ବୟସ ମାତ୍ର ୨ ବର୍ଷ: ହେଲେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଲେ ସମ୍ପୂର୍ଣ୍ଣା

ଉମରକୋଟ,୧।୮(ସ୍ବ.ପ୍ର.): ଉପାନ୍ତ ଅଞ୍ଚଳରେ ବିରଳ ପ୍ରତିଭାଙ୍କ ବୟସ ୨ ବର୍ଷ ମାତ୍ର। ହେଲେ ତାଙ୍କ ପାଟିରୁ ବାହାରୁଛି ଅନେକ ଜଟିଳ ପ୍ରଶ୍ନର ଉତ୍ତର। କୌଣସି ବସ୍ତୁ, ରଙ୍ଗ, ଆକାର, ଜୀବଜନ୍ତୁ, ପଶୁପକ୍ଷୀଙ୍କ ଶବ୍ଦ ଓ ଭଜନ, ବିପରୀତ ଶବ୍ଦ, ଗୀତ ଆଦି ସେ ନିର୍ଭୁଲ୍‌ କହିପାରନ୍ତି। ତାଙ୍କ ସ୍ମରଣ ଶକ୍ତି ଆଗରେ ଅଧିକ ବୟସର ପିଲାମାନେ ମଧ୍ୟ ହାରିଯିବେ। ଏଭଳି ଜଣେ ବିସ୍ମୟ ଶିଶୁ ହେଲେ ନବରଙ୍ଗପୁର ଜିଲା ଉମରକୋଟ ସହର ଗୁଲିପାଟଣା ଅଞ୍ଚଳର ପୂର୍ଣ୍ଣିମା ପଟ୍ଟନାୟକ ଏବଂ ସମୀର ଗନ୍ତାୟତଙ୍କ ଏକମାତ୍ର ଝିଅ ସମ୍ପୂର୍ଣ୍ଣା। ତାଙ୍କ ପ୍ରତିଭା ପାଇଁ ସେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି।

ତୁଳସୀ ଦୁଇପତ୍ରରୁ ବାସିଲା ଭଳି ସମ୍ପୂର୍ଣ୍ଣାଙ୍କ ପ୍ରତିଭା ତଥା ସ୍ମରଣଶକ୍ତି ପିଲାଟି ଦିନରୁ ହିଁ ବାରି ହୋଇଥିଲା। ଯେକୌଣସି ପ୍ରଶ୍ନ ତାଙ୍କୁ ପଚାରିଲେ ସଙ୍ଗେସଙ୍ଗେ ସେ ଉତ୍ତର ଦିଅନ୍ତି। ମା’, ବାପା ଠିକ୍‌ ସମୟରେ ତାଙ୍କ ପ୍ରତିଭା ପରଖି ଉତ୍ସାହିତ କରିଥିଲେ। ଏବେ ସମ୍ପୂର୍ଣ୍ଣା ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇବାର ଗୌରବ ହାସଲ କରିଛନ୍ତି। ଏହି ପ୍ରତିଯୋଗିତା ବିଷୟରେ ବାପା ସମୀର ଅନ୍‌ଲାଇନରୁ ଜାଣିବା ପରେ ଝିଅକୁ ପ୍ରସ୍ତୁତ କରାଇଥିଲେ। ୨୦୨୧ ଜୁନ୍‌ ୧୦ରେ ପ୍ରତିଯୋଗିତା ପାଇଁ ଆବେଦନ କରିଥିଲେ। ପରବର୍ତ୍ତୀ ସମୟରେ ଅନୁଷ୍ଠାନ ପକ୍ଷରୁ ଶିଶୁଟିର ସମସ୍ତ ପ୍ରତିଭା ନେଇ ସଂସ୍ଥା ତଥ୍ୟ ମାଗିଥିଲା। ଏହାକୁ ଆଧାରକରି ସମ୍ପୂର୍ଣ୍ଣାଙ୍କ ବାପା ଝିଅର ୨୦ଟି ଭିଡିଓ ପଠାଇଥିଲେ। ଏହା ଦେଖିବା ପରେ ଅନୁଷ୍ଠାନ ପକ୍ଷରୁ ଭିଡିଓ କଲ୍‌ ମାଧ୍ୟମରେ ସମ୍ପୂର୍ଣ୍ଣାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ସେ ସମସ୍ତ ପ୍ରଶ୍ନର ଠିକ୍‌ ଉତ୍ତର ଦେଇପାରିଥିଲେ। ଉକ୍ତ ପ୍ରଶ୍ନ ମଧ୍ୟରେ ୪୬ଟି ପଶୁଙ୍କ ନାମ, ୨୦ ପକ୍ଷୀର ନାମ, ୧୮ ପ୍ରକାର ପରିବା, ୧୮ ପ୍ରକାର ଫୁଲ, ୧୭ ପ୍ରକାର ଫଳ,୧୧ ରଙ୍ଗ,୧୧ ଆକାର, ୬ କୀଟପତଙ୍ଗ, ୮ ଖାଦ୍ୟ ପଦାର୍ଥର ନାମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri