ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା ହେବ, ନିର୍ବାଚନରେ ଅନେକ କିଛି ଘଟଣା ଘଟିଗଲା। ଦୂର ନେତାଙ୍କ ସହ ଦେଖା ହୋଇ ନ ଥିଲା, ସେଥିପାଇଁ ଭୋଜି। ଏହା କୌଣସି ମେଳି ନ ଥିଲା। ଦଳ ହାରିଗଲା ପରେ ଏବେ ଆଉ ଭୋଜିଭାତ କଟକଣା ନାହିଁ। ଅନ୍ୟପକ୍ଷରେ ସାମ୍ବାଦିକମାନେ ପାଣ୍ଡିଆନଙ୍କ ଭୂମିକା ନେଇ ପ୍ରଶ୍ନ ପଚାରିବାରୁ ସେ କହିଛନ୍ତି, ସରକାର ଥିବା ବେଳେ ସିଏ ଗୋଟିଏ ଫ୍ୟାକ୍ଟର ଥିଲା, ଜଣେ ଗୁଡ୍‌ ମ୍ୟାନେଜର। କିନ୍ତୁ ନେତା ହିସାବରେ ଆମେ ତାଙ୍କୁ କେବେ ମାନି ନାହୁଁ। ସୁଜାତାଙ୍କ ଦଳରେ ଯୋଗ ଦେବା ନେଇ କୌଣସି ଖବର ନାହିଁ। ବିଜୁଙ୍କ ଆଦର୍ଶରେ ଦଳ ଗଢ଼ା, କେହି ହାଇଜାକ୍‌ କରିପାରିବେନି। ଅମାର ଥିଲେ ମୂଷା ରହିବ, ମୂଷା ଖାଇବାକୁ ସାପ ଆସିବ ବୋଲି କହିଛନ୍ତି ସମ୍ବିତ।

Dharitri – Odisha’s No.1 Odia Daily

Share