Posted inUncategorized

ସମଲେଇ ଯୋଜନା: ସମସ୍ତଙ୍କୁ କ୍ଷତିପୂରଣ

ଭୁବନେଶ୍ୱର,୧୦।୪(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସମଲେଇ ବିକାଶ ଯୋଜନା ଅନ୍ତର୍ଗତ ଥଇଥାନ ଓ ପୁନର୍ବାସ ପ୍ୟାକେଜକୁ ଅନୁମୋଦନ କରିଛନ୍ତି। ଏଥିରେ ଉଭୟ ସରକାରୀ ଓ ବେସରକାରୀ ଜମିରେ ଘର ବା ଦୋକାନ କରିଥିବା ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ଥଇଥାନ ବ୍ୟବସ୍ଥା କରାଯାଇଛି। ସମଲେଶ୍ୱରୀ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳର ବିକାଶ ପାଇଁ ସମଲେଇ (ସମଲେଶ୍ୱରୀ ଟେମ୍ପଲ୍‌ ଏରିଆ ମ୍ୟାନେଜମେଣ୍ଟ ଆଣ୍ଡ ଲୋକାଲ ଇକୋନୋମିକ ଇନିସିଏଟିଭ) ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏଥିପାଇଁ ଲୋକଙ୍କଠାରୁ ମତାମତ ସଂଗ୍ରହ କରାଯାଇଥିଲା। ତାହାକୁ ଦୃଷ୍ଟିରେ ରଖି ଥଇଥାନ ପୁନର୍ବାସ ପ୍ୟାକେଜ କରାଯାଇଛି। ସମ୍ପୂର୍ଣ୍ଣ ସମଲେଇ ଯୋଜନାକୁ ମେ’ ୧୫ ସୁଦ୍ଧା ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ବେସରକାରୀ ଜାଗାରେ ଘର କରିଥିବା ଲୋକଙ୍କ ଜମିକୁ ସିଧା କିଣାଯାଇ ପୁନର୍ବାସ ଓ ଥଇଥାନ ଆଇନ-୨୦୧୩ ଅନୁଯାୟୀ କ୍ଷତିପୂରଣ ଦିଆଯିବ। ମନ୍ଦିର ପୂଜାରୀମାନଙ୍କୁ ଜମି ବଦଳରେ ଜମି ଦିଆଯିବ। ଏଥିସହିତ ପୂଜାରୀମାନଙ୍କୁ ୨୦ ଲକ୍ଷ ଟଙ୍କାର ପୁନର୍ବାସ ଭତ୍ତା କିମ୍ବା ତାଙ୍କ ଘରର ମୂଲ୍ୟ(ଯାହା ଅଧିକ ଥିବ) ପ୍ରଦାନ କରାଯିବ। ପରିବହନ ପାଇଁ ୧ ଲକ୍ଷ ଟଙ୍କା ତୁରନ୍ତ ଦିଆଯିବ। ପ୍ରତ୍ୟେକ ପରିବାରକୁ ୧୨ ମାସ ପାଇଁ ୧୦ ହଜାର ଟଙ୍କା ଲେଖାଏ ଘରଭଡ଼ା ଦିଆଯିବ। ପଟ୍ଟା ଥିବା ବେସରକାରୀ ଜାଗାର ଦୋକାନୀ ମାଲିକଙ୍କ ଜମିକୁ ସିଧା କିଣାଯିବ। ଦୋକାନକୁ ଅନ୍ୟ ଜାଗାରେ ଅବସ୍ଥାପିତ କରିବା ପାଇଁ ୧ ଲକ୍ଷ ଟଙ୍କାର ସହାୟତା ୨ ସମାନ କିସ୍ତିରେ ଦିଆଯିବ। ସରକାରୀ ଜାଗାରେ ବସ୍ତିରେ ଥିବା ଅନଧିକୃତ କଚ୍ଚା କିମ୍ବା ଆଂଶିକ ପକ୍କାଘର ପରିବାରକୁ ଏକକାଳୀନ ୫୦ ହଜାର ଟଙ୍କା କିମ୍ବା ଘରର ମୂଲ୍ୟ ଦିଆଯିବ। ଏଥିସହିତ ଲୋକଙ୍କ ପୁନର୍ବାସ ପାଇଁ ୬୫୦ ବର୍ଗଫୁଟ ଜାଗା ଯୋଗାଇ ଦିଆଯିବ। ବଡ଼ ପକ୍କାଘର ଥିବା ବସ୍ତିର ପରିବାରଗୁଡିକୁ ଘରର ମୂଲ୍ୟ ଏବଂ ୬୫୦ ବର୍ଗ ଫୁଟର ଜାଗା ଦିଆଯିବ। ବସ୍ତି ବ୍ୟତୀତ ଅନ୍ୟ ଜାଗାରେ ଥିବା ବେସରକାରୀ ଅନଧିକୃତ ଘରର ପ୍ରତ୍ୟେକ ପରିବାର ପାଇଁ ଘରର ବଜାର ଦର ଅନୁଯାୟୀ କ୍ଷତିପୂରଣ ସହ ୨,୫୭,୪୬୫ ଟଙ୍କାର ପୁନର୍ବାସ ସହାୟତା ପ୍ରଦାନ କରାଯିବ। ଅନ୍ୟ ସ୍ଥାନକୁ ଯିବା ପାଇଁ ପରିବାର ପିଛା ଏକକାଳୀନ ୫୦ ହଜାର ଟଙ୍କାର ସହାୟତା ଦିଆଯିବ। ସରକାରୀ ଜାଗାରେ ଥିବା ଅନଧିକୃତ ଆଂଶିକ ପକ୍କା ଦୋକାନ ଘର ପାଇଁ ୩୦ ହଜାର ଓ ସମ୍ପୂର୍ଣ୍ଣ ପକ୍କାଘର ଲାଗି ୫୦ ହଜାର ଟଙ୍କା ଦିଆଯିବ। ସରକାରୀ ଜାଗାରେ ଥିବା ଉଠାଦୋକାନୀମାନଙ୍କୁ ଦୁଇଟି କିସ୍ତିରେ ୩୦ ହଜାର ଟଙ୍କା ଦିଆଯିବ। ସେମାନଙ୍କ ପାଇଁ ଏକ ଷ୍ଟ୍ରିଟ୍‌ ଭେଣ୍ଡିଂ ପ୍ଲାନ୍‌ କରାଯିବ। କ୍ଷତିଗ୍ରସ୍ତ ଦୋକାନ ପାଇଁ ଜାଗା ଦିଆଯିବ। ସରକାରୀ ଜମିରେ ଥିବା ଧାର୍ମିକ ଅନୁଷ୍ଠାନ ଓ କ୍ଲବ୍‌ଗୁଡ଼ିକୁ ଏକକାଳୀନ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ। ଏହି ପ୍ୟାକେଜ ଘୋଷଣା ଆଲୋଚନାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାରଣ କହି ଭାଜପା ଛାଡିଲେ ଜୀବନ ପ୍ରଦୀପ ଦାଶ

ଭୁବନେଶ୍ୱର,୧୩।୧୧: ଭାଜପା ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ରବୀନ୍ଦ୍ର ଜେନା ଭାଜପାରେ ସାମିଲ ହେବା ପରେ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ପ୍ରେସମିଟ୍‌ କରି…

ରସୁଲଗଡ଼ରେ ଚାଞ୍ଚଲ୍ୟ: ୟୁଟ୍ୟୁବ ବ୍ଲଗରଙ୍କୁ ଜିଜିପି କଲୋନୀରେ ହତ୍ୟା 

ଭୁବନେଶ୍ୱର,୧।୩: ରାଜଧାନୀରେ ପୁଣି ଗଡିଲା ମୁଣ୍ଡ। ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ ରାହୁଲ ମହାରଣା। ସେ…

୫ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଟପିଲା

ଭୁବନେଶ୍ୱର, ୨୨।୨ (ବନ୍ଦନା ସେଠୀ) : ରାଜ୍ୟରେ ଦିନ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଉଛି। ଆଞ୍ଚଳିକ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ…

ବିଷାକ୍ତ ଶିଳ୍ପର ଯାତ୍ରା

ମାନବ ସଭ୍ୟତାର ସବୁଠାରୁ ବଡ଼ ଦୁଃଖଦ ଘଟଣା ମଧ୍ୟରୁ ଗୋଟିଏ ହେଉଛି, ଯେତେବେଳେ ଶିଳ୍ପ ଏବଂ ଲାଭ ପାଇଁ ଭୋକ ବୃଦ୍ଧି ପାଇଛି, ସେତେବେଳେ ପ୍ରଥମେ ମାନବ…

ବିଜେଡି କାହାକୁ କରିବ ରାଜ୍ୟ ସଭା ପ୍ରାର୍ଥୀ: ଏମିତି କିଛି କହିଲେ ଅଶୋକ ପଣ୍ଡା

ଭୁବନେଶ୍ୱର,୧୪।୨: ବିଜେଡିର ରାଜ୍ୟ ସଭା ପ୍ରାର୍ଥିତ୍ୱକୁ ନେଇ ମତ ରଖିଲେ ଅଶୋକ ପଣ୍ଡା। ସେ କହିଛନ୍ତି, ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନ…

ଭାରତ-ପାକିସ୍ତାନ ମହାମୁକାବିଲାକୁ ନେଇ ଆସିଲା ବଡ଼ ଅପଡେଟ୍‌: ୨୪ ଘଣ୍ଟା ଭିତରେ…

ନୂଆଦିଲ୍ଲୀ,୯।୨: ଟି-୨୦ ବିଶ୍ୱକପ ଆରମ୍ଭ ହୋଇଛି। କିନ୍ତୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲାକୁ ନେଇ ଏବେ ବି ଅନିଶ୍ଚିତତା ରହିଛି। ପରିସ୍ଥିତି ସ୍ପଷ୍ଟ କରିବା ପାଇଁ…

ସାମ୍ନାକୁ ଆସିଲା ସୁଇସାଇଡ ନୋଟ: ଆତ୍ମହତ୍ୟା କରିବା ପୂର୍ବରୁ ବାପାଙ୍କୁ ଏମିତି କଥା ଲେଖିଥିଲେ ୩ ଭଉଣୀ

ଗାଜିଆବାଦ,୪।୨: ଉତ୍ତର ପ୍ରଦେଶର ଗାଜିଆବାଦର ଟିଲା ମୋଡ ପୋଲିସ ଷ୍ଟେଶନ ଅଞ୍ଚଳର ଭାରତ ସିଟି ସୋସାଇଟିରେ ଏକ ଦୁଃଖଦ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ତିନି ଭଉଣୀ…

ରୁଷିଆରୁ ଆଉ ତେଲ କିଣିବନି ଭାରତ: ବଢିବ କି ପେଟ୍ରୋଲ- ଡିଜେଲ ଦାମ୍‌? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୩।୨: ଭାରତ ଏବଂ ଆମେରିକା ମଧ୍ୟରେ ସୋମବାର ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ସଦ୍ୟତମ ଚୁକ୍ତି ଅନୁଯାୟୀ, ଭାରତ ଏବେ ରୁଷିଆ ବଦଳରେ ଆମେରିକାରୁ ତେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri