ବିଏସ୍‌କେଓ୍ବାଇରେ ଅନ୍ତର୍ଭୁକ୍ତ ହୋଇ ଚିକିତ୍ସା ହେଲେ ସନ୍ଦୀପ

ଭୁବନେଶ୍ୱର,୧୮ା୮(ଅସମାପିକା ସାହୁ): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ନୂଆ ସୁଙ୍ଗୁଡ଼ା ଗ୍ରାମର ସନ୍ଦୀପ ଜେନାଙ୍କ ଅସୁସ୍ଥତା କଥା ଗଣମାଧ୍ୟମରୁ ଜାଣିବା ମାତ୍ରେ ରାଜ୍ୟ ବି.ଏସ୍‌.କେ.ଓ୍ବାଇ. ଟିମ୍‌ ପକ୍ଷରୁ ତାଙ୍କର ଚିକିତ୍ସା ସହାୟତା ନିମନ୍ତେ ତ୍ୱରିତ ପଦକ୍ଷେପ ନିଆଯାଇଥିଲା। ଇତିମଧ୍ୟରେ ତାଙ୍କ ପାଇଁ ସୁପର ସ୍ପେଶାଲିଟି ଚିକିତ୍ସା ବ୍ୟବସ୍ଥା ହୋଇଛି । ତାଙ୍କ ପରିବାରଙ୍କୁ ମଧ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଇଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସନ୍ଦୀପ ପରିବା ବେପାର କରି ଜୀବିକା ଅର୍ଜନ କରୁଥିଲେ। ଦିନେ ବାଇକ୍‌ରେ ଯାଉଥିବା ବେଳେ ପାଣିକୋଇଲି ପାଖରେ ସେ ଗୁରୁତର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକୀୟ ଚିକିତ୍ସା କରି ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।
ସନ୍ଦୀପଙ୍କ ପରିବାରକୁ ବି.ଏସ୍‌.କେ.ଓ୍ବାଇ.ରେ ସାମିଲ କରାଯାଇ ଥିବାରୁ ତାଙ୍କ ସମ୍ପର୍କୀୟମାନେ ତାଙ୍କୁ ଭୁବନେଶ୍ୱର ସ୍ପର୍ଶ ହସ୍ପିଟାଲ ନେଇ ଆଡମିଶନ କରାଇଥିଲେ। ସେଠାରେ ସେ ବି.ଏସ୍‌.କେ.ଓ୍ବାଇ. କାର୍ଡ ବଳରେ ଚିକିତ୍ସିତ ହୋଇଥିଲେ। ଅପରେଶନ ପରେ ସ୍ପର୍ଶ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଥିଲେ। ପରେ ସେ ପୁଣି (ଟ୍ରିନିଟି ନ୍ୟୁରୋ ହସ୍ପିଟାଲ ଆଣ୍ଡ୍‌ ଟ୍ରମା କେୟାର) ନାମକ ଅନ୍ୟ ଏକ ଘରୋଇ ହସ୍ପିଟାଲକୁ ଯାଇ ଆଡମିଶନ ହୋଇଥିଲେ ଏବଂ ସେଠାରେ ମଧ୍ୟ ବି.ଏସ୍‌.କେ.ଓ୍ବାଇ. କାର୍ଡ ମାଧ୍ୟମରେ ମାଗଣା ସୁପର ସ୍ପେଶାଲିଟି ଚିକିତ୍ସା ପାଇଥିଲେ।
ବର୍ତ୍ତମାନ ପରବର୍ତ୍ତୀ ଚିକିତ୍ସା ପାଇଁ ସନ୍ଦୀପଙ୍କୁ କଟକର ଏସ୍‌.ସି.ବି. ମେଡିକାଲ କଲେଜ ହସ୍ପିଟାଲରେ ଆଡମିଶନ କରାଯାଇଛି। ସେ ଅସ୍ଥିଶଲ୍ୟ ବିଭାଗର ୨୯୪ ନମ୍ବର ବେଡ୍‌ରେ ରହି ଚିକିତ୍ସିତ ହେଉଛନ୍ତି। ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସୁଧୁରୁଛି। ତାଙ୍କର ଆରୋଗ୍ୟ ଲାଭ ପାଇଁ ସମସ୍ତ ପ୍ରକାର  ଚିକିତ୍ସା କରାଯିବ ବୋଲି ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି।
ବର୍ତ୍ତମାନ ପରବର୍ତ୍ତୀ ଚିକିତ୍ସା ପାଇଁ ସନ୍ଦୀପଙ୍କୁ କଟକର ଏସ୍‌.ସି.ବି. ମେଡିକାଲ କଲେଜ ହସ୍ପିଟାଲରେ ଆଡମିଶନ କରାଯାଇଛି। ସେ ଅସ୍ଥିଶଲ୍ୟ ବିଭାଗର ୨୯୪ ନମ୍ବର ବେଡ୍‌ରେ ରହି ଚିକିତ୍ସିତ ହେଉଛନ୍ତି। ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସୁଧୁରୁଛି। ତାଙ୍କର ଆରୋଗ୍ୟ ଲାଭ ପାଇଁ ସମସ୍ତ ପ୍ରକାର  ଚିକିତ୍ସା କରାଯିବ ବୋଲି ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି।

Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ/କାଠମାଣ୍ଡୁ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳର ନୂଆ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ‘ବାଲେନ’ ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶର ପାରସ୍ପରିକ ଲାଭକୁ…

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri