ବଜାରରେ ସାମ୍‌ସଙ୍ଗ୍‌ର ମିଡ୍‌ ପ୍ରିମିୟମ ସେଗ୍‌ମେଣ୍ଟ

ଭୁବନେଶ୍ୱର,୨୦।୩ (ଅଭୟ ଦାଶ): ସାମ୍‌ସଙ୍ଗ୍‌ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଗାଲାକ୍ସି ଏ୫୫ ୫ଜି ଆଣ୍ଡ ଗାଲାକ୍ସି ଏ୩୫ ୫ଜିର ସର୍ବ ଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ସାମ୍‌ସଙ୍ଗ୍‌ ଇଣ୍ଡିଆ ପକ୍ଷରୁ ମଙ୍ଗଳବାର ଭୁବନେଶ୍ୱରଠାରେ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ଏକ ଖବରଦାତା ସମ୍ମିଳନୀ ମଧ୍ୟ ଆୟୋଜିତ ହୋଇଥିଲା। ଉକ୍ତ ସମ୍ମିଳନୀରେ ସାମ୍‌ସଙ୍ଗ୍‌ ଇଣ୍ଡିଆର ନିର୍ଦ୍ଦେଶକ (ଏମ୍‌ଏକ୍ସ ବିଜ୍‌ନେସ୍‌) ରିଷି କୁଲଶ୍ରେଷ୍ଠ ଯୋଗଦେଇ ଅନାବରଣ ଉତ୍ସବର ଆଭିମୁଖ୍ୟ ଓ ଉଭୟ ଗାଲାକ୍ସି ଏ୫୫ ୫ଜି ଆଣ୍ଡ ଗାଲାକ୍ସି ଏ୩୫ ୫ଜିର ବିଶେଷତ୍ୱ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ।
ସେହିଭଳି ଏହି ନୂତନ ଏ ଶୃଙ୍ଖଳ ଉପକରଣରେ ଅନେକ ଫ୍ଲାଗ୍‌ଶିପ୍‌ ବିଶେଷତ୍ୱ ରହିଥିଲାବେଳେ ଗରିଲା ଗ୍ଲାସ୍‌ ଭିକଟସ ଯୁକ୍ତ ସୁରକ୍ଷା, ଏଆଇ ଦ୍ୱାରା କ୍ୟାମେରା ବିଶେଷତ୍ୱ ବୃଦ୍ଧି, ଏକ ଟ୍ୟାମ୍ପର-ନିରୋଧକ ସୁରକ୍ଷାର ସମାଧାନ, ସାମ୍‌ସଙ୍ଗ୍‌ କ୍ନକ୍ସ ଭଲ୍ଟ ସହିତ ଅନ୍ୟାନ୍ୟ ନୂତନ ବିଶେଷତ୍ୱର ସମାହାର ରହିଛି। ଗତ ୨ ବର୍ଷ ମଧ୍ୟରେ ମିଡ୍‌ ପ୍ରିମିୟମ ସେଗ୍‌ମେଣ୍ଟ ଗାଲାକ୍ସି ଏ ଶୃଙ୍ଖଳ ସ୍ମାର୍ଟଫୋନ ଶୃଙ୍ଖଳ ସବୁଠାରୁ ଅଧିକ ବିକ୍ରୟ ହୋଇଥିବାବେଳେ ଏହା ଭାରତରେ ରହିଥିବା ଏମ୍‌ଜେଡ୍‌ ଗ୍ରାହକଙ୍କ ମଧ୍ୟରେ ସବୁଠାରୁ ଅଧିକ ଲୋକପ୍ରିୟ ଭାବେ ନିଜକୁ ପ୍ରଦର୍ଶିତ କରିପାରିଛି। ସେହିପରି ଗାଲାକ୍ସି ଏ୫୫ ୫ଜି ଏବଂ ଗାଲାକ୍ସି ଏ୩୫ ୫ଜିର ଶୁଭାରମ୍ଭ ଆମକୁ ପୁଣି ଥରେ ଆମର ଫ୍ଲାଗ୍‌ଶିପ୍‌-ଅଭିନବୀକରଣର ଜାଗ୍ରତାର ପ୍ରତିଶ୍ରୁତିବଦ୍ଧତାକୁ ମଜଭୁତ କରିପାରିଛି। ଅପରପକ୍ଷରେ ଗାଲାକ୍ସି ଏ୫୫ ୫ଜି ଏବଂ ଗାଲାକ୍ସି ଏ୩୫ ୫ଜି ଆମକୁ ୫ଜି ସ୍ମାର୍ଟଫୋନ ବିଭାଗରେ ତଥା ଏକ ଦ୍ରୁତଗାମୀ ବୃଦ୍ଧିପ୍ରାପ୍ତ ମିଡ୍‌-ପ୍ରିମିୟମ ସେଗ୍‌ମେଣ୍ଟ ୩୦,୦୦୦ରୁ ୫୦,୦୦୦ ଟଙ୍କା ମଧ୍ୟରେ ମାକେର୍ଟ ଲିଡର କରାଇପାରିଛି ବୋଲି ରିଷି ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri