ସ୍ବଦେଶୀ ଆପ୍‌ ‘ସନ୍ଦେଶ’ ପ୍ରତି ଆକର୍ଷଣ ବଢୁଛି

ନୂଆଦିଲ୍ଲୀ: ସରକାର ପ୍ରଥମେ ବିଭିନ୍ନ ଚାଇନା ଆପକୁ ବ୍ୟାନ କଲେ। ଦେଶର ସୁରକ୍ଷା ଓ ସମ୍ପ୍ରଦାୟିକ ଘଟଣାରୁ ବିରୋଧୀ ଗୋଷ୍ଟୀଙ୍କ କବଳରୁ ଦେଶକୁ ରକ୍ଷା କରିବା ପାଇଁ ମେକ ଇନ ଇଣ୍ଡିଆ ଓ ଆମତ୍ ନିର୍ଭର ଭାରତର ପ୍ରଚାର ଓ ପ୍ରସାର ସହିତ ଷ୍ଟାଟଅପ କୁ ପ୍ରୋସାହିତ କରିବା ପାଇଁ ବିଭିନ୍ନ ଯୋଜନା ଓ ସହାୟତା ପ୍ରଦାନ କରାଗଲା। ବର୍ତ୍ତମାନ ସମୟରେ ହ୍ବାଟସ ଆପକୁ ନେଇ ଦେଖାଦେଇଥିବା ବିବାଦରୁ ଦେଶବାସୀଙ୍କୁ ଦୁରେଇ ରଖିବା ନିମନ୍ତେ ନୂଆ ନୂଆ ସୋସିଆଲ ପ୍ଲାଟଫର୍ମର ଆରମ୍ଭ ସରକାରଙ୍କ ସହଯୋଗରେ ଆରମ୍ଭ ହେଉଛି। ଇନ୍‌ଷ୍ଟାଣ୍ଟ ମେସେଜିଂ ହ୍ବାଟ୍ସଆପ୍‌ ଆପ୍‌କୁ ଟକ୍କରଦେବା ପାଇଁ ବଜାରକୁ ଆସିଛି ‘ସନ୍ଦେଶ ଆପ୍‌’। ନିକଟରେ କେନ୍ଦ୍ର ସରକାର ଏହି ସ୍ବଦେଶୀ ଆପ୍‌କୁ ଲଞ୍ଚ୍‌ କରିଛନ୍ତି। ନ୍ୟାଶନାଲ ଇନ୍‌ଫରମେଟିକ ସେଣ୍ଟର ଦ୍ୱାରା ବିକଶିତ ଏହି ଆପ୍‌କୁ ଆପଲ ପ୍ଲେ ଷ୍ଟୋର ଜିଆଇଏମ୍‌ଏସ୍‌ ପୋର୍ଟାଲରୁ ଡାଉନଲୋଡ୍‌ କରିହେବ। ସେହିଭଳି ହ୍ବାଟ୍ସଆପ୍‌ ଭଳି ଏହି ଆପ୍‌ରେ ମଧ୍ୟ ଜଣେ ୟୁଜର୍ସ ଅଡିଓ, ଭିଡିଓ କଲ୍‌ କରିପାରିବା ସହିତ ମଲ୍ଟିମିଡିଆ ଓ ଫାଇଲ ଶେୟାର କରିପାରିବେ ବୋଲି ଜଣାପଡ଼ିଛି। ଜଣେ ବ୍ୟବହାରକାରୀ ହ୍ବାଟ୍ସଆପ୍‌ରେ ଯାହା ସୁବିଧା ପାଇପାରୁଛନ୍ତି ସେହିସବୁ ସୁବିଧା ଏହି ଆପ୍‌ରେ ବି ପାଇପାରିବେ। ହ୍ବାଟ୍ସଆପ୍‌ ଓ ସନ୍ଦେଶ ଆପ୍‌ ମଧ୍ୟରେ ଫରକ ହେଉଛି ଯେ, ହ୍ବାଟ୍ସଆପ୍‌ରେ କେବଳ ମୋବାଇଲ ନମ୍ବର ବ୍ୟବହାର କରାଯାଉଥିଲା ବେଳେ ସନ୍ଦେଶରେ ଲଗ୍‌ଇନ୍‌ କରିବାକୁ ମୋବାଇଲ ନମ୍ବର ସହିତ ଇମେଲ୍‌ ଆଇଡି ଦେବାକୁ ପଡ଼ିବ। ବର୍ତ୍ତମାନ କେବଳ ସରକାରୀ କର୍ମଚାରୀମାନେ ଏଥିରେ ଲଗ୍‌ଇନ୍‌ କରିପାରିବେ ବୋଲି ଜଣାପଡ଼ିଛି। ସେମାନେ ଏହି ଆପ୍‌ ଜରିଆରେ ନିଜ ସମ୍ପର୍କୀୟଙ୍କୁ ଯୋଗାଯୋଗ କରିବେ। ଏହାର ବ୍ୟବହାର ବେଳେ ଅନ୍ୟମାନଙ୍କୁ ବି ଏହି ଆପ୍‌ର ବ୍ୟବହାର ପାଇଁ ଅନୁମତି ମିଳିବ। ସୂଚନାଯୋଗ୍ୟ, ନିକଟରେ ହ୍ବାଟ୍ସଆପ୍‌ ପ୍ରିଭେସି ପଲିସି ଅପ୍‌ଡେଟ୍‌ ନୋଟିଫିକେଶନ ପଠାଇଥିଲା। ଏହାକୁ ନେଇ ବିବାଦ ଦେଖିଯାଇଥିଲା। ଫଳରେ ଉକ୍ତ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା ପରେ କୌଣସି ଡାଟା ଶେୟାରିଂର ପ୍ରକ୍ରିୟା ବଦଳିବ ନାହଁ ବୋଲି ହ୍ବାଟ୍ସଆପ୍‌ ସ୍ପଷ୍ଟ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri