Posted inଖେଳ

ଅଡୁଆରେ ସାମୁଏଲ୍‌ ଇଟୋ

ଦୋହା, ୭।୧୨(ଏପି): କାମେରୁନ୍‌ ଫୁଟ୍‌ବଲ ମହାସଂଘ ସଭାପତି ତଥା ପୂର୍ବତନ ଷ୍ଟାର ଖେଳାଳି ସାମୁଏଲ ଇଟୋ ଅଡୁଆରେ ପଡ଼ିଯାଇଛନ୍ତି। ସୋମବାର ରାତିରେ ଦକ୍ଷିଣ କୋରିଆ ବିପକ୍ଷରେ ବ୍ରାଜିଲର ୪-୧ ଗୋଲ ବିଜୟ ମ୍ୟାଚ ପରେ ଷ୍ଟାଡିୟମ ୯୭୪ ବାହାରେ ପ୍ରଶଂସକଙ୍କ ସହ ଫଟୋ ପାଇଁ ପୋଜ୍‌ ଦେଉଥିବା ବେଳେ କ୍ୟାମେରା ଧରିଥିବା ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ସେ ଉତ୍ତ୍ୟକ୍ତ ହୋଇ ଏହି ବ୍ୟକ୍ତିଙ୍କୁ ଲାତ ମାରି ତଳେ ପକାଇ ଦେଇଥିଲେ। ଏହାର ଦୃଶ୍ୟ ସୋସିଆଲ ମିଡିଆରେ ପ୍ରସାରିତ ହେବାରେ ଲାଗିଛି। କାମେରୁନ୍‌ ଫୁଟ୍‌ବଲ ମହାସଂଘର ସଭାପତି ଭାବେ ଇଟୋ କାତାର ଆସିଛନ୍ତି। ତାଙ୍କ ଦଳ ଗତ ସପ୍ତାହରେ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେଇଛି। ଫିଫା ଲିଜେଣ୍ଡ୍ସ ପ୍ରୋଗ୍ରାମର ଅଂଶ ବିଶେଷ ସ୍ବରୂପ ସେ ୨୦୧୯ରୁ କାତାର ବିଶ୍ୱକପ୍‌ ଆୟୋଜକ କମିଟିରେ ଜଣେ ଗ୍ଲୋବାଲ ଲିଗାସି ଆମ୍ବାସାଡର ଭାବେ ପ୍ରତିନିଧିତ୍ୱ କରୁଛନ୍ତି। ସୋମବାର ରାତିରେ କେଉଁ କାରଣରୁ ଇଟୋ ଗେମ୍‌ରେ ଉପସ୍ଥିତ ଥିଲେ ତାହା ଅସ୍ପଷ୍ଟ। କାତାରୀ ଆୟୋଜକ କହିଛନ୍ତି ଗେମ୍‌ ପାଇଁ ତାଙ୍କୁ ଅତିଥି କରାଯାଇ ନ ଥିଲା। ଫିଫା ପକ୍ଷରୁ ଏନେଇ ତୁରନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। କାମେରୁନ୍‌ ମହାସଂଘର ମୁଖପାତ୍ରଙ୍କୁ ଏ ବିଷୟରେ ପଚରାଯିବାରେ ସେ ନୀରବତା ଅବଲମ୍ବନ କରିଛନ୍ତି। ପୁନଶ୍ଚ ବିଶ୍ୱକପ୍‌ର ଦେଖାଚାହାଁ କରିବା ଲାଗି ଗଠିତ କାତାରର ସର୍ବୋଚ୍ଚ ବିତରଣ ଓ ଉତ୍ତରାଧିକାରୀ କମିଟି ଏବଂ ସରକାର ଘଟଣାଟିକୁ ନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି। ସୂଚନାଯୋଗ୍ୟ, ଇଟୋ ୧୯୯୮ ଓ ୨୦୧୪ ମଧ୍ୟରେ କାମେରୁନ୍‌ ତରଫରୁ ୪ଥର ବିଶ୍ୱକପ୍‌ ଖେଳିଛନ୍ତି। ବର୍ଷକ ପୂର୍ବେ ସେ କାମେରୁନ୍‌ ଫୁଟ୍‌ବଲ ମହାସଂଘର ସଭାପତି ଭାବେ ନିର୍ବାଚିତ ହୋଇଥିଲେ।
ଇତିମଧ୍ୟରେ ଫ୍ରେଞ୍ଚ୍‌ ଓ ଇଂଲିଶ ଟ୍ବିଟର ଆକାଉଣ୍ଟରେ ଇଟୋ ତାଙ୍କ ବକ୍ତବ୍ୟକୁ ପୋଷ୍ଟ କରିଛନ୍ତି। ମୋ ସହିତ ଝଗଡ଼ା କରିଥିବା ବ୍ୟକ୍ତି ଜଣକ ସମ୍ଭବତଃ ଜଣେ ଆଲଜେରିଆ ସମର୍ଥକ। ମାର୍ଚ୍ଚରେ ସେମାନଙ୍କ ବିଶ୍ୱକପ୍‌ ଯୋଗ୍ୟତାପର୍ଯ୍ୟାୟ ମ୍ୟାଚ ପରଠାରୁ ଏହି ଦେଶର ସମର୍ଥକମାନେ କାମେରୁନ୍‌ ପଛରେ ପଡ଼ିଯାଇଛନ୍ତି। ଇଟୋ କ୍ରୋଧ ପ୍ରକାଶ କରିଥିବାରୁ କ୍ଷମା ପ୍ରାର୍ଥନା କରିଛନ୍ତି। ଏହା ତାଙ୍କ ପ୍ରକୃତ ଚରିତ୍ର ନୁହେଁ ବୋଲି କହିଛନ୍ତି। ଇଟୋ ଯେଉଁ ବ୍ୟକ୍ତିଙ୍କୁ ଲାତ ମାରି ତଳେ ପକାଇ ଦେଇଥିଲେ ସେ ଆଲଜୋରିଆର ଜଣେ ସୋସିଆଲ ମିଡିଆ ବ୍ୟକ୍ତିତ୍ୱ ସଇଦ ମାମୋନି। ସେ ପରେ ୟୁଟ୍ୟୁବ୍‌ରେ ଏକ ଭଡିଓ ଛାଡ଼ିଥିଲେ। ଏଥିରେ ସେ କହିଥିଲେ, ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ସେ ନିଜେ। ସେ ବର୍ତ୍ତମାନ କାତାରି ପୋଲିସ ଷ୍ଟେଶନରେ ଇଟୋଙ୍କ ବିରୁଦ୍ଧରେ ଏକ ଅଭିଯୋଗ ଦାୟର କରିବାକୁ ଯାଉଛନ୍ତି। ସାମୁଲ ତାଙ୍କ ସହିତ ଝଗଡ଼ା କରିଥିଲେ। ସେ ଓ ତାଙ୍କର ଜଣେ ସାଥୀ ମୋତେ ଠେଲି ଦେଇଥିଲେ। ସେ ଆହୁରି ମଧ୍ୟ ମୋ କ୍ୟାମେରାକୁ ଭାଙ୍ଗି ଦେଇଥିଲେ। ଖବର ଅନୁସାରେ କାମେରୁନ୍‌ ଓ ଆଲଜେରିଆ ମଧ୍ୟରେ ଖେଳାଯାଇଥିବା ବିଶ୍ୱକପ୍‌ ଯୋଗ୍ୟତାପର୍ଯ୍ୟାୟ ମ୍ୟାଚ ବିବାଦୀୟ ଥିଲା। ଏଥିରେ କାମେରୁନ ଦ୍ୱିତୀୟ ଲେଗ୍‌ ଶେଷମୁହୂର୍ତ୍ତରେ ୨-୧ ଗୋଲରେ ଜିତିଥିଲା। ଏଥିସହିତ ଦଳ ଆଓ୍ବେ ଗୋଲ୍‌ ନିୟମାନୁସାରେ ଦଳ ବିଶ୍ୱକପ୍‌ ଯୋଗ୍ୟତା ହାସଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri