Posted inଖେଳ

ପାଞ୍ଚ ମ୍ୟାଚରେ ତିନି ଶତକ ସହିତ ଅନେକ ରେକର୍ଡ ଭାଙ୍ଗିଲେ ସାମସନ୍: ପଛରେ ପଡିଲେ ଧୋନୀ, ପନ୍ତ, ରାହୁଲ ଏବଂ ଇଶାନ୍

ନୂଆଦିଲ୍ଲୀ,୧୪ା୧୧: ଭାରତ ଏବଦଖିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଚାରି ମ୍ୟାଚ୍ ବିଶିଷ୍ଟ ଟି୨୦ ଅନ୍ତର୍ଜାତୀୟ ସିରିଜର ଚତୁର୍ଥ ମୁକାବିଲାରେ ଭାରତୀୟ ବ୍ୟାଟରମାନେ ଅନେକ ରେକର୍ଡ ଭାଙ୍ଗିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମଥର ପାଇଁ ଗୋଟିଏ ଇନିଂସରେ କୌଣସି ଦେଶର ଦୁଇ ଜଣ ବ୍ୟାଟର ଶତକ ହାସଲ କରିଛନ୍ତି। ଏହି ମ୍ୟାଚରେ ତିଲକ ଦ୍ୱିତୀୟ ଭାରତୀୟ ଭାବେ ଲଗାତାର ଦୁଇଟି ମୁକାବିଲାରେ ଦୁଇଟି ଶତକ ହାସଲ କରିଛନ୍ତି।

ସଞ୍ଜୁ ସାମସନଙ୍କ ପ୍ରଥମ ଛକା ସହିତ ଟିମ୍ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। କ୍ରିକେଟ୍ ର ସବୁଠାରୁ ଛୋଟ ଫର୍ମାଟରେ ୧୫୦୦ ରୁ ଅଧିକ ଛକା ମାରିବାରେ ଭାରତ ବିଶ୍ୱର ଦ୍ୱିତୀୟ ଦଳ ହୋଇପାରିଛି। ୱେଷ୍ଟଇଣ୍ଡିଜ୍ ନାମ ପ୍ରଥମ ସ୍ଥାନରେ ରହିଛି। ୱେଷ୍ଟଇଣ୍ଡିଜ୍ ଟି -୨୦ ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ୧୫୫୬ ଛକା ମାରିଛି।

ୱେଷ୍ଟଇଣ୍ଡିଜ୍ ପରେ ଟିମ୍ ଇଣ୍ଡିଆ ବର୍ତ୍ତମାନ ୧୫୦୧ ଛକା ସହ ଦ୍ୱିତୀୟ ସ୍ଥାନରେ ରହିଛି। ଏଥିସହିତ ଗୋଟିଏ ଇନିଂସରେ ମଧ୍ୟ ସର୍ବାଧିକ ଛକା ଭାରତ ନାମରେ କରିଛି। ଏହା ପୂର୍ବରୁ ଚଳିତବର୍ଷ ଖେଳାଯାଇଥିବା ବାଂଲାଦେଶ ସିରିଜରେ ଭାରତ ୨୨ ଟି ଛକା ମାରିଥିଲା।

ଏହି ମ୍ୟାଚରେ ସାମସନ୍ ୫୧ ବଲରେ ଶତକ ପୂରଣ କରିଛନ୍ତି। ଏଥିରେ ସେ ୮ ଟି ଛକା ଓ ୬ ଟି ଚୌକା ମାରିଥିଲେ। ସାମସନ୍ ୫୬ ବଲ୍ ସମ୍ମୁଖୀନ ହୋଇଥିଲେ ବେଳେ ଅପରାଜିତ ୧୦୯ ରନ୍ ସ୍କୋର କରିଥିଲେ। ସାମସନଙ୍କ ସହ ତିଲକ ମଧ୍ୟ ଏକ ଶତକ ହାସଲ କରିଥିଲେ। ସେ ଅପରାଜିତ ୧୨୦ ରନ୍ ସଂଗ୍ରହ କରିଥିଲେ। ଟିମ୍ ଇଣ୍ଡିଆ ୨୦ ଓଭରରେ ୨୮୩ ରନ୍ ସଂଗ୍ରହ କରିଥିଲା।

ଏହି ମୁକାବିଲାରେ ରୋହିତ ଶର୍ମାଙ୍କ ଏକ ବିଶେଷ ରେକର୍ଡକୁ ସାମସନ୍ ସମାନ କରିଛନ୍ତି। ଟି -୨୦ ଆନ୍ତର୍ଜାତୀୟ ମ୍ୟାଚରେ ସର୍ବାଧିକ ୮ କିମ୍ବା ଅଧିକ ଛକା ମାରିବାରେ ସେ ରୋହିତଙ୍କ ସହ ସମକକ୍ଷ ହୋଇଛନ୍ତି। ରୋହିତ ଏହି ସଫଳତା ତିନିଥର କରିଛନ୍ତି। ଜୋହାନ୍ସବର୍ଗରେ ସଞ୍ଜୁ ମଧ୍ୟ ଏହି ପ୍ରଦର୍ଶନ କରିଥିଲେ। ଏହି ତାଲିକାରେ ସୂର୍ୟ୍ୟକୁମାର ଯାଦବ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ୬ ଟି ଛକା ମାରିଛନ୍ତି।

ଏଥିସହିତ ସାମସନ୍ କେ.ଏଲ୍ ରାହୁଲ ଏବଂ ଇଶାନ୍ କିଶାନଙ୍କ ରେକର୍ଡ ଭାଙ୍ଗିଛନ୍ତି। ଟିମ ଇଣ୍ଟରନ୍ୟାସନାଲରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିଥିବା ଭାରତ ପାଇଁ ସାମସନ୍ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ସେ ୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଯେଉଁଠାରେ ଇଶାନ ଏବଂ ରାହୁଲ ୩-୩ ଅର୍ଦ୍ଧଶତକ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri