ସମ ପରିଣତି

ଗୋଟିଏ ଝଙ୍କାଳିଆ ଆମ୍ବ ଗଛଟିଏ ଆମ ଘର ପାଖରେ ଥିଲା। ସେ ଗଛକୁ ଅନେକ ପକ୍ଷୀ ଯଥା କୋଇଲି, ଲାଲି ଥଣ୍ଟ ଥିବା ଶୁଆ, ବଗ ଆସି ବସୁଥିଲେ। କୋଇଲିର ଶବ୍ଦ, ପକ୍ଷୀମାନଙ୍କର କିଚିରି ମିଚିରି ଶବ୍ଦ ପିଲାଦିନେ ଶୁଣିବାକୁ ଭଲ ଲାଗୁଥିଲା। ବଉଳର ବାସ୍ନା ମତେ ଭାରି ଭଲ ଲାଗେ। ସମୟ ପାଇଲେ ସେ ଗଛମୂଳେ ମୁଁ ବସେ। କେତେ ରାସ୍ତା ବାଟୋଇଙ୍କର ଖରାଦିନେ ସେ ଆଶ୍ରୟସ୍ଥଳ ପାଲଟିଛି। ପ୍ରତିଦାନରେ ବଗୁଲିଆ ପିଲାଙ୍କଠାରୁ ଢେଲା ମାଡ଼ ଖାଇଛି। ପୂଜା ପାର୍ବଣରେ ଆମ୍ବଡାଳକୁ ଛିଣ୍ଡାଇ ନେଇ ବ୍ୟବସାୟୀମାନେ ତାହାକୁ ବିକ୍ରି କରିଛନ୍ତି। ଏପରି ସମୟ ଆସିଲା, ଆମ୍ବଗଛରେ ଆଉ ପତ୍ର ରହିଲା ନାହିଁ। ସେ ଥୁଣ୍ଟା ଗଛରେ ପରିଣତ ହେଲା। ସମୟକ୍ରମେ ପକ୍ଷୀମାନେ ଆଉ ସେଠାକୁ ଆସିଲେ ନାହିଁ ମୁଁ କିନ୍ତୁ ତା’ ନିକଟକୁ ଯାଏ। ଗଛଟି ଦିନେ ମତେ କହିଲା ହୃଦ+ଦୟା ହେଉଛି ହୃଦୟ। ଏହା ମାଟିରେ ରୋପଣ କରାଯାଏ ନାହିଁ। ମଣିଷର ହୃଦୟରେ ତାହା ଜାଗ୍ରତ ହେବା ଉଚିତ। କିଛିଦିନ ପରେ ତା’ର କାଠଗଣ୍ଡିରୁ କେତେକ ଖଳ ପ୍ରକୃତିର ଲୋକ ମେଶିନ ଜରିଆରେ କାଟି ନେଲେ। ମୁଁ ପଚାରିବାରୁ ସେମାନେ କହିଲେ ଏହି ଥୁଣ୍ଟା ଗଛଟିର କୌଣସି ମୂଲ୍ୟ ନାହିଁ। ତା’ର କାଠଗଣ୍ଡିଗୁଡ଼ିକ କବାଟ ଝରକା ହେବାରେ ସାହାଯ୍ୟ କରିବ। ଏହିପରି ଭାବରେ ଆମ୍ବଗଛଟି ସହିତ ମୋର ବନ୍ଧୁତ୍ୱ ସରି ଯାଇଥିଲା।
ମୋର ବିବାହ ହେଲା, ମୋର ସ୍ବାମୀ ଗୋଟିଏ ନୂଆ ସ୍ଥାନକୁ ବଦଳି ହୋଇଗଲେ। ସେ ମୋର ସୁଖ ପାଇଁ ଓ ପିଲାମାନଙ୍କର ସୁଖ ଓ ସ୍ବାଚ୍ଛନ୍ଦ୍ୟ ଜୀବନ ପାଇଁ ଏକ ସୁନ୍ଦର ଘର ତିଆରି କରିଥିଲେ। ଘରଟିକୁ ସୁନ୍ଦର ଭାବେ ସଜାସଜି କରି ରଖିବାର ଦାୟିତ୍ୱ ମୋ ଉପରେ ଥିଲା। ଧୀରେ ଧୀରେ ପିଲାମାନଙ୍କର ବିବାହ ହେଲା ଓ ଘର ନାତି, ନାତୁଣୀଙ୍କର କୋଳାହଳରେ ଫାଟିଉଠିଲା। ମୋର ସ୍ବାମୀ ସାଜସଜ୍ଜାପୂର୍ଣ୍ଣ ଘର ଭଲ ପାଉଥିବାରୁ ଚାକରବାକର ନ ରଖି ମୁଁ ନିଜେ ଚାରିଆଡ଼େ ସଫା ସୁତୁରା କରିରଖେ। ସ୍ବାମୀଙ୍କ ମୃତ୍ୟୁ ପରେ ମୋର ବୃଦ୍ଧା ଅବସ୍ଥା ଯୋଗୁ ଚିଡ଼ିଚିଡ଼ାପଣ, ବିଭିନ୍ନ ପ୍ରକାର ରୋଗ ଧୀରେ ଧୀରେ ମତେ ମାଡ଼ି ବସିବାକୁ ଲାଗିଲା। ନାତିନାତୁଣୀମାନେ ଓ ଆଧୁନିକ ସଭ୍ୟତାର ବୋହୂମାନେ ଘର ସଜାଡ଼ିବା ଶିଖିଲେ ନାହିଁ। ବହି, ଖାତାପତ୍ର, ପେନ, ପେନସିଲ, ରବର ସେମାନଙ୍କର ପଢ଼ା ଟେବୁଲ ଉପରେ ନ ରଖି ଏଣେତେଣେ ଫିଙ୍ଗି ଦେଉଥିଲେ। ଏପରିକି ଲୁଗାପଟା ମଧ୍ୟ ଠିକ୍‌ ଜାଗାରେ ରଖୁ ନ ଥିଲେ। ମୁଁ ଚିଡ଼ିଚିଡ଼ା ହେଉଥିଲେ ମଧ୍ୟ ସେ ସବୁ ଗୋଟାଇ ଘରକୁ ଠିକ୍‌ କରି ରଖେ। ନାତିନାତୁଣୀମାନଙ୍କୁ କହେ ତୁମେ କେବେ ବି ସୁଧୁରିବ ନାହିଁ। କାରଣ ତୁମେ ଚାହୁଁଥିବା ସମସ୍ତ ଜିନିଷ ତୁମ ବାପା, ମା’ମାନେ ତୁମକୁ କିଣି ଦେଉଛନ୍ତି। ଅଭାବ କ’ଣ ତୁମେ ଜାଣିଲ ନାହିଁ। ଧୀରେ ଧୀରେ ମୋର ପିଲାମାନେ ସେମାନଙ୍କର ସ୍ତ୍ରୀ ଓ ପିଲାମାନଙ୍କୁ ଧରି ବିଦେଶ ଗସ୍ତ କଲେ। କିଏ ବାଙ୍ଗାଲୋର ତ କିଏ ଆମେରିକା, ଲଣ୍ଡନ ବିଭିନ୍ନ ସ୍ଥାନକୁ ଚାଲିଗଲେ। ମୋର ଘର ଖାଲି ରହିଲା। ଯେଉଁ ଘର ଦିନେ ଅସଜଡ଼ା ହୋଇ ଯାଉଥିଲା ବୋଲି ଘରେ ପାଟିତୁଣ୍ଡ ହେଉଥିଲା ଓ ମୁଁ ଚିଡ଼ିଚିଡ଼ି ହେଉଥିଲି ସେ ଘର ଏବେ ଶାନ୍ତ ହୋଇଗଲା। କଲିଂବେଲ୍‌ ବାଜିଲେ ନାତି ନାତୁଣୀମାନେ କାହିଁକି କବାଟ ଖୋଲି ଦେଉଛନ୍ତି ମୁଁ ପାଟି କରୁଥିଲି। କିନ୍ତୁ ଆଜି କଲିଂବେଲ୍‌ ବାଜିଲେ ମୋତେ ନିଜେ ଯାଇ କବାଟ ଖୋଲିବାକୁ ପଡ଼ୁଛି।
ଖାଲି ଦୂରରେ ରହି ଦୂରଭାଷରେ ମୋ ସହିତ ମୋର ପିଲାମାନେ ଓ ନାତିନାତୁଣୀମାନେ କଥା ହେବାକୁ ଲାଗିଲେ। ଘର ଛାଡ଼ି ସେମାନଙ୍କ ନିକଟକୁ ବିଦେଶକୁ ଚାଲି ଆସିବା ପାଇଁ ମୋତେ ଉପଦେଶ ଦେଲେ। ମୁଁ କିନ୍ତୁ ମୋ ସ୍ବାମୀଙ୍କର ମୋ ପାଇଁ ଅତି ସ୍ନେହରେ କରିଥିବା ଘରଟିକୁ ଛାଡ଼ି କେଉଁଆଡ଼େ ଯିବାକୁ ଚାହୁଁ ନ ଥିଲି। ଦିନେ ମୋର ଗୋଡ଼ ଶୌଚାଳୟରେ ପଡ଼ି ଭାଙ୍ଗିଗଲା। ବାହାର ଲୋକଙ୍କ ସହାୟତାରେ ମୋର ଜଣେ ହାଡ଼ଭଙ୍ଗା ଡାକ୍ତରଙ୍କ ପାଖକୁ ଗଲି କିନ୍ତୁ ମୁଁ ଆଉ ଘରକୁ ଫେରିଲି ନାହିଁ। ବିଦେଶରେ ରହୁଥିବା ମୋର ପିଲାମାନେ ଡାକ୍ତରଖାନାରୁ ବୃଦ୍ଧାଶ୍ରମକୁ କିପରି ଯିବି ତା’ର ବ୍ୟବସ୍ଥା କରିଦେଲେ। ମୋତେ ବୃଦ୍ଧାଶ୍ରମ ଭଲ ଲାଗୁନାହିଁ। ମୋର ସେ ସାଜସଜ୍ଜାପୂର୍ଣ୍ଣ ଘର ନାତିନାତୁଣୀଙ୍କର ଏଣେତେଣେ ଫିଙ୍ଗି ଦେଇଥିବା ପଦାର୍ଥ, ମୋର ପିଲାମାନଙ୍କ ଉପରେ ହେଉଥିବା ରାଗ ଅଭିମାନ ମୋର ମନେପଡ଼ୁଛି। କିନ୍ତୁ ହାୟ ମୁଁ ମଧ୍ୟ ମୋର ପିଲାଦିନର ବନ୍ଧୁ ଆମ୍ବଗଛ ପରି ପାଲଟି ଯାଇଛି। ଗତକାଲି ଗୋଟିଏ ସମାଜସେବୀ ସଂଗଠନ ବୃଦ୍ଧାଶ୍ରମକୁ ଆସିଥିଲେ। ମୁଁ ମୋର ଶରୀରର ଅଙ୍ଗସବୁ ସମାଜ ସେବା ପାଇଁ ଦାନ କରିଦେଇ ଆସନ୍ନ ମୃତ୍ୟୁକୁ ଅପେକ୍ଷା କରିରହିଛି।

ଅନୀତା ପଟ୍ଟନାୟକ
ଅବସରପ୍ରାପ୍ତ ପ୍ରାଧ୍ୟାପିକା, ସିଡିଏ, କଟକ ମୋ:୯୬୯୨୯୮୦୦୨୬


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri