ସମ୍ବଲପୁରୀ ଧନୁଯାତ୍ରା ଉଦ୍‌ଘାଟିତ: ସାଂସ୍କୃତିକ ଶୋଭାଯାତ୍ରାରେ କମ୍ପିଲା ସହର

ସମ୍ବଲପୁର, ୧୮।୧(ଭବାନୀ ଶଙ୍କର ଭୋଇ): ଗଙ୍ଗାଧର ମୁକ୍ତ ମଞ୍ଚରେ ରବିବାର ଆରମ୍ଭ ହୋଇଛି ତୃତୀୟ ସମ୍ବଲପୁରୀ ଧନଯାତ୍ରା। ସମ୍ବଲପୁରୀ ଧନୁଯାତ୍ରା କମିଟି ସଭାପତି ସଞ୍ଜୟ ବାବୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ବିଧାନସଭାରେ ବିରୋଧୀ ଦଳ ଉପନେତା ତଥା ରେଢାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ବଲପୁରୀ ଧନୁଯାତ୍ରା କେବଳ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ନୁହେଁ, ବରଂ ସମ୍ବଲପୁରୀ ସାଂସ୍କୃତିକ ଆନ୍ଦୋଳନ ବୋଲି କହିଥିଲେ।

ସମ୍ମାନୀତ ଅତିଥି ଭାବେ କର୍ନେଲ ପ୍ରଭାତ ପଣ୍ଡା ଯୋଗଦେଇ ସମ୍ବଲପୁରୀ ଭାଷାରେ ଧନୁଯାତ୍ରା ପ୍ରଦର୍ଶିତ ହେବା ଆମ ଭାଷା ସଂସ୍କୃତି ପାଇଁ ଗୌରବର ବିଷୟ ବୋଲି କହିଥିଲେ। ସାଧାରଣ ସମ୍ପାଦକ ଗୁଣରଞ୍ଜନ ସାଳିମା ଧନାବାଦ ଅର୍ପଣ କରିଥିଲେ। ଏହାପରେ ଶଶାଙ୍କ ଶେଖର ଦୁବେଙ୍କ କଣ୍ଠରେ ସମଲେଇ ବନ୍ଦନାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ଏହାପରେ ରାଜକୁମାର ବୋଷ, ଉମାଶଙ୍କର ଦାସ ଏବଂ ପ୍ରକୃତି ପଣ୍ଡା ଭଜନ ପରିବେଷଣ କରିଥିଲେ। ଏହାସହ ସାଂସ୍କୃତିକ ସମ୍ପାଦକ ଗୁରୁ କୃଷ୍ଣଚନ୍ଦ୍ର ବାଗ, ସହ ସାଂସ୍କୃତିକ ସମ୍ପାଦକ ଯୋଗେଶ କୁମାର ନନ୍ଦ ଏବଂ ଲଳିତ ବେବର୍ତ୍ତାଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଭାରତୀ କଳା ପରିଷଦ, ସାନିକା ଡ୍ୟାନ୍ସ ଏକାଡେମୀ, ଏଆରପି ଡ୍ୟାନ୍ସ୍ସ ଗ୍‌ରୁପ, ଏମଜେ କଲଚରାଲ ଷ୍ଟୁଡିଓ ଡ୍ୟାନ୍ସ ଏକାଡେମୀ କଳାକାରମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ସକାଳେ ଇଷ୍ଟଦେବୀ ସମଲେଇଙ୍କର ମନ୍ଦିରରେ ପୂଜାଚ୍ଚନା କରାଯିବା ପରେ ସୁସଜ୍ଜିତ ଧନୁ ସହ ସାଂସ୍କୃତିକ ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା । ଏହାପରେ ସମ୍ବଲପୁରୀ ଧନୁଯାତ୍ରା ଆୟୋଜନସ୍ଥଳରେ ଧନୁ ସ୍ଥାପନ କରାଯାଇଥିଲା । ସାଂସ୍କୃତିକ ଶୋଭାଯାତ୍ରାକୁ ସହ ସମ୍ପାଦକ ଦୁଷ୍ମନ୍ତ କୁମାର ପଣ୍ଡା ଏବଂ କୋଷାଧ୍ୟକ୍ଷ ନିଶିକାନ୍ତ ବିଶ୍ୱାଳ ସଂଯୋଜନା କରିଥିଲେ।

ସନ୍ଧ୍ୟାରେ ତୃତୀୟ ବର୍ଷର ସମ୍ବଲପୁରୀ ଧନୁଯାତ୍ରା ପରିବେଶିତ ହୋଇଥିଲା । ପ୍ରଥମ ସନ୍ଧ୍ୟାରେ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଲୀଳା ନାଟକରେ କଂସ ଜନ୍ମ ରହସ୍ୟ, ମହାରାଜ ଉଗ୍ରସେନଙ୍କ ଗାଦିଚ୍ୟୁତି, କଂସଙ୍କ ରାଜ୍ୟାଭିଷେକ, ଦେବକୀ ବିବାହ, ଦେବକୀ ବସୁଦେବଙ୍କୁ ବନ୍ଦୀ ଆଦି ଦୃଶ୍ୟ ପରିବେଷଣ କରାଯାଇଥିଲା। ପାଞ୍ଚ ଦିନ ଧରି ଚାଲିବାକୁ ଥିବା ଧନୁଯାତ୍ରା ପାଇଁ ମ୍ୟୁନିସିପାଲିଟି ଛକ ସ୍ଥିତ ଗଙ୍ଗାଧର ମୁକ୍ତମଞ୍ଚକୁ କଂସ ବରବାର ଓ ଚାଉଁରପୁରକୁ ଗୋପପୁର ସଜ୍ଜିତ କରାଯାଇଛି। ଚଳିତ ବର୍ଷ ଫଣିନ୍ଦ୍ର ପଣ୍ଡା କଂସ ଭୂମିକାରେ ଅଭିନୟ କରୁଛନ୍ତି । ସମ୍ବଲପୁରୀ ଧନୁଯାତ୍ରାରେ ବବଲୁ ବାଗ ନାଟ୍ୟ ରଚନା ଏବଂ ନିର୍ଦ୍ଦେଶନା ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା ଅଟୋ ଆଗକୁ ଡେଇଁ ପଡ଼ିଲା ମାଙ୍କଡ: ଆଉ ତା’ପରେ…

ଧରାକୋଟ,୧୮ା୧ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ତାଳପାଟଣା ନିକଟରେ ଚଳନ୍ତା ଅଟୋ ଆଗକୁ ଏକ ମାଙ୍କଡ ଡେଇଁ ପଡିବାରୁ ଭାରସାମ୍ୟ ହରାଇ...

କୋହଲିଙ୍କ ଶତକ ସତ୍ତ୍ୱେ ହାରିଲା ଟିମ୍‌ ଇଣ୍ଡିଆ

ଇନ୍ଦୋର,୧୮।୧- ଇନ୍ଦୋର ହୋଲକର ଷ୍ଟାଡିୟମରେ ରବିବାର ବିରାଟ କୋହଲିଙ୍କ ଦମ୍‌ଦାର ଶତକ ସତ୍ତ୍ୱେ ଭାରତ ୪୧ ରନରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଛି। ଡାରଲି ମିଚେଲ ଓ...

ଜନବସତିକୁ ମାଡି ଆସିଲେ ହାତୀପଲ ; ଖାଇଗଲେ ଅମଳ ଧାନ, ଚିନ୍ତାରେ…

ଦିଗପହଣ୍ଡି,୧୮ା୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର, ସୁନାଖଣ୍ଡି ହରିଣା, ନୂଆଗଡ ପ୍ରଭୃତି ଗ୍ରାମମାନଙ୍କରେ ଗତ ପ୍ରାୟ ୧ ମାସରୁ ଉର୍ଦ୍ଧ୍ବ...

କେତୁଙ୍କ ଗତି ପରିବର୍ତ୍ତନ, ସମସ୍ୟା ଭୋଗିବେ ଏହି ରାଶି

ଜ୍ୟୋତିଷ ଶାସ୍ତ୍ରରେ କେତୁକୁ ଛାୟା ଗ୍ରହ କୁହାଯାଏ । ଏହାର ନକାରାତ୍ମକ ପ୍ରଭାବ ଯୋଗୁଁ ଜଣେ ବ୍ୟକ୍ତି ମାନସିକ ଚାପ ଏବଂ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି...

ଦୀର୍ଘ ୪୦ ବର୍ଷ ପରେ ଏକାଠି ହେଲେ ପୁରାତନ ଛାତ୍ର: ପଦ୍ମନାଭପୁର ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟର ବନ୍ଧୁମିଳନ ଉତ୍ସବ

ଦିଗପହଣ୍ଡି,୧୮ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟର ୧୯୮୬ ମସିହା ମ୍ୟାଟ୍ରିକ ବ୍ୟାଚର ପୁରାତନ ଛାତ୍ରଙ୍କ...

ପୋଖରୀହୁଡ଼ାରୁ ମିଳିଲା ନବଜାତ ଶିଶୁପୁତ୍ରର ମୃତଦେହ

ଉମରକୋଟ, ୧୮।୧(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ କୋଏଲାରବେଡ଼ା ଗାଁ ପୋଖରୀହୁଡ଼ାରୁ ରବିବାର ଜଣେ ନବଜାତକଙ୍କ ମୃତଦେହ ମିଳିଛି। ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି...

କେନାଲରୁ ମିଳିଲା ଶିଶୁପୁତ୍ରର ମୃତଦେହ, ଭାସିଯାଇ…

ବରଗଡ଼,୧୮।୧(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସଦର ଥାନା ଅନ୍ତର୍ଗତ ସୟାଁ ପଡିଆ ପାଖ ଦେଇ ଯାଇଥିବା କେନାଲରୁ ରବିବାର ଜଣେ ଶିଶୁପୁତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି।...

ଯୋଗେନ୍ଦ୍ରଙ୍କୁ ମିଳିଲା ଗୁରୁଦାୟିତ୍ୱ: ନବୀନଙ୍କୁ ଜଣାଇଲେ କୃତଜ୍ଞତା

ବଡ଼ଗାଁ, ୧୮।୧(ଅଶୋକ ଷଡଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ବିଜେଡି ସଭାପତି ଭାବେ ଫୁଲବାରୀ ସରପଞ୍ଚ ତଥା ବଡ଼ଗାଁ ବ୍ଲକ ସରପଞ୍ଚ ସଂଘ ସଭାପତି ଯୋଗେନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri