ସମ ପରିଣତି

ଗୋଟିଏ ଝଙ୍କାଳିଆ ଆମ୍ବ ଗଛଟିଏ ଆମ ଘର ପାଖରେ ଥିଲା। ସେ ଗଛକୁ ଅନେକ ପକ୍ଷୀ ଯଥା କୋଇଲି, ଲାଲି ଥଣ୍ଟ ଥିବା ଶୁଆ, ବଗ ଆସି ବସୁଥିଲେ। କୋଇଲିର ଶବ୍ଦ, ପକ୍ଷୀମାନଙ୍କର କିଚିରି ମିଚିରି ଶବ୍ଦ ପିଲାଦିନେ ଶୁଣିବାକୁ ଭଲ ଲାଗୁଥିଲା। ବଉଳର ବାସ୍ନା ମତେ ଭାରି ଭଲ ଲାଗେ। ସମୟ ପାଇଲେ ସେ ଗଛମୂଳେ ମୁଁ ବସେ। କେତେ ରାସ୍ତା ବାଟୋଇଙ୍କର ଖରାଦିନେ ସେ ଆଶ୍ରୟସ୍ଥଳ ପାଲଟିଛି। ପ୍ରତିଦାନରେ ବଗୁଲିଆ ପିଲାଙ୍କଠାରୁ ଢେଲା ମାଡ଼ ଖାଇଛି। ପୂଜା ପାର୍ବଣରେ ଆମ୍ବଡାଳକୁ ଛିଣ୍ଡାଇ ନେଇ ବ୍ୟବସାୟୀମାନେ ତାହାକୁ ବିକ୍ରି କରିଛନ୍ତି। ଏପରି ସମୟ ଆସିଲା, ଆମ୍ବଗଛରେ ଆଉ ପତ୍ର ରହିଲା ନାହିଁ। ସେ ଥୁଣ୍ଟା ଗଛରେ ପରିଣତ ହେଲା। ସମୟକ୍ରମେ ପକ୍ଷୀମାନେ ଆଉ ସେଠାକୁ ଆସିଲେ ନାହିଁ ମୁଁ କିନ୍ତୁ ତା’ ନିକଟକୁ ଯାଏ। ଗଛଟି ଦିନେ ମତେ କହିଲା ହୃଦ+ଦୟା ହେଉଛି ହୃଦୟ। ଏହା ମାଟିରେ ରୋପଣ କରାଯାଏ ନାହିଁ। ମଣିଷର ହୃଦୟରେ ତାହା ଜାଗ୍ରତ ହେବା ଉଚିତ। କିଛିଦିନ ପରେ ତା’ର କାଠଗଣ୍ଡିରୁ କେତେକ ଖଳ ପ୍ରକୃତିର ଲୋକ ମେଶିନ ଜରିଆରେ କାଟି ନେଲେ। ମୁଁ ପଚାରିବାରୁ ସେମାନେ କହିଲେ ଏହି ଥୁଣ୍ଟା ଗଛଟିର କୌଣସି ମୂଲ୍ୟ ନାହିଁ। ତା’ର କାଠଗଣ୍ଡିଗୁଡ଼ିକ କବାଟ ଝରକା ହେବାରେ ସାହାଯ୍ୟ କରିବ। ଏହିପରି ଭାବରେ ଆମ୍ବଗଛଟି ସହିତ ମୋର ବନ୍ଧୁତ୍ୱ ସରି ଯାଇଥିଲା।
ମୋର ବିବାହ ହେଲା, ମୋର ସ୍ବାମୀ ଗୋଟିଏ ନୂଆ ସ୍ଥାନକୁ ବଦଳି ହୋଇଗଲେ। ସେ ମୋର ସୁଖ ପାଇଁ ଓ ପିଲାମାନଙ୍କର ସୁଖ ଓ ସ୍ବାଚ୍ଛନ୍ଦ୍ୟ ଜୀବନ ପାଇଁ ଏକ ସୁନ୍ଦର ଘର ତିଆରି କରିଥିଲେ। ଘରଟିକୁ ସୁନ୍ଦର ଭାବେ ସଜାସଜି କରି ରଖିବାର ଦାୟିତ୍ୱ ମୋ ଉପରେ ଥିଲା। ଧୀରେ ଧୀରେ ପିଲାମାନଙ୍କର ବିବାହ ହେଲା ଓ ଘର ନାତି, ନାତୁଣୀଙ୍କର କୋଳାହଳରେ ଫାଟିଉଠିଲା। ମୋର ସ୍ବାମୀ ସାଜସଜ୍ଜାପୂର୍ଣ୍ଣ ଘର ଭଲ ପାଉଥିବାରୁ ଚାକରବାକର ନ ରଖି ମୁଁ ନିଜେ ଚାରିଆଡ଼େ ସଫା ସୁତୁରା କରିରଖେ। ସ୍ବାମୀଙ୍କ ମୃତ୍ୟୁ ପରେ ମୋର ବୃଦ୍ଧା ଅବସ୍ଥା ଯୋଗୁ ଚିଡ଼ିଚିଡ଼ାପଣ, ବିଭିନ୍ନ ପ୍ରକାର ରୋଗ ଧୀରେ ଧୀରେ ମତେ ମାଡ଼ି ବସିବାକୁ ଲାଗିଲା। ନାତିନାତୁଣୀମାନେ ଓ ଆଧୁନିକ ସଭ୍ୟତାର ବୋହୂମାନେ ଘର ସଜାଡ଼ିବା ଶିଖିଲେ ନାହିଁ। ବହି, ଖାତାପତ୍ର, ପେନ, ପେନସିଲ, ରବର ସେମାନଙ୍କର ପଢ଼ା ଟେବୁଲ ଉପରେ ନ ରଖି ଏଣେତେଣେ ଫିଙ୍ଗି ଦେଉଥିଲେ। ଏପରିକି ଲୁଗାପଟା ମଧ୍ୟ ଠିକ୍‌ ଜାଗାରେ ରଖୁ ନ ଥିଲେ। ମୁଁ ଚିଡ଼ିଚିଡ଼ା ହେଉଥିଲେ ମଧ୍ୟ ସେ ସବୁ ଗୋଟାଇ ଘରକୁ ଠିକ୍‌ କରି ରଖେ। ନାତିନାତୁଣୀମାନଙ୍କୁ କହେ ତୁମେ କେବେ ବି ସୁଧୁରିବ ନାହିଁ। କାରଣ ତୁମେ ଚାହୁଁଥିବା ସମସ୍ତ ଜିନିଷ ତୁମ ବାପା, ମା’ମାନେ ତୁମକୁ କିଣି ଦେଉଛନ୍ତି। ଅଭାବ କ’ଣ ତୁମେ ଜାଣିଲ ନାହିଁ। ଧୀରେ ଧୀରେ ମୋର ପିଲାମାନେ ସେମାନଙ୍କର ସ୍ତ୍ରୀ ଓ ପିଲାମାନଙ୍କୁ ଧରି ବିଦେଶ ଗସ୍ତ କଲେ। କିଏ ବାଙ୍ଗାଲୋର ତ କିଏ ଆମେରିକା, ଲଣ୍ଡନ ବିଭିନ୍ନ ସ୍ଥାନକୁ ଚାଲିଗଲେ। ମୋର ଘର ଖାଲି ରହିଲା। ଯେଉଁ ଘର ଦିନେ ଅସଜଡ଼ା ହୋଇ ଯାଉଥିଲା ବୋଲି ଘରେ ପାଟିତୁଣ୍ଡ ହେଉଥିଲା ଓ ମୁଁ ଚିଡ଼ିଚିଡ଼ି ହେଉଥିଲି ସେ ଘର ଏବେ ଶାନ୍ତ ହୋଇଗଲା। କଲିଂବେଲ୍‌ ବାଜିଲେ ନାତି ନାତୁଣୀମାନେ କାହିଁକି କବାଟ ଖୋଲି ଦେଉଛନ୍ତି ମୁଁ ପାଟି କରୁଥିଲି। କିନ୍ତୁ ଆଜି କଲିଂବେଲ୍‌ ବାଜିଲେ ମୋତେ ନିଜେ ଯାଇ କବାଟ ଖୋଲିବାକୁ ପଡ଼ୁଛି।
ଖାଲି ଦୂରରେ ରହି ଦୂରଭାଷରେ ମୋ ସହିତ ମୋର ପିଲାମାନେ ଓ ନାତିନାତୁଣୀମାନେ କଥା ହେବାକୁ ଲାଗିଲେ। ଘର ଛାଡ଼ି ସେମାନଙ୍କ ନିକଟକୁ ବିଦେଶକୁ ଚାଲି ଆସିବା ପାଇଁ ମୋତେ ଉପଦେଶ ଦେଲେ। ମୁଁ କିନ୍ତୁ ମୋ ସ୍ବାମୀଙ୍କର ମୋ ପାଇଁ ଅତି ସ୍ନେହରେ କରିଥିବା ଘରଟିକୁ ଛାଡ଼ି କେଉଁଆଡ଼େ ଯିବାକୁ ଚାହୁଁ ନ ଥିଲି। ଦିନେ ମୋର ଗୋଡ଼ ଶୌଚାଳୟରେ ପଡ଼ି ଭାଙ୍ଗିଗଲା। ବାହାର ଲୋକଙ୍କ ସହାୟତାରେ ମୋର ଜଣେ ହାଡ଼ଭଙ୍ଗା ଡାକ୍ତରଙ୍କ ପାଖକୁ ଗଲି କିନ୍ତୁ ମୁଁ ଆଉ ଘରକୁ ଫେରିଲି ନାହିଁ। ବିଦେଶରେ ରହୁଥିବା ମୋର ପିଲାମାନେ ଡାକ୍ତରଖାନାରୁ ବୃଦ୍ଧାଶ୍ରମକୁ କିପରି ଯିବି ତା’ର ବ୍ୟବସ୍ଥା କରିଦେଲେ। ମୋତେ ବୃଦ୍ଧାଶ୍ରମ ଭଲ ଲାଗୁନାହିଁ। ମୋର ସେ ସାଜସଜ୍ଜାପୂର୍ଣ୍ଣ ଘର ନାତିନାତୁଣୀଙ୍କର ଏଣେତେଣେ ଫିଙ୍ଗି ଦେଇଥିବା ପଦାର୍ଥ, ମୋର ପିଲାମାନଙ୍କ ଉପରେ ହେଉଥିବା ରାଗ ଅଭିମାନ ମୋର ମନେପଡ଼ୁଛି। କିନ୍ତୁ ହାୟ ମୁଁ ମଧ୍ୟ ମୋର ପିଲାଦିନର ବନ୍ଧୁ ଆମ୍ବଗଛ ପରି ପାଲଟି ଯାଇଛି। ଗତକାଲି ଗୋଟିଏ ସମାଜସେବୀ ସଂଗଠନ ବୃଦ୍ଧାଶ୍ରମକୁ ଆସିଥିଲେ। ମୁଁ ମୋର ଶରୀରର ଅଙ୍ଗସବୁ ସମାଜ ସେବା ପାଇଁ ଦାନ କରିଦେଇ ଆସନ୍ନ ମୃତ୍ୟୁକୁ ଅପେକ୍ଷା କରିରହିଛି।

ଅନୀତା ପଟ୍ଟନାୟକ
ଅବସରପ୍ରାପ୍ତ ପ୍ରାଧ୍ୟାପିକା, ସିଡିଏ, କଟକ ମୋ:୯୬୯୨୯୮୦୦୨୬


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ରେ ଯାଉଥିଲେ ଯୁବକ, ଅଗରୁ ଜଗି ରହିଥିଲେ ଦୁର୍ବୃତ୍ତ: ପେଟରେ ଛୁରି ପୁରାଇ …

ଆସିକା,୧୧।୧୨(ସୁରେନ୍ଦ୍ରନାଥ ସାହୁ): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ଗବନଳା-ଅତରଙ୍ଗ ରାସ୍ତା ତତରାନାଳ ନିକଟରେ ଜଣେ ଯୁବକଙ୍କୁ ସଙ୍ଘ ବଧ୍ୟ ଆକ୍ରମଣ ହୋଇଛି। ଦୁର୍ବୃତ୍ତ ଛୁରିରେ...

ସକାଳୁ ସକାଳୁ ବାଜିଲା ଗୁଳି….

ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...

ଗୋଆ ଅଗ୍ନିକାଣ୍ଡ: ଥାଇଲ୍ୟାଣ୍ଡରେ ଅଟକ ଦୁଇ କ୍ଲବ୍ ମାଲିକ

ଗୋଆ,୧୧ା୧୨: ଗୋଆ ଅଗ୍ନିକାଣ୍ଡ ଘଟଣାରେ ବଡ଼ ଆକ୍ସନ । ଥାଇଲ୍ୟାଣ୍ଡରେ ଅଟକ ରହିଲେ କ୍ଲବର ଦୁଇ ମାଲିକ । ତେବେ ଡିସେମ୍ବର ୬ ତାରିଖରେ ଗୋଆର ଆରପୋରାରେ...

ଅସହ୍ୟ, ଅସମ୍ଭାଳ  ହୋଇପଡ଼ିଲାଣି ଶୀତ: ଥରୁଛି  ଓଡ଼ିଶାର କଶ୍ମୀର 

ଦାରିଙ୍ଗବାଡି,୧୧।୧୨ (ଅରୁଣ ସାହୁ ): ଦିନକୁ ଦିନ ତାପମାତ୍ରା ତଳ ମୁହାଁ ହେବାରେ ଲାଗିଛି । ଏବେ ଶୀତ ଯେମିତି ଦାଉ ସାଧୁଛି ।ଏଭଳି ସ୍ଥିତି...

୨୦୨୭ ଯାଏ ଏହି ରାଶି ପାଇଁ କାଳ? ପିଛା ଛାଡିବେ ନାହିଁ ଶନି, ପଡିବ ଖରାପ ପ୍ରଭାବ…

ନୂଆ ବର୍ଷ ଆରମ୍ଭ ହେବାକୁ ଆଉ ମାତ୍ର ଅଳ୍ପ ଦିନ ବାକି ରହିଛି  ଏନେଇ ବିଭିନ୍ନ ଜ୍ୟୋତିଷ ବିସାରଦ ବିଭିନ୍ନ ଗ୍ରହ ନକ୍ଷତ୍ରର ଚାଲିକୁ ଦେଖି ନୂଆ ବର୍ଷର ଭବିଷ୍ୟବାଣୀ କରିବା ଜାରି ରଖିଛନ୍ତି  ଏହାରି ମଧ୍ୟରେ ଶନିଙ୍କ ଚାଲି ଯୋଗୁଁ ନୂଆ ବର୍ଷରେ ଉପୁଜିବାକୁ ଥିବା ବିପଦ ପ୍ରାୟ ସମସ୍ତ ରାଶିର ବ୍ୟକ୍ତି ବିସେଷଙ୍କ ଧ୍ୟାନ ଆକର୍ଷଣ କରିଛି । ଜ୍ୟୋତିଷ ଗଣନା ଅନୁସାରେ ୨୦୨୬ ମସିହାରେ ଶନିଙ୍କର କୈଣସି ଗୋଚର ଚାଲି ନାହିଁ । ଏଣୁ ୨୦୨୫ ଭଳି ୨୦୨୬ରେ ମଧ୍ୟ ମେଷ, କୁମ୍ଭ ଓ ମୀନ ରାଶିରେ ଶନିଙ୍କ ସାଢେ ସାତ ଚାଲି ଜାରି ରହିବ । ଏହି ସାଢେ ସାତ ଚାଲିର ପ୍ରଥମ ସୋପାନ ମେଷ ରାଶିରେ, ତୃତୀୟ ସୋପାନ କୁମ୍ଭ ରାଶିରେ ଓ ଦ୍ୱିତୀୟ ସୋପାନ ମୀନ ରାଶିରେ ସଂଗଠିତ ହେବାକୁ ଯାଉଛି ।  ମୀନ ରାଶିରେ ଶନିଦେବଙ୍କ ସାଢେ ସାତ ଚାଲିର ଦ୍ୱିତୀୟ ସୋପାନ ରହୁଥିବାରୁ ଏହି ରାଶିତ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଚାକିରି, ବ୍ୟବସାୟ ଓ କ୍ୟାରିୟର କ୍ଷେତ୍ରରେ ବଡ ବାଧା ଉପୁଜିବ । ବାରମ୍ୱାର ଅସପଳତା ଯୋଗୁଁ ମନ ସର୍ବଦା ନିରାଶ ରହିବ । ଏହାଛଡା ଆପଣ ମାନସିକ ଚାପ ଅନୁଭବ କରିପାରନ୍ତି । ସଫଳତା ପାଇଁ ଅପଣଙ୍କୁ ଅବଶ୍ୟକତାଠୁ ଢେର ଅଧିକ ପରିଶ୍ରମ କରିବାକୁ ପଡିବ । ଆର୍ଥିକ ମାମଲାରେ ଆପଣଙ୍କୁ ଅଧିକ କ୍ଷତି ସହିବାକୁ ପଡିବ । ଆପମଙ୍କ ଲାଭ ତଥା ଆୟ ତଲମୁହାଁ ହେବ । ଆପମଙ୍କର ଖର୍ଚ୍ଚ ବଢିବା ସହ ସଞ୍ଚୟର ପରିମାଣ କମିକମି ଯିବ । ଏହାଛଡା ଆପଣ ବିଭିନ୍ନ ସ୍ଥାନରେ କରିଥିବା ନିବେଶ ବୁଡିଯିବାର ଆଶଙ୍କା ମଧ୍ୟ ରହିଛି ।

ଏଇ ଭାରତରେ

ପ୍ରାୟ ଏକ ଦଶନ୍ଧି ପୂର୍ୱରୁ ମହାରାଷ୍ଟ୍ର ପଶ୍ଚିମଘାଟ ପର୍ୱତମାଳା ଆଖପାଖ ଗାଁଗୁଡ଼ିକରେ ଜଳସଙ୍କଟ ଯୋଗୁ କୃଷିରେ ବାଧା ଉପୁଜୁଥିଲା। ସେଠାକାର ବୋର୍‌ଓ୍ୱେଲ କାମ କରୁ ନ...

ଖଜୁରି ଗଛର କି ଗୁଣ ଗାଇବି

ଦେଶର ସମ୍ୱିଧାନ କହେ ଆଇନ ଦୃଷ୍ଟିରେ ସମସ୍ତେ ସମାନ। ହେଲେ ବାସ୍ତବ କ୍ଷେତ୍ରରେ ତାହାର କାର୍ଯ୍ୟାନ୍ୱୟନ ବା ଅନୁପାଳନ ବେଳେ ହୁଏ କିନ୍ତୁ ଠିକ୍‌ ତା’ର...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri