Posted inଜାତୀୟ

ପୋଲିସ ବାବୁଙ୍କୁ ଚଟକଣା ମାରିଲେ ବାଲି ମାଫିଆ

ଭୋପାଳ, ୧୮।୭: ମଧ୍ୟପ୍ରଦେଶରେ ଆଇନଶୃଙ୍ଖଳା ସ୍ଥିତି ଧୀରେଧୀରେ ବିପନ୍ନ ହେବାରେ ଲାଗିଛି। ଅପରାଧୀଙ୍କ ମନରେ ପୋଲିସ ପ୍ରତି ଭୟ ନ ଥିବା ଦେଖିବାକୁ ମିଳୁଛି। ଏବେ ଏସମ୍ପର୍କିତ ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଜଣେ ବାଲି ମାଫିଆ ତାଙ୍କ ଟ୍ରାକ୍ଟରକୁ ଅଟକାଉଥିବା ପୋଲିସ ବାବୁଙ୍କୁ ଧକ୍କାଦେଇ ଗାଳି ଦେବା ସହିତ ଜୋର୍‌ରେ ଚଟକଣା ମାରୁଛନ୍ତି। ପୋଲିସ ବାବୁ ଜଣକ ତଳେ ପଡ଼ିଯାଉଥିବାର ଦେଖିବାକୁ ମିଳୁଛି। ପରେ ସେ ନିଜର ଟ୍ରାକ୍ଟରକୁ ନେଇ ଯାଉଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି। ଘଟଣା ରାୟପୁରର ଗଢ଼ି ଗାଁର ବୋଲି କୁହାଯାଉଛି। ଉପସ୍ଥିତ ଅନ୍ୟ ପୋଲିସମାନେ କେବଳ ନୀରବ ଦ୍ରଷ୍ଟା ପାଲଟି ଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି। ଭିଡ଼ିଓ ଭାଇରାଲ ହେବା ପରେ ପୋଲିସ ପକ୍ଷରୁ ଅଭିଯୁକ୍ତଙ୍କ ବିରୋଧରେ ମାମଲା ଦାଏର କରି ସେମାନଙ୍କୁ ଗିରଫ କରିବା ଲାଗି ଯୋଜନା ପ୍ରସ୍ତୁତ କରିଥିବା ସ୍ଥାନୀୟ ଏସ୍‌ପି ସମ୍ପତ ଉପାଧ୍ୟାୟ ସୂଚନା ଦେଇଛନ୍ତିି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାକୁ ଟାର୍ଗେଟ କଲେ ଆଦିତ୍ୟ

ମୁମ୍ବାଇ,୧୯।୧୨: ଶିବସେନା ନେତା ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ବିଧାନସଭାରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି...

ଦେଶର ୯୧ ଜଳାଶୟରେ ୮୦ ପ୍ରତିଶତ କମ୍‌ ପାଣି; ୧୧ ପଡ଼ିଛି ଶୁଖିଲା

ନୂଆଦିଲ୍ଲୀ,୨୪।୬: ମୌସୁମୀ ଅନିୟମିତତା ଯୋଗୁ ଏବେ ଦେଶର ୯୧ ଜଳାଶୟରେ ୮୦ ପ୍ରତିଶତ କମ୍‌ ପାଣି ରହିଛି। ସେହିପରି ୧୧ଟି ବଡ଼ ବଡ଼ ଜଳାଶୟ ଶୁଖିଲା...

ଭୂମିପୂଜା ପୂର୍ବରୁ ଅଯୋଧ୍ୟାରେ କରୋନା ସଙ୍କଟ: ରାମଲଲାଙ୍କ ପୂଜାରୀ ସମେତ ୧୬ ପୋଲିସ କର୍ମଚାରୀ ପଜିଟିଭ୍‌

ଅଯୋଧ୍ୟା,୩୦।୭: ଆଯୋଧ୍ୟାରେ ରାମ ଜନ୍ମଭୂମି ମନ୍ଦିରର ଭୂମିପୂଜା କାର୍ଯ୍ୟକ୍ରମ ଉପରେ କରୋନା ସଙ୍କଟ ଦେଖାଦେଇଛି। ରାମ ଜନ୍ମଭୂମିର ପୂଜାରୀ ପ୍ରଦୀପ ଦାସ କରୋନା ପଜିଟିଭ୍‌ ଚିହ୍ନଟ...

ପୁଅ ବାହାଘର ପାଇଁ ହେଲିକପ୍ଟର ଭଡ଼ାରେ ନେଲେ ଚାଷୀ

ଇନ୍ଦୋର,୩୦।୪: ପ୍ରତ୍ୟେକ ପିତାମାତା ନିଜ ପୁଅ ଝିଅଙ୍କ ବିବାହ ପାଇଁ ସ୍ବପ୍ନ ଦେଖିଥାନ୍ତି। ସେହି ଦିନକୁ କିଭଳି ସ୍ମରଣୀୟ କରାଯାଇପାରିବ ସେନେଇ ନିଆରା ପ୍ରସ୍ତୁତି କରିଥାନ୍ତି।...

ବାଲ ଠାକରେଙ୍କୁ ମନେପକାଇଲେ ଫଡନବିସ

ମୁମ୍ବାଇ,୨୩।୧: ଶିବସେନାର ପ୍ରତିଷ୍ଠାତା ବାଲ ଠାକରେଙ୍କ ୯୪ତମ ଜନ୍ମ ଜୟନ୍ତିରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଟୁଟଇ୍‌ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।...

ଭାରତ ଛଡା କୌଣସି ଦେଶ ଚାଇନାକୁ ସାମ୍ନା କରିପାରିବ ନାହିଁ: ଜର୍ମାନ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧୫।୧୨: ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ (ଏଲଏସି) ରେ ଭାରତୀୟ ଏବଂ ଚାଇନା ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ଏକ ଚିନ୍ତାର...

ବିବେକାନନ୍ଦଙ୍କ ବାଣୀ ପ୍ରେରଣା ଯୋଗାଉଛି: ରାଷ୍ଟ୍ରପତି

ନୂଆଦିଲ୍ଲୀ, ୧୨।୧: ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ରବିବାର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବିବେକାନନ୍ଦଙ୍କ ୧୫୭...

ସୁପ୍ରିମକୋର୍ଟରେ ପିଆଇଏଲ୍‌: ୧୪ରେ ଶୁଣାଣି

ନୂଆଦିଲ୍ଲୀ,୨ା୧୧: ଗୁଜରାଟର ମୋର୍‌ବିରେ ରବିବାର ବ୍ରିଟିଶ ଅମଳର ଝୁଲାପୋଲ ଭୁଶୁଡ଼ିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ମଙ୍ଗଳବାର ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)...

Advertisement
Archives

Model This Week