ଶସ୍ତା ହେଲା ସାମ୍‌ସଙ୍ଗର ଏହି ଫୋନ, କମ୍‌ ମୂଲ୍ୟରେ ଜବରଦସ୍ତ ଫିଚର୍ସ

ଦକ୍ଷିଣ କୋରିଆର ଟେକ କମ୍ପାନୀ ସାମସଙ୍ଗ ଭାରତରେ ସ୍ମାର୍ଟଫୋନ ବଜାରକୁ ଅଧିକ ବୃଦ୍ଧି କରିବାକୁ ଚେଷ୍ଟା କରୁଛି। ଲୋକଙ୍କୁ ସୁହାଇବା ଭଳି କମ୍ପାନୀ ଗୋଟିଏ ପରେ ଗୋଟିଏ ଫୋନ ଶସ୍ତା କରିବାରେ ଲାଗିଛି। ଅତୀତରେ ଗାଲାକ୍ସି ଏ୫୧ର ମୂଲ୍ୟ ହ୍ରାସ କରିବା ପରେ, ଏବେ ସାମସଙ୍ଗ ଏହାର ଏ-ସିରିଜ ଲୋକପ୍ରିୟ ଫୋନ୍‌କୁ ଶସ୍ତା କରିଛି। ଗ୍ରାହକମାନେ ପୂର୍ବ ଅପେକ୍ଷା କମ ମୂଲ୍ୟରେ ଗାଲାକ୍ସି ଏ୨୧ କିଣିବାକୁ ସକ୍ଷମ ହେବେ ଏବଂ ଏହାର ମୂଲ୍ୟ ୧୦୦୦ଟଙ୍କା ହ୍ରାସ ପାଇଛି।

କମ୍ପାନୀ ଚଳିତ ବର୍ଷ ପ୍ରାରମ୍ଭରେ ମିଡ୍ରେଞ୍ଜ ସେଗମେଣ୍ଟରେ ଗାଲାକ୍ସି ଏ୨୧ ଲଞ୍ଚ କରିଥିଲା ଏବଂ ଫୋନର ଟପ ଏଣ୍ଡ ଭାରିଆଣ୍ଟ ମୂଲ୍ୟ ଧାର୍ଯ୍ୟ କରାଯାଇଛି। ୬ଜିବି ରାମ୍‌ ଏବଂ ୬୪ ଜିବି ଇଣ୍ଟରନାଲ ଷ୍ଟୋରେଜ ସହିତ ଏହି ଫୋନର ମୂଲ୍ୟ ୧୮,୪୯୯ ଟଙ୍କା ଥିଲା କିନ୍ତୁ ମୂଲ୍ୟ ହ୍ରାସ ପରେ ଏହାକୁ ୧୭,୪୯୯ ଟଙ୍କାରେ କିଣାଯାଇପାରିବ। ଆମାଜନ ଏବଂ ଫ୍ଲିପକାର୍ଟ ବ୍ୟତୀତ ଫୋନ କମ୍ପାନୀର ଅଫିସିଆଲ ସାଇଟରେ ଉପଲବ୍ଧ ହେଉଛି। ମାଇକ୍ରୋ ଏସ୍‌ଡି କାର୍ଡ ସାହାଯ୍ୟରେ ଫୋନର ଷ୍ଟୋରେଜ ୫୧୨ ଜିବିକୁ ବୃଦ୍ଧି କରାଯାଇପାରିବ। ସେଲଫି ପାଇଁ ଫୋନରେ ୧୩ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଅଛି। ଏଥି ସହିତ ପଛ ପ୍ୟାନେଲରେ ଥିବା କ୍ୱାଡ ସେଟଅପରେ ୪୮ ମେଗାପିକ୍ସେଲ ପ୍ରାଥମିକ, ୮ ମେଗାପିକ୍ସେଲ ଅଲଟ୍ରା ୱାଇଡ ଆଙ୍ଗଲ, ୨ ମେଗାପିକ୍ସେଲ ଗଭୀରତା ଏବଂ ୨ ମେଗାପିକ୍ସେଲ ମାକ୍ରୋ କ୍ୟାମେରା ସେନସର ଦିଆଯାଇଛି। ଏହାର ଏକ ବଡ଼ ୫୦୦୦ଏମ୍‌ଏଏଚ୍‌ ବ୍ୟାଟେରୀ ଅଛି, ଯାହା ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ ଆସିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ଲାଟ୍‌ ଲିଭ୍‌ର ୧ମ ଏକ୍ସକ୍ଲୁସିଭ ଷ୍ଟୋର

ଭୁବନେଶ୍ୱର,୧୯।୨: ବର୍ତ୍ତମାନର ଜଟିଳ ସମୟ ମଧ୍ୟରେ ସହରବାସୀଙ୍କୁ ଗୋଟିଏ ଛାତ ତଳେ ସମସ୍ତ ପ୍ରକାର ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବା ଲକ୍ଷ୍ୟ ନେଇ କମ୍ପାନୀ ଭୁବନେଶ୍ୱରରେ ତା’ର...

ଘୁଞ୍ଚିବ ଜିଏସ୍‌ଟି ପରିଷଦ ବୈଠକ

ନୂଆଦିଲ୍ଲୀ, ୧୨।୯ : ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପରିଷଦର ପରବର୍ତ୍ତୀ ବୈଠକ ଅକ୍ଟୋବର୫କୁ ଘୁଞ୍ଚିବ। ପ୍ରକ୍ରିୟା ସହ ଜଡିତ ୨ ଜଣ ବ୍ୟକ୍ତି...

ଉଡାନ୍‌ରେ ୧୦୦୦ ରୁଟ୍‌ ଉପରେ ନଜର

ନୂଆଦିଲ୍ଲୀ: ଉଡାନ୍‌ ଯୋଜନାରେ ସେବା ଉପଲବ୍ଧ ହେଉ ନ ଥିବା ଦେଶର ୧୦୦ ବିମାନ ବନ୍ଦରକୁ ଯୋଡିବା ନେଇ ସରକାର ଯୋଜନା ରଖିଥିବା କେନ୍ଦ୍ର ବେସାମରିକ...

ମୋଦିଙ୍କୁ ବ୍ୟବସାୟୀ ସଂଘର ଚିଠି

ନୂଆଦିଲ୍ଲୀ,୨୨।୨: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)ରେ ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ(ସିଏଆଇଟି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛି। ଫେବୃୟାରୀ...

ଅଟୋମୋବାଇଲ ଉତ୍ପାଦନ ୟୁନିଟରେ ତାଲା

ନୂଆଦିଲ୍ଲୀ,୨୪-୩: କରୋନା ବ୍ୟାପିବା ଯୋଗୁ ଦେଶର ବିଭିନ୍ନ ଅଟୋମୋବାଇଲ୍‌ ମାନୁଫାକଚରିଂ କମ୍ପାନୀଗୁଡିକ ସେମାନଙ୍କ ଉତ୍ପାଦନ ୟୁନିଟ ବନ୍ଦ ଘୋଷଣା କରିଛନ୍ତି। ଉତ୍ପାଦନ ବନ୍ଦ ରଖିବା ନେଇ...

ସମବାୟ ବ୍ୟାଙ୍କରେ ଗଭର୍ନାନ୍ସ ଉନ୍ନତୀକରଣ ଲକ୍ଷ୍ୟ: ସୀତାରାମନ

ନୂଆଦିଲ୍ଲୀ,୧୭।୯: ବ୍ୟାଙ୍କିଙ୍ଗ୍‌ ରେଗୁଲେଶନ ଆଇନରେ ସଂଶୋଧନ ଆଣିବା ଦିଗରେ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି। ସମବାୟ ବ୍ୟାଙ୍କଗୁଡିକୁ ରିଜର୍ଭ ବ୍ୟାଙ୍କ ପରିସରକୁ ଆଣିବା...

ବେଦାନ୍ତ ପକ୍ଷରୁ ବ୍ୟାପକ ସହାୟତା

ଭୁବନେଶ୍ୱର ,୫।୬: ବେଦାନ୍ତ ଆଲୁମିନିୟମର ସହଯୋଗୀ କମ୍ପାନୀ ବେଦାନ୍ତ ଫେକର ପକ୍ଷରୁ ବାହାନଗା ରେଳ ଦୁର୍ଘଟଣା ସ୍ଥଳରେ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଉଲ୍ଲେଖଯୋଗ୍ୟ ଶୁକ୍ରବାର...

ସିଏସ୍‌ଆର୍‌ ବିବେଚିତ ହେବ ପିଏମ-କେୟାର୍ସ ପାଣ୍ଠିକୁ ଯୋଗଦାନ

ନୂଆଦିଲ୍ଲୀ,୩୦। ୩: କର୍ପୋରେଟ ଜଗତ ପକ୍ଷରୁ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ପ୍ରଦାନ କରାଯାଉଥିବା ଅର୍ଥ ରାଶି କର୍ପୋରେଟ ସାମାଜିକ ଦାୟିତ୍ୱବୋଧ(ସିଏସ୍‌ଆର୍‌) ଖର୍ଚ୍ଚ ଭାବେ ବିବେଚିତ କରାଯିବ।...

Advertisement
Archives

Model This Week