ରାତି ଅଧରେ ବୈତରଣୀ ନଦୀରୁ ଚାଲିଥିଲାବାଲି ଚୋରି: ମାଡ଼ି ବସିଲା ପୋଲିସ

ପାଟଣା,୨୭।୧୦(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ତହସିଲ ବୈତରଣୀ ନଦୀର ଦୁର୍ଗାଦେଇପୁର ବାଲି ଘାଟରୁ ରବିବାର ବିଳମ୍ବିତ ରାତିରେ ଚୋରା ବାଲି ଉତ୍ତୋଳନ ହେଉଥିବା ବେଳେ ପୋଲିସ ପକ୍ଷରୁ ଚଢାଉ ହୋଇଥିଲା। ଘଟଣାସ୍ଥଳରେ ବେଆଇନ ବାଲି ବୋଝେଇକରି ଚାଲାଣ କରୁଥିବା ଏକ ଟ୍ରାକ୍ଟରକୁ ପାଟଣା ପୋଲିସ ଜବତ କରି ଥାନାରେ ରଖିଛି। ଡ୍ରାଇଭରକୁ ପୋଲିସ ଧରି ଥାନା କୁ ନେଇ ଥିଲାବେଳେ ସୋମବାର ୪୧ନ୍ୟାୟ ସଂହିତାରେ ଛାଡ଼ି ଦେଇଛି। ଏନେଇ ସେ ପାଟଣା ଥାନା ରେ୨୬୦/୨୫ରେ ଏକ ମାମଲା ରୁଜୁ ହୋଇଥିବା ଏଏସ ଆଇ ଗୌରହରି ଗର୍ତିଆ କହିଛନ୍ତି। ଚଢାଉରେ ଗର୍ତ୍ତିଆଙ୍କ ସହ କନେଷ୍ଟବଲ ରାହୁଲ ନାଏକ, ପଦ୍ମିନୀ ମୁଣ୍ଡା, ସନ୍ତୋଷ ବର୍ଯୁ ସାମିଲ ଥିଲେ। ମାମଲାକୁ ସାହାର ପଡ଼ା ଫାଣ୍ଡିର ଅଧିକାରୀ ପାର୍ଥ ବିଓରାମ ତଦନ୍ତ କରୁଛନ୍ତି। ଏନେଇ ମାଇନିଙ୍ଗ ଅଫିସର ତାରଣି ସିଂ ଙ୍କ ପ୍ରତିକ୍ରିୟା ପାଇଁ ଫୋନ ଯୋଗେ ଯୋଗ ଯୋଗ କରିଥିଲେ ହେଁ ସେ ଫୋନ ଉଠାଇ ନ ଥିଲେ।

Dharitri – Odisha’s No.1 Odia Daily

Share