ଧନୁମେଳା ମଞ୍ଚରେ ସମ୍ବଲପୁରୀ ଫ୍ୟାଶନ ଶୋ

ମଥୁରାନଗରୀ,୪।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଚାଲୁଥିବା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବର ପଲ୍ଲିଶ୍ରୀ ମେଳାସ୍ଥିତ ଧନୁମେଳା ମଞ୍ଚରେ ଶୁକ୍ରବାର ସମ୍ବଲପୁରୀ ଫ୍ୟାଶନ ଶୋ ଅନୁଷ୍ଠିତ ହୋଇଛି। ରାଜବୋଡାସମ୍ବର(ପଦ୍ମପୁର) ଅଞ୍ଚଳର ପ୍ରସିଦ୍ଧ ‘ରେନବୋ ଫ୍ୟାଶନ ଗ୍ରୁପ’ ତାଙ୍କ ଆକର୍ଷଣୀୟ ଫ୍ୟାଶନ ଶୋ ସମ୍ବଲପୁରୀ ପରିଧାନ ଦର୍ଶକଙ୍କୁ ମୁଗ୍ଧ କରି ଦେଇଥିଲା। ଧନୁମେଳା ମଞ୍ଚରେ ରେନବୋ ଫ୍ୟାଶନ ଗ୍ରୁପର ମଡେଲମାନଙ୍କ ଦ୍ବାରା ସମ୍ବଲପୁରୀ ପରିଧାନ ବିଭିନ୍ନ ଆକର୍ଷଣୀୟ ଡିଜାଇନ ଉପରେ ପ୍ରଦର୍ଶିତ ହୋଇଥିଲା। ପାରମ୍ପରିକ ସମ୍ବଲପୁରୀ ଶାଢ଼ି, କୋସଲୀ ଡ୍ରେସ, ହସ୍ତତନ୍ତ ଶିଳ୍ପର ଅନୁପମ ରୂପାୟନ ସହିତ ପୁରାତନ ସମୟରୁ ଆଧୁନିକ ଫ୍ୟାଶନର ସମନ୍ବୟ ଦର୍ଶକଙ୍କ ମନକୁ ଗଭୀର ଭାବେ ଛୁଇଁଥିଲା। ରଙ୍ଗିନ ଆଲୋକ, ସୁମଧୁର ସଙ୍ଗୀତ ଓ ଆକର୍ଷଣୀୟ ରେମ୍ପ ୱାକ ସହ ଏହି ଶୋ’ଟି ଧନୁମେଳାର ଏକ ବିଶେଷ ଆକର୍ଷଣ ରୂପେ ଉଦ୍ଭାସିତ ହୋଇଥିଲା। ଅଞ୍ଚଳର ସାଂସ୍କୃତିକ ପରିଚୟ ବେଶଭୂଷା ଓ ବାନ୍ଧକଳାକୁ ଲୋକଲୋଚନକୁ ଆଣିବା ଏହି ଫ୍ୟାଶନ ଶୋ’ର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ସେଥିପାଇଁ ବୋଡାସମ୍ବରର ପ୍ରତୀକ ସହିତ ଶ୍ରୀ ଶ୍ରୀ ନୃସିଂହନାଥ ପୀଠର ଆରାଧ୍ୟ ଦେବତା ମାର୍ଜାର କେଶରୀ ଶ୍ରୀ ଶ୍ରୀ ବାବା ନୃସିଂହ ଭଗବାନଙ୍କ ପ୍ରତିମୂର୍ତ୍ତିର ପ୍ରତୀକକୁ ଧନୁମଞ୍ଚରେ ପ୍ରଦର୍ଶିତ କରାଯାଇଥିଲା। ଏହା ମାଧ୍ୟମରେ ସ୍ଥାନୀୟ ଧାର୍ମିକ ଆସ୍ଥା, ସାଂସ୍କୃତିକ, ଐତିହ୍ୟ ଓ ବାନ୍ଧ ଶିଳ୍ପ କଳାକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ଦର୍ଶକଙ୍କ ମଧ୍ୟରେ ପହଞ୍ଚାଇବାର ଏକ ସଫଳ ପ୍ରୟାସ କରାଯାଇଥିଲା। ରେନବୋ ଫ୍ୟାଶନ ଗ୍ରୁପ, ପଦ୍ମପୁରର ସମସ୍ତ ମଡେଲ, ଡିଜାଇନର, ପରିଚାଳକ ଏବଂ ସହଯୋଗୀମାନଙ୍କ ଏକତ୍ର ପ୍ରୟାସରେ କାର୍ଯ୍ୟକ୍ରମଟି ସଫଳ ଭାବେ ସମ୍ପନ୍ନ ହୋଇଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri