Posted inଜାତୀୟ

ସନାତନ ଧର୍ମ ମନ୍ତବ୍ୟ ମାମଲା: ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଆଉ ଏକ ଆବେଦନ

ନୂଆଦିଲ୍ଲୀ,୨୦।୯: ସନାତନ ଧର୍ମ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ଅଡୁଆ ଥମିବାର ନାଁ ଧରୁନି। ଏବେ ତାଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଆଉ ଏକ ଆବେଦନ କରାଯାଇଛି। ଉଦୟାନିଧି ଷ୍ଟାଲିନଙ୍କ ବିରୋଧରେ ଏହି ମାମଲା ୟୁପିର ବାଡାଉନ ନିବାସୀ ହିମାଂଶୁ କୁମାରଙ୍କ ଦ୍ୱାରା ଦାଖଲ କରାଯାଇଛି। ଏହି ଆବେଦନରେ ସନାତନ ଧର୍ମ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଦାବି କରାଯାଇଛି।
ଷ୍ଟାଲିନଙ୍କ ଭାଷଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ସଂଶୋଧନ ପଦକ୍ଷେପ ଦାବିରେ ଓକିଲ ଅଶ୍ୱିନୀ ଉପାଧ୍ୟାୟ ସୁପ୍ରିମକୋର୍ଟରେ ଏହା ଦାଖଲ କରିଛନ୍ତି। ଏଥିରେ କୁହାଯାଇଛି ଯେ, ଐତିହାସିକ ତଥ୍ୟ, ଅନ୍ତର୍ଜାତୀୟ ସମ୍ମିଳନୀ ତଥା ଆଇନଗତ ବ୍ୟବସ୍ଥା ତଥା ହିନ୍ଦୁ, ଜୈନ, ବୌଦ୍ଧ ଏବଂ ଶିଖମାନଙ୍କର ଧାର୍ମିକ ସ୍ଥାନ ପୁନଃସ୍ଥାପନ କରିବାର ଅଧିକାରକୁ ଧ୍ୟାନରେ ରଖି ଉଦୟନିଧି ଷ୍ଟାଲିନଙ୍କ ମନ୍ତବ୍ୟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ଉଚିତ୍‌।
କିଛି ଦିନ ପୂର୍ବରୁ ଉଦୟନିଧି ଷ୍ଟାଲିନ ଏକ କାର୍ଯ୍ୟକ୍ରମ ଯୋଗଦେଇ କହିଥିଲେ, ସନାତନ ଧର୍ମ ସମାନତା ଏବଂ ସାମାଜିକ ନ୍ୟାୟ ବିରୋଧୀ। ତେଣୁ ତାହାର ବିଲୋପ ହେବା ଆବଶ୍ୟକ। ସେ ସନାତନ ଧର୍ମକୁ କରୋନା ଭୂତାଣୁ, ମ୍ୟାଲେରିଆ ଏବଂ ଡେଙ୍ଗୁ ଜ୍ୱର ସହ ତୁଳନା କରି ଏହାକୁ ବିରୋଧ ନୁହେଁ, ବିଲୋପ କରିଦିଆଯିବା ଆବଶ୍ୟକ ବୋଲି କହିଥିଲେ, ଯାହାକୁ ନେଇ ଦେଶରେ ବିବାଦ ସୃଷ୍ଟି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ଚାଳକ ସାବଧାନ, ଏବେ ହେଲମେଟ୍‌ ପିନ୍ଧିଲେ ବି କଟିବ ୨ହଜାର ଟଙ୍କାର ଚାଲାଣ

ନୂଆଦିଲ୍ଲୀ,୩୦।୧୨: ହେଲମେଟ ପିନ୍ଧିଲେ ମଧ୍ୟ କଟିପାରେ ୨୦୦୦ ଟଙ୍କା ଚାଲାଣ। (ମୋଟରସାଇକିଲ ଓ ସ୍କୁଟର) ଚାଳକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ହେଲମେଟ ନ ପିନ୍ଧିବା...

ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି: ଭୁଲରେ ବି କରନ୍ତୁ ନି ଏପରି…

ଭୁବନେଶ୍ୱର,୩୦।୧୨: ମଙ୍ଗଳବାର ଏବଂ ବୁଧବାର ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ। ଏ ନେଇ ସବୁ RTOଙ୍କୁ ପରିବହନ କମିଶନର ଚିଠି ଲେଖିଛନ୍ତି। ମଦ ପିଇ...

ରେଲେଓ଼୍ବର ବଡ଼ ଘୋଷଣା, ଟ୍ରେନରେ ମିଳିବ…

ନୂଆଦିଲ୍ଲୀ,୩୦।୧୨: କୁହୁଡ଼ି ଯୋଗୁଁ ଉତ୍ତର ଭାରତରେ ପ୍ରତିଦିନ ଅନେକ ଟ୍ରେନ ବିଳମ୍ୱ ହୁଏ। କମ କିମ୍ୱା ଶୂନ୍ୟ ଦୃଶ୍ୟମାନତା ଟ୍ରେନ ଗତିକୁ ବହୁ ପରିମାଣରେ ହ୍ରାସ...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ତୃଣମୂଳ ସ୍ତରରେ ସଂଗଠନ ହେବ ସୁଦୃଢ଼: ଜିଲା ସଭାପତି ହେଉ ହେଉ ସାଙ୍ଗଠନିକ କମିଟି ଗଠନ କଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଭାଜପା ଭଞ୍ଜନଗର ସାଙ୍ଗଠନିକ ଜିଲା ନୂତନ କମିଟି ଗଠିତ ହୋଇଛି। ଫଳରେ ନୂତନ କର୍ମକର୍ତ୍ତାଙ୍କୁ ନେଇ ତୃଣମୂଳ ସ୍ତରରେ ସଂଗଠନ ଆହୁରି ସୁଦୃଢ଼...

BMCର ବଡ଼ ସୂଚନା: ଜାନୁଆରୀ ୪ରେ ‘ପଥ ଉତ୍ସବ’

ଭୁବନେଶ୍ବର,୩୦।୧୨: ଭୁବନେଶ୍ୱର ମହାନଗର ନିଗମ୍‌(BMC) ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଦିଆଯାଇଛି। ରାଜଧାନୀ ଭୁବନେଶ୍ୱରରେ ଜାନୁଆରୀ ୪ତାରିଖରୁ ଚଳିତ ସିଜିନ୍‌ର ପ୍ରଥମ ‘ପଥ ଉତ୍ସବ’...

ସଲମାନଙ୍କ ଗାଲୱାନ ଟ୍ରେଲର ଦେଖି ରାଗିଗଲା ଚାଇନା, ଏପରି କହିଲା ଭାରତ

ନୂଆଦିଲ୍ଲୀ,୩୦।୧୨: ସଲମାନଙ୍କ ଉପରେ ରାଗିଗଲା ଡ୍ରାଗନ। ‘ବ୍ୟାଟେଲ ଅଫ୍ ଗାଲୱାନ’ର ଟିଜର ମୁକ୍ତିଲାଭ କରିବା ପରେ ଚାଇନା ଏଥିରେ କ୍ଷୁବ୍ଧ ହୋଇଛି। ଚାଇନାର ସରକାରୀ ଗଣମାଧ୍ୟମ...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri