ସ୍ବଦେଶୀ ଆପ୍‌ ‘ସନ୍ଦେଶ’ ପ୍ରତି ଆକର୍ଷଣ ବଢୁଛି

ନୂଆଦିଲ୍ଲୀ: ସରକାର ପ୍ରଥମେ ବିଭିନ୍ନ ଚାଇନା ଆପକୁ ବ୍ୟାନ କଲେ। ଦେଶର ସୁରକ୍ଷା ଓ ସମ୍ପ୍ରଦାୟିକ ଘଟଣାରୁ ବିରୋଧୀ ଗୋଷ୍ଟୀଙ୍କ କବଳରୁ ଦେଶକୁ ରକ୍ଷା କରିବା ପାଇଁ ମେକ ଇନ ଇଣ୍ଡିଆ ଓ ଆମତ୍ ନିର୍ଭର ଭାରତର ପ୍ରଚାର ଓ ପ୍ରସାର ସହିତ ଷ୍ଟାଟଅପ କୁ ପ୍ରୋସାହିତ କରିବା ପାଇଁ ବିଭିନ୍ନ ଯୋଜନା ଓ ସହାୟତା ପ୍ରଦାନ କରାଗଲା। ବର୍ତ୍ତମାନ ସମୟରେ ହ୍ବାଟସ ଆପକୁ ନେଇ ଦେଖାଦେଇଥିବା ବିବାଦରୁ ଦେଶବାସୀଙ୍କୁ ଦୁରେଇ ରଖିବା ନିମନ୍ତେ ନୂଆ ନୂଆ ସୋସିଆଲ ପ୍ଲାଟଫର୍ମର ଆରମ୍ଭ ସରକାରଙ୍କ ସହଯୋଗରେ ଆରମ୍ଭ ହେଉଛି। ଇନ୍‌ଷ୍ଟାଣ୍ଟ ମେସେଜିଂ ହ୍ବାଟ୍ସଆପ୍‌ ଆପ୍‌କୁ ଟକ୍କରଦେବା ପାଇଁ ବଜାରକୁ ଆସିଛି ‘ସନ୍ଦେଶ ଆପ୍‌’। ନିକଟରେ କେନ୍ଦ୍ର ସରକାର ଏହି ସ୍ବଦେଶୀ ଆପ୍‌କୁ ଲଞ୍ଚ୍‌ କରିଛନ୍ତି। ନ୍ୟାଶନାଲ ଇନ୍‌ଫରମେଟିକ ସେଣ୍ଟର ଦ୍ୱାରା ବିକଶିତ ଏହି ଆପ୍‌କୁ ଆପଲ ପ୍ଲେ ଷ୍ଟୋର ଜିଆଇଏମ୍‌ଏସ୍‌ ପୋର୍ଟାଲରୁ ଡାଉନଲୋଡ୍‌ କରିହେବ। ସେହିଭଳି ହ୍ବାଟ୍ସଆପ୍‌ ଭଳି ଏହି ଆପ୍‌ରେ ମଧ୍ୟ ଜଣେ ୟୁଜର୍ସ ଅଡିଓ, ଭିଡିଓ କଲ୍‌ କରିପାରିବା ସହିତ ମଲ୍ଟିମିଡିଆ ଓ ଫାଇଲ ଶେୟାର କରିପାରିବେ ବୋଲି ଜଣାପଡ଼ିଛି। ଜଣେ ବ୍ୟବହାରକାରୀ ହ୍ବାଟ୍ସଆପ୍‌ରେ ଯାହା ସୁବିଧା ପାଇପାରୁଛନ୍ତି ସେହିସବୁ ସୁବିଧା ଏହି ଆପ୍‌ରେ ବି ପାଇପାରିବେ। ହ୍ବାଟ୍ସଆପ୍‌ ଓ ସନ୍ଦେଶ ଆପ୍‌ ମଧ୍ୟରେ ଫରକ ହେଉଛି ଯେ, ହ୍ବାଟ୍ସଆପ୍‌ରେ କେବଳ ମୋବାଇଲ ନମ୍ବର ବ୍ୟବହାର କରାଯାଉଥିଲା ବେଳେ ସନ୍ଦେଶରେ ଲଗ୍‌ଇନ୍‌ କରିବାକୁ ମୋବାଇଲ ନମ୍ବର ସହିତ ଇମେଲ୍‌ ଆଇଡି ଦେବାକୁ ପଡ଼ିବ। ବର୍ତ୍ତମାନ କେବଳ ସରକାରୀ କର୍ମଚାରୀମାନେ ଏଥିରେ ଲଗ୍‌ଇନ୍‌ କରିପାରିବେ ବୋଲି ଜଣାପଡ଼ିଛି। ସେମାନେ ଏହି ଆପ୍‌ ଜରିଆରେ ନିଜ ସମ୍ପର୍କୀୟଙ୍କୁ ଯୋଗାଯୋଗ କରିବେ। ଏହାର ବ୍ୟବହାର ବେଳେ ଅନ୍ୟମାନଙ୍କୁ ବି ଏହି ଆପ୍‌ର ବ୍ୟବହାର ପାଇଁ ଅନୁମତି ମିଳିବ। ସୂଚନାଯୋଗ୍ୟ, ନିକଟରେ ହ୍ବାଟ୍ସଆପ୍‌ ପ୍ରିଭେସି ପଲିସି ଅପ୍‌ଡେଟ୍‌ ନୋଟିଫିକେଶନ ପଠାଇଥିଲା। ଏହାକୁ ନେଇ ବିବାଦ ଦେଖିଯାଇଥିଲା। ଫଳରେ ଉକ୍ତ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା ପରେ କୌଣସି ଡାଟା ଶେୟାରିଂର ପ୍ରକ୍ରିୟା ବଦଳିବ ନାହଁ ବୋଲି ହ୍ବାଟ୍ସଆପ୍‌ ସ୍ପଷ୍ଟ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ହଲଚଲ୍! ଫୁଡ୍ ଡେଲିଭରି ବଜାରକୁ ଏଣ୍ଟ୍ରି କରିବ ଫ୍ଲିପକାର୍ଟ, Zomato-Swiggyକୁ କଡ଼ା ଟକ୍କର

ନୂଆଦିଲ୍ଲୀ,୨।୮:ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ବର୍ତ୍ତମାନ ଖାଦ୍ୟ ବିତରଣ (ଫୁଡ୍ ଡେଲିଭରି) ବ୍ୟବସାୟକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଚଳାଇଛି। କମ୍ପାନୀ ପାଖାପାଖି ଅଗଷ୍ଟ ୧୫ ତାରିଖରୁ ବେଙ୍ଗାଲୋରରୁ ନିଜର…

ପର୍ବପର୍ବାଣୀ ପୂର୍ବରୁ ବଡ଼ ଝଟକା! ଦୈନନ୍ଦିନ ବ୍ୟବହାରର ସାମଗ୍ରୀ ଉପରେ ମହଙ୍ଗା ମାଡ଼, ବଢିଯିବ ଦାମ୍‌

ନୂଆଦିଲ୍ଲୀ,୧।୮: ବର୍ତ୍ତମାନ ମୌସୁମୀ ଋତୁ ଚାଲିଛି। ଯେପରି ମୌସୁମୀ ବିଦାୟ ନେବ, ଭାରତୀୟମାନେ ପର୍ବପର୍ବାଣୀକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେବେ। ଘର ରଙ୍ଗ କରିବାଠାରୁ…

ନୂଆ ମାସ, ନୂଆ ନିୟମ! ଅଗଷ୍ଟ ୧ରୁ ବଦଳିଲା ଅନେକ ବ୍ୟବସ୍ଥା, ଜାଣନ୍ତୁ କ’ଣ କ’ଣ…

ନୂଆଦିଲ୍ଲୀ,୧।୮: ପ୍ରତି ମାସର ପ୍ରଥମ ଦିନ ପରି ଅଗଷ୍ଟ ମାସ ମଧ୍ୟ ଏହା ସହିତ କିଛି ପରିବର୍ତ୍ତନ ନେଇ ଆସୁଛି, ଯାହା ଆମର ଏବଂ ଆପଣଙ୍କ ଜୀବନ…

ଟ୍ରେନ୍‌ରେ ଅଧିକ ସାମଗ୍ରୀ ନେବା ହେଲା ସହଜ! କନ୍‌ଫର୍ମ ଟିକେଟ୍‌ରେ ଆରମ୍ଭ ହେଲା ଅନ୍‌ଲାଇନ୍ ଲଗେଜ୍ ବୁକିଂ

ନୂଆଦିଲ୍ଲୀ,୩୧।୭: ଭାରତୀୟ ରେଳ ୩୧ ଜୁଲାଇରୁ କନ୍‌ଫର୍ମ ଟ୍ରେନ୍ ଟିକେଟ୍ ଥିବା ଯାତ୍ରୀଙ୍କ ପାଇଁ ବ୍ୟକ୍ତିଗତ ଜିନିଷପତ୍ର (ପର୍ସନାଲ ଲଗେଜ୍)ର ଅନ୍‌ଲାଇନ୍ ବୁକିଂ ଆରମ୍ଭ କରିବାକୁ ଯାଉଛି।…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

ଲକ୍ଷ୍ମୀ ଯୋଜନା: ପ୍ରତିମାସରେ ମିଳିବ ୨୫୦୦ଟଙ୍କା, RD ରେ ଜମା କଲେ ସିଧା ୧ ଲକ୍ଷ! ଜାଣନ୍ତୁ ସମ୍ପୂର୍ଣ୍ଣ ହିସାବ…

ନୂଆଦିଲ୍ଲୀ,୩୦।୭: ସାଧାରଣତଃ ଆମକୁ ଟଙ୍କା ମିଳିଲେ ଆମେ ତାହା ଖର୍ଚ୍ଚ କରିଦେଇଥାଉ, କିନ୍ତୁ କିଛି ଟଙ୍କା ଯଦି ଆର.ଡି. (RD) ରେ ନିବେଶ କରାଯାଏ, ତେବେ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri