Posted inଖେଳ

ପାଞ୍ଚ ମ୍ୟାଚରେ ତିନି ଶତକ ସହିତ ଅନେକ ରେକର୍ଡ ଭାଙ୍ଗିଲେ ସାମସନ୍: ପଛରେ ପଡିଲେ ଧୋନୀ, ପନ୍ତ, ରାହୁଲ ଏବଂ ଇଶାନ୍

ନୂଆଦିଲ୍ଲୀ,୧୪ା୧୧: ଭାରତ ଏବଦଖିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଚାରି ମ୍ୟାଚ୍ ବିଶିଷ୍ଟ ଟି୨୦ ଅନ୍ତର୍ଜାତୀୟ ସିରିଜର ଚତୁର୍ଥ ମୁକାବିଲାରେ ଭାରତୀୟ ବ୍ୟାଟରମାନେ ଅନେକ ରେକର୍ଡ ଭାଙ୍ଗିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମଥର ପାଇଁ ଗୋଟିଏ ଇନିଂସରେ କୌଣସି ଦେଶର ଦୁଇ ଜଣ ବ୍ୟାଟର ଶତକ ହାସଲ କରିଛନ୍ତି। ଏହି ମ୍ୟାଚରେ ତିଲକ ଦ୍ୱିତୀୟ ଭାରତୀୟ ଭାବେ ଲଗାତାର ଦୁଇଟି ମୁକାବିଲାରେ ଦୁଇଟି ଶତକ ହାସଲ କରିଛନ୍ତି।

ସଞ୍ଜୁ ସାମସନଙ୍କ ପ୍ରଥମ ଛକା ସହିତ ଟିମ୍ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। କ୍ରିକେଟ୍ ର ସବୁଠାରୁ ଛୋଟ ଫର୍ମାଟରେ ୧୫୦୦ ରୁ ଅଧିକ ଛକା ମାରିବାରେ ଭାରତ ବିଶ୍ୱର ଦ୍ୱିତୀୟ ଦଳ ହୋଇପାରିଛି। ୱେଷ୍ଟଇଣ୍ଡିଜ୍ ନାମ ପ୍ରଥମ ସ୍ଥାନରେ ରହିଛି। ୱେଷ୍ଟଇଣ୍ଡିଜ୍ ଟି -୨୦ ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ୧୫୫୬ ଛକା ମାରିଛି।

ୱେଷ୍ଟଇଣ୍ଡିଜ୍ ପରେ ଟିମ୍ ଇଣ୍ଡିଆ ବର୍ତ୍ତମାନ ୧୫୦୧ ଛକା ସହ ଦ୍ୱିତୀୟ ସ୍ଥାନରେ ରହିଛି। ଏଥିସହିତ ଗୋଟିଏ ଇନିଂସରେ ମଧ୍ୟ ସର୍ବାଧିକ ଛକା ଭାରତ ନାମରେ କରିଛି। ଏହା ପୂର୍ବରୁ ଚଳିତବର୍ଷ ଖେଳାଯାଇଥିବା ବାଂଲାଦେଶ ସିରିଜରେ ଭାରତ ୨୨ ଟି ଛକା ମାରିଥିଲା।

ଏହି ମ୍ୟାଚରେ ସାମସନ୍ ୫୧ ବଲରେ ଶତକ ପୂରଣ କରିଛନ୍ତି। ଏଥିରେ ସେ ୮ ଟି ଛକା ଓ ୬ ଟି ଚୌକା ମାରିଥିଲେ। ସାମସନ୍ ୫୬ ବଲ୍ ସମ୍ମୁଖୀନ ହୋଇଥିଲେ ବେଳେ ଅପରାଜିତ ୧୦୯ ରନ୍ ସ୍କୋର କରିଥିଲେ। ସାମସନଙ୍କ ସହ ତିଲକ ମଧ୍ୟ ଏକ ଶତକ ହାସଲ କରିଥିଲେ। ସେ ଅପରାଜିତ ୧୨୦ ରନ୍ ସଂଗ୍ରହ କରିଥିଲେ। ଟିମ୍ ଇଣ୍ଡିଆ ୨୦ ଓଭରରେ ୨୮୩ ରନ୍ ସଂଗ୍ରହ କରିଥିଲା।

ଏହି ମୁକାବିଲାରେ ରୋହିତ ଶର୍ମାଙ୍କ ଏକ ବିଶେଷ ରେକର୍ଡକୁ ସାମସନ୍ ସମାନ କରିଛନ୍ତି। ଟି -୨୦ ଆନ୍ତର୍ଜାତୀୟ ମ୍ୟାଚରେ ସର୍ବାଧିକ ୮ କିମ୍ବା ଅଧିକ ଛକା ମାରିବାରେ ସେ ରୋହିତଙ୍କ ସହ ସମକକ୍ଷ ହୋଇଛନ୍ତି। ରୋହିତ ଏହି ସଫଳତା ତିନିଥର କରିଛନ୍ତି। ଜୋହାନ୍ସବର୍ଗରେ ସଞ୍ଜୁ ମଧ୍ୟ ଏହି ପ୍ରଦର୍ଶନ କରିଥିଲେ। ଏହି ତାଲିକାରେ ସୂର୍ୟ୍ୟକୁମାର ଯାଦବ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ୬ ଟି ଛକା ମାରିଛନ୍ତି।

ଏଥିସହିତ ସାମସନ୍ କେ.ଏଲ୍ ରାହୁଲ ଏବଂ ଇଶାନ୍ କିଶାନଙ୍କ ରେକର୍ଡ ଭାଙ୍ଗିଛନ୍ତି। ଟିମ ଇଣ୍ଟରନ୍ୟାସନାଲରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିଥିବା ଭାରତ ପାଇଁ ସାମସନ୍ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ସେ ୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଯେଉଁଠାରେ ଇଶାନ ଏବଂ ରାହୁଲ ୩-୩ ଅର୍ଦ୍ଧଶତକ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri