ବିଜେଡିର ସବୁ ଗୁମର ଖୋଲିଦେଲେ ସନାତନ ମହାକୁଡ଼, କହିଲେ ପୂର୍ବ ସରକାର ଥିବାବେଳେ ଖଣିଖାଦାନରୁ ବହୁ…

କେନ୍ଦୁଝର,୭ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଗସ୍ତରେ ଆସିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଘଟଗାଁ ପରିକ୍ରମା ପ୍ରକଳ୍ପନ୍ତର ଭିତ୍ତି ପ୍ରସ୍ତର ସ୍ଥାପନ ମଧ୍ୟ କରିଛନ୍ତି। ଏହି ଉତ୍ସବରେ ଯୋଗ ଦେଇଥିବା ଚମ୍ପୁଆ ବିଜେଡି ବିଧାୟକ ସନାତନ ମହାକୁଡ଼ ପୂର୍ବ ବିଜେଡି ସରକାରଙ୍କୁ ସିଧା ସିଧା ଟାର୍ଗେଟ୍‌ କରିଛନ୍ତି। କହିଛନ୍ତି, ବିଜେଡି ସରକାର ଜିଲାର ଖଣି ଖାଦାନରୁ ବହୁ ରାଜସ୍ବ ନେଇଛନ୍ତି କିନ୍ତୁ କେନ୍ଦୁଝରର ଆରାଧ୍ୟ ମା’ ତାରିଣୀ ପୀଠକୁ ମାତ୍ର ୫୦ କୋଟି ଦେଇଛନ୍ତି। ଯାହାକି ସମୁଦ୍ରକୁ ଶଙ୍ଖେ। ତେବେ ମୋହନ ସରକାର ତଥା କେନ୍ଦୁଝର ମାଟିର ସନ୍ତାନ ମୋହନ ମାଝୀ ବହୁତ୍ ଅଧିକ ଦେଇଛନ୍ତି। ଏଣୁ ତାଙ୍କୁ ଧନ୍ୟବାଦ ଦେଉଛି ବୋଲି ସନାତନ କହିଛନ୍ତି।

 

Dharitri – Odisha’s No.1 Odia Daily

Share