ସାମ୍‌ସଙ୍ଗ୍‌ର ସଲ୍‌ଭ ଫର୍‌ ଟୁମରୋ

ଭୁବନେଶ୍ୱର,୨୧।୬: ସାମ୍‌ସଙ୍ଗ୍‌ ଇଣ୍ଡିଆର ଫ୍ଲାଗ୍‌ଶିପ୍‌ ଯୁବ ଶିକ୍ଷା ଏବଂ ଅଭିନବ ପ୍ରତିଯୋଗିତା ‘ସଲ୍‌ଭ ଫର୍‌ ଟୁମରୋ’ ପାଇଁ ଶ୍ରେଷ୍ଠ ୩୦ଦଳର ନାମ ଘୋଷଣା କରାଯାଇଛି। ଏପରିକି ଉକ୍ତ ଦଳଗୁଡିକ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ବିହାର, ଓଡ଼ିଶା, ପଶ୍ଚିମବଙ୍ଗ, ହରିୟାଣା, ରାଜସ୍ଥାନ, ଆସାମ, ତେଲଙ୍ଗାନା, କର୍ନାଟକ, ତାମିଲନାଡୁ, କେରଳ, ଗୁଜରାଟ, ମହାରାଷ୍ଟ୍ର ଏବଂ ଦିଲ୍ଲୀ ସମେତ ଭାରତର ୧୫ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରତିଯୋଗୀମାନେ ପ୍ରତିନିଧିତ୍ୱ କରୁଛନ୍ତି। ଉକ୍ତ ଶ୍ରେଷ୍ଠ ୩୦ ଟିମ୍‌ ମଧ୍ୟରେ ୪୪% ଶିକ୍ଷା ଏବଂ ଶିକ୍ଷଣ ବିଷୟବସ୍ତୁ, ୨୩% ପରିବେଶ ଏବଂ ନିରନ୍ତରତା, ୨୦% ବିବିଧତା ଏବଂ ଅନ୍ତର୍ଭୁକ୍ତୀକରଣ ଏବଂ ୧୩% ସ୍ବାସ୍ଥ୍ୟ ଏବଂ ସୁସ୍ଥତା ଉପରେ ସେମାନଙ୍କର ଆଇଡିଆକୁ ଉପସ୍ଥାପନ କରିଥିଲେ। ଉଲ୍ଲେଖଯୋଗ୍ୟ, ଉକ୍ତ ପ୍ରତିଯୋଗିତା ୧୬ ରୁ ୨୨ବର୍ଷ ବୟସ୍କଙ୍କ ମଧ୍ୟରେ ୪ଟି ଥିମ୍‌ ‘ଶିକ୍ଷା-ପଠନ, ସ୍ବାସ୍ଥ୍ୟ-ସୁସ୍ଥତା, ପରିବେଶ-ନିରନ୍ତରତା ଏବଂ ବିବିଧତା- ଅନ୍ତର୍ଭୁକ୍ତୀକରଣ ସମସ୍ୟାର ସମାଧାନ ପାଇଁ ଆମନ୍ତ୍ରଣ କରାଯାଇଥିଲା। ସେହିଭଳି ସଲ୍‌ଭ ଫର୍‌ ଟୁମରୋ-୨୦୨୩ ଜରିଆରେ ଦେଶର ବିଭିନ୍ନ ଦଳ ଭାରତ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ଓ ସେମାନଙ୍କର ଅଭିନବ ଚିନ୍ତାଧାରାକୁ ଏକ ବିଶେଷଜ୍ଞ ଟିମ୍‌ଙ୍କ ନିକଟରେ ଉପସ୍ଥାପନ କରିଥିଲେ। ଉକ୍ତ ପ୍ରତିଯୋଗିତାରେ ଭାରତର ନୂତନତ୍ୱ ଏବଂ ଉଦ୍ୟୋଗୀ ମନୋଭାବର ପ୍ରତୀକ ଭାବେ ୫୦୦ ସହର, ଟାଉନ ଏବଂ ଗ୍ରାମର ଯୁବକମାନଙ୍କଠାରୁ ୭୦,୦୦୦ରୁ ଅଧିକ ପଞ୍ଜୀକରଣ ଗ୍ରହଣ କରାଯାଇଥିଲା। ଏ ସମ୍ପର୍କରେ ସାମ୍‌ସଙ୍ଗ୍‌ ଦକ୍ଷିଣ-ପଶ୍ଚିମ ଏସିଆର କର୍ପୋରେଟ୍‌ ଭାଇସ୍‌ ପ୍ରେସିଡେଣ୍ଟ ହୁନ୍‌ କିମ୍‌ କହିଛନ୍ତି, ଆମେ ଆମର ଯୁବକମାନଙ୍କ ଶକ୍ତି ବ୍ୟବହାର କରିବାରେ ବିଶ୍ୱାସ କରୁ, ଯାହା ସକାରାତ୍ମକ ସାମାଜିକ ପରିବର୍ତ୍ତନ ଆଣିବା ପାଇଁ ବେଶ୍‌ ସହାୟକ ହୋଇଥାଏ। ଏପରିକି ଆମର ଫ୍ଲାଗ୍‌ଶପ୍‌ ସିଏସ୍‌ଆର୍‌ ପ୍ରୋଗ୍ରାମ ସାମ୍‌ସଙ୍ଗ୍‌ ସଲ୍‌ଭ ଫର୍‌ ଟୁମରୋ ଦେଶର ଯୁବକମାନଙ୍କ ମନରେ ନୂତନତ୍ୱର ଉତ୍ସାହକୁ ବିକଶିତ କରିବା ସହିତ ସେମାନଙ୍କର ଦକ୍ଷତା ଏବଂ କ୍ଷମତା ରହିଥାଏ ବୋଲି ସେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

E20 ପେଟ୍ରୋଲରେ କମୁଛି ଗାଡ଼ିର ମାଇଲେଜ୍‌? ପ୍ରଥମ ଥର ମାନିଲେ ସରକାର

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ E20 ପେଟ୍ରୋଲ (୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ) ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri