ଭୁବନେଶ୍ୱର,୧୫ା୧: ମାର୍ଚ୍ଚ ସୁଦ୍ଧା ସମ୍ବଲପୁରରେ କାର୍ଯ୍ୟକ୍ଷମ ହେବ ଡପଲର ରାଡାର। ଏନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସମ୍ବଲପୁର ପରେ ବାଲେଶ୍ୱର ଓ ଭୁବନେଶ୍ୱରରେ ନୂଆ ରାଡାର ଲାଗିବ। ବାଲେଶ୍ୱର ଏବଂ ଭୁବନେଶ୍ୱରରେ ୨୦୨୬ ଶେଷ ସୁଦ୍ଧା ନୂଆ ରାଡାର ଲାଗିବ। ଏହାସହିତ ପୁରୀରେ ୨୦୨୭ ସୁଦ୍ଧା ନୂଆ ରାଡାର ସ୍ଥାପନ ହେବାକୁ ଯାଉଛି ବୋଲି ଆଇଏମ୍ଡି ଡିଜି କହିଛନ୍ତି।