। ତାହା କେବଳ ସ୍ନାନ ପାଇଁ ନୁହେଁ, ଆଚମନ (ପିଇବା) ନିମନ୍ତେ ମଧ୍ୟ ଉପଯୁକ୍ତ ବୋଲି ଯୋଗୀ କହିଛନ୍ତି। ବୁଡ଼ ପକାଉଥିବା ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷା ସବୁଠୁ ଅଧିକ ଜରୁରୀ ହୋଇଥିବାବେଳେ ଏହାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଏକପ୍ରକାର
ମୁହଁାମୁହିଁ ହୋଇଥିବା ଦେଖିବାକୁ ମିଳିଛି। କେନ୍ଦ୍ରୀୟ ଏଜେନ୍ସିର ରିପୋର୍ଟକୁ ୟୁପି ସରକାର ଖଣ୍ଡନ କରିବା ପରେ ଉଭୟଙ୍କ ଆଭିମୁଖ୍ୟର ବିରୋଧାଭାସ ବର୍ତ୍ତମାନ ସାମ୍ନାକୁ ଆସିଛି।

ସିପିସିବି ତଥ୍ୟ ଅନୁଯାୟୀ, ଜାନୁଆରୀ ୧୩ ତାରିଖ ସଙ୍ଗମ ଜଳରେ ଲିଟର ପିଛା ୩.୯୪ ମିଲିଗ୍ରାମ ବିଓଡି ରହିଥିଲା। ସେଥିରେ ସୁଧାର ଆସି ଜାନୁଆରୀ ୧୪ରେ ୨.୨୮ମିଲିଗ୍ରାମକୁ ଖସିଥିଲା। ଏହାପରେ ଏହି ଜଳ ପ୍ରାୟତଃ ସ୍ନାନ ଉପଯୋଗୀ ସ୍ତରରେ ରହିନାହିଁ। କାରଣ ସଙ୍ଗମ ଜଳରେ ଲିଟର ପିଛା ବିଓଡି ଜାନୁଆରୀ ୧୬ରେ ୫.୦୯ ମିଲିଗ୍ରାମ, ୧୮ତାରିଖ(ଅପରାହ୍ନ ୫ଟା)ରେ ୪.୬ ମିଲିଗ୍ରାମ, ୧୯ ତାରିଖ(ସକାଳ ୮ଟା)ରେ ୫.୨୯ ମିଲିଗ୍ରାମ ରହିଥିଲା। ସେହିପରି ଜାନୁଆରୀ ୨୪ରେ ୪.୦୮ ମିଲିଗ୍ରାମ ଏବଂ ଜାନୁଆରୀ ୨୯ ମୌନୀ ଅମାବାସ୍ୟାରେ ସଙ୍ଗମ ଜଳରେ ବିଓଡି ଲିଟର ପିଛା ୩.୨୬ ମିଲିଗ୍ରାମ ରହିଥିଲା। ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ଙ୍କୁ ସିପିସିବି ଏ ସଂକ୍ରାନ୍ତରେ ଏକ ରିପୋର୍ଟ ଗତ ଫେବୃଆରୀ ୩ରେ ପ୍ରଦାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୬.୬.୬.୬.୬.୬.୬…ମାତ୍ର ୨୦ ବଲ୍‌ରେ ଚମତ୍କାର କଲେ ଇଶାନ

ନୂଆଦିଲ୍ଲୀ,୫।୨: ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଗତ ୪ ଫେବୃଆରୀ ରାତିରେ ଟି-୨୦ ବିଶ୍ୱକପ ଅଭ୍ୟାସ ମ୍ୟାଚରେ ଟିମ…

ଉଠିଲାଣି ୫୬ ଲକ୍ଷ, ପଡ଼ିରହିଛି ୭ ଲକ୍ଷ କୁଇଣ୍ଟାଲ

ଭବାନୀପାଟଣା,୫ା୨ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ କିଣା ଆରମ୍ଭରୁ ଅବ୍ୟବସ୍ଥା ଲାଗିରହିଛି। ଧାନ କିଣାକୁ ୨ ମାସରୁ ଊଦ୍ଧର୍‌ବ ସମୟ ବିତିଯାଇଥିଲେ ମଧ୍ୟ…

ଛାତିଥରା…ଦୁଇ ଗାଁରେ 162 ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ,୫।୨: ପଶ୍ଚିମ ନାଇଜେରିଆର ଦୁଇଟି ଗାଁରେ ଆକ୍ରମଣ କରି ସଶସ୍ତ୍ର ଆତଙ୍କବାଦୀମାନେ ଅତି କମରେ ୧୬୨ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ବୁଧବାର ଦିନ ଜଣେ…

ଘର ଭାଙ୍ଗି ଧାନ, ଚାଉଳ ଖାଇଲେ ହାତୀପଲ

ନୂଆପଡ଼ା,୫ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଏକ ଗଁାର ୧୦ରୁ ଊର୍ଦ୍ଧ୍ୱ ଘରକୁ ହାତୀ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ…

ୟୁପିଏସ୍‌ସି: କୃତକାର୍ଯ୍ୟଙ୍କୁ ଦ୍ୱିତୀୟ ପରୀକ୍ଷା ମନା, ଚେହେରା ଚିହ୍ନଟ’ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୫।୨: କେନ୍ଦ୍ର ଲୋକ ସେବା ଆୟୋଗ (ୟୁପିଏସ୍‌ସି) ପକ୍ଷରୁ ବୁଧବାର ସନ୍ଧ୍ୟାରେ ୨୦୨୬ ବର୍ଷ ପାଇଁ ସିଭିଲ୍‌ ସର୍ଭିସେସ୍‌ ଏକ୍‌ଜାମିନେଶନ୍‌ (ସିଏସ୍‌ଇ) ବିଜ୍ଞପ୍ତି ଜାରି କରାଯାଇଛି। ଏବର୍ଷ…

ମହାନଦୀ ଜଳ ବିବାଦ: ଓଡ଼ିଶା ଚାହୁଁଛି କେନ୍ଦ୍ର ମଧ୍ୟସ୍ଥତା

ଭୁବନେଶ୍ୱର,୫ା୨(ରବିନାରାୟଣ ଜେନା):ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏହା ଟ୍ରିବ୍ୟୁନାଲ ମାଧ୍ୟମରେ ସମାଧାନ ହେବା ସମୟସାପେକ୍ଷ। ତେଣୁ ମଧ୍ୟସ୍ଥ ଜରିଆରେ…

ଖେମ୍‌ଚନ୍ଦ ସିଂ ମଣିପୁର ମୁଖ୍ୟମନ୍ତ୍ରୀ

ଇମ୍ଫାଲ,୫।୨: ମଣିପୁରରେ ଜାରି ହୋଇଥିବା ରାଷ୍ଟ୍ରପତି ଶାସନ ବୁଧବାର ହଟିବା ପରେ ଭାଜପା ନେତୃତ୍ୱାଧୀନ ମେଣ୍ଟ ନେତା ୟୁମନାମ୍‌ ଖେମ୍‌ଚାନ୍ଦ ସିଂ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି…

ଜୀବନ ରକ୍ଷା କରିବ ‘ହାର୍ଟଗାର୍ଡ’ ମାସ୍କ, ହୃଦଘାତ ପୂର୍ବରୁ ବାଜିବ ଆଲାର୍ମ

କଟକ,୫।୨(କୁମାରଶ୍ରୀ): ମୁହଁରେ ବନ୍ଧା ଯାଇଥିବା ମାସ୍କ ଜୀବନ ରକ୍ଷା କରିପାରିବ। ସମ୍ପୃକ୍ତ ବ୍ୟକ୍ତିଙ୍କ ହୃଦ୍‌ଘାତ ହେବା ପୂର୍ବରୁ ବାଜିବ ଆଲାର୍ମ। ଶାରୀରିକ ଅସୁସ୍ଥତାକୁ ସୂଚାଇ ମାସ୍କ ଜରିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri