ବେଆଇନ ଘାଟରୁ ବାଲି ଚାଲାଣ: ରାସ୍ତା କାଦୁଅ ପଚପଚ ରାସ୍ତା, ସାଙ୍ଘାତିକ ଅଭିଯୋଗ…

ଧର୍ମଶାଳା,୪।୭: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ବ୍ରାହ୍ମଣୀ ନଦୀର ବେଦପୁର ଘାଟରୁ ବେଆଇନ ଭାବେ ଶହଶହ ଟ୍ରାକ୍ଟର ପ୍ରତ୍ୟେକ ଦିନ ବାଲି ଚାଲାଣ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଉକ୍ତ ଟ୍ରାକ୍ଟର ଗୁଡ଼ିକ ନିକଟସ୍ଥ ନଦୀ ବନ୍ଧଦେଇ ଉତ୍ତରପ୍ରତାପ ଗାଁ ବନ୍ଧ ଓ ଗାଁ ମଧ୍ୟ ଦେଇ ଯାତାୟାତ କରୁଥିବାରୁ ଗାଁ ରାସ୍ତାର ଅବସ୍ଥା ଦିନକୁ ଦିନ ଅତି ଶୋଚନୀୟ ହେବାର ଲାଗିଛି। ବନ୍ଧ ରାସ୍ତାରେ ବଡ଼ବଡ଼ ଗାତ ସାଙ୍ଗକୁ କାଦୁଅ ଥିବାରୁ ଯାତାୟତ କରିବା ସମ୍ଭବ ହୋଇ ପାରୁନାହିଁ। ଛାତ୍ରୀଛାତ୍ର ସ୍କୁଲ, କଲେଜ, ଟିଉସନ ଯିବା ବେଳେ ବାଟରେ ପଡି ଖଣ୍ଡିଆ ଖାବରା ହେଉଥିବା ଅଭିଯୋଗ ହେଉଛି। ଏ ବିଷୟରେ ବାରମ୍ବାର ଅଭିଯୋଗ ପରେ ବି ତହସିଲ ପ୍ରଶାସନ କିମ୍ବା ପୋଲିସ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଥିବା ଗାଁ ଲୋକେ କହିଛନ୍ତି।

ଉତ୍ତରପ୍ରତାପ ଗ୍ରାମ ବାସୀ ଏଭଳି ଘଟଣାରେ ଅତିଷ୍ଠ ହୋଇ କିଛି ଦିନ ପୂର୍ବେ ଏକ ଟ୍ରାକ୍ଟରକୁ ଜବତ କରି ପୋଲିସ ଜିମା ଦେଇଥିଲେ। ପରେ ଅଭିଯୋଗ କରିଥିବା ଗ୍ରାମବାସୀଙ୍କୁ ବାଲି ମାଫିଆ ଧମକ ଦେବା ସହ ପୂର୍ବ ଅପେକ୍ଷା ଅଧିକ ବାଲି ଲୁଟ କରୁଥିବା ସୂଚନା ମିଳିଛି। ଅନେକ ବାଲି ମଫିଆ ଚଞ୍ଚକତା କରି କାଏମା ବ୍ରିଜ ଆଉ କିଛି ଶାନ୍ତି ବଜାର ନିକଟରେ ଓ କିଛି ନରସିଂହପୁର ଆଦି ସ୍ଥାନରେ ଜଗି ବସୁଛନ୍ତି। ପୋଲିସ କିମ୍ବା ପ୍ରଶାସନ ପକ୍ଷରୁ କେହି ଚଢ଼ାଉ କରିବାକୁ ଯିବା ପୂର୍ବରୁ ଗାଡ଼ି ଗୁଡ଼ିକୁ ବାଲି ଘାଟରୁ ବାହାର କରି ଦେବାକୁ ଖବର ଦେଉଥିବା ବେଳେ ପ୍ରଶାସନିକ ଅଧିକାରୀହାତଗୁଞ୍ଜା ନ଼େଇ ଚାଲି ଯାଉଥିବା ମଧ୍ୟ ଅଭିଯୋଗ ହୋଇଛି।

ଏ ସମ୍ପର୍କରେ ସ୍ଥାନୀୟ ବୁଦ୍ଧିଜୀବୀ କହିଛନ୍ତି । ପୂର୍ବ ସରକାର ସମୟରେ ଏହି ଭଳି ବାଲି ମହା ଲୁଟ ହେଉଥିବା ବେଳେ ଲୋକେ ଅତିଷ୍ଠ ହୋଇ ସରକାର ବଦଳାଇ ଥିଲେ ବର୍ତ୍ତମାନ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳୁଛି। ତେଣୁ ସ୍ଥାନୀୟ ବିଧାୟକ ଏହା ଉପରେ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri