Posted inଜାତୀୟ

ଲରେନ୍ସ ବିଷ୍ଣୋଇଙ୍କ ସହ ଭିଡ଼ିଓ କଲ୍‌ରେ କଥା ହେବାକୁ ଚାହୁଁଛନ୍ତି ସଲମାନଙ୍କ ପୂର୍ବତନ ପ୍ରେମିକା: ଜାଣନ୍ତୁ କାହିଁକି

ମୁମ୍ବାଇ, ୧୮।୧୦:ଅଭିନେତା ସଲମାନ ଖାନ୍‌ଙ୍କ ପୂର୍ବତନ ପ୍ରେମିକା ତଥା ଅଭିନେତ୍ରୀ ଓ ଆମେରିକୀୟ ମହିଳା ଅଧିକାର କର୍ମୀ ସୋମି ଅଲ୍ଲୀ ଗୁରୁବାର ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ଗ୍ୟାଙ୍ଗ୍‌ଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ଭିଡିଓ କଲ୍‌ ମାଧ୍ୟମରେ ଆଲୋଚନା ପାଇଁ ନିମନ୍ତ୍ରଣ ଦେଇଛନ୍ତି। ଏହି ପୋଷ୍ଟରେ ସୋମି ଗୁଜରାଟର ସାବରମତି ଜେଲରେ ବନ୍ଦୀ ଥିବା ଲରେନ୍ସଙ୍କର ଏକ ଫଟୋକୁ ଶେୟାର କରି ଲେଖିଛନ୍ତି, ”ଲରେନ୍ସ ଭାଇ, ଶୁଣିବାକୁ ପାଇଛି ଜେଲରୁ ଆପଣ ଜୁମ୍‌ କଲ୍‌ କରିପାରୁଛନ୍ତି। ଆପଣଙ୍କ ସହ କିଛି ଆଲୋଚନା କରିବାର ଅଛି। ଦୟାକରି ଏହା କିପରି ସମ୍ଭବ ହେବ ସେନେଇ ଜଣାନ୍ତୁ। ରାଜସ୍ଥାନ ମୋର ସବୁଠାରୁ ପସନ୍ଦଯୋଗ୍ୟ ସ୍ଥାନ। ସେଠାରେ ଥିବା ଆପଣଙ୍କ ମନ୍ଦିରକୁ ଯାଇ ପୂଜା କରିବାକୁ ଚାହୁଁଛି। ଏ ସମ୍ବନ୍ଧରେ ଆପଣଙ୍କ ସହ ଜୁମ୍‌ କଲ୍‌ରେ କିଛି ଆଲୋଚନା କରିବାକୁ ଚାହୁଁଛି। ବିଶ୍ୱାସ କରନ୍ତୁ ଏହି ଆଲୋଚନା ଆପଣଙ୍କ ପାଇଁ ଲାଭଦାୟକ ହେବ। ଦୟାକରି ଆପଣଙ୍କ ମୋବାଇଲ ନମ୍ବର ଦିଅନ୍ତୁ, ଧନ୍ୟବାଦ।“ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି) ନେତା ଓ ସଲମାନଙ୍କ ଘନିଷ୍ଠ ସହଯୋଗୀ ବାବା ସିଦ୍ଦିକୀଙ୍କ ହତ୍ୟାକାଣ୍ଡ ପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ନିଜକୁ ଦାୟୀ କରିଥିବାବେଳେ ସୋମିଙ୍କ ଏହି ପୋଷ୍ଟ ସାମ୍‌ନାକୁ ଆସିଛି। ସଲମାନଙ୍କ ସହ ଜଡ଼ିତ ଥିବା ସମସ୍ତ ବ୍ୟକ୍ତିଙ୍କର ବାବା ସିଦ୍ଦିକୀଙ୍କର ପରି ଅବସ୍ଥା ହେବ ବୋଲି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ପକ୍ଷରୁ ଚେତାବନୀ ଦିଆଯାଇଛି। ଫଳରେ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ମୁମ୍ବାଇ ପୋଲିସ ବୃଦ୍ଧି କରିଛି।
୯୦ ଦଶକରେ ସୋମି ଓ ସଲମାନଙ୍କ ପ୍ରେମ ସମ୍ପର୍କକୁ ନେଇ ବହୁ ମିଡିଆ ରିପୋର୍ଟ ପ୍ରକାଶ ପାଇଥିଲା। ସେ ଅନେକ ବଲିଉଡ୍‌ ଫିଲ୍ମରେ ମଧ୍ୟ କାର୍ଯ୍ୟ କରିଥିଲେ। ତେବେ ୧୯୯୯ରେ ଉଭୟଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଥିଲା। ସେବେଠାରୁ ସୋମି ମୁମ୍ବାଇ ଛାଡ଼ି ଆମେରିକାରେ ରହି ଆସୁଛନ୍ତି। ଯଦିଓ ସୋମି ଓ ସଲମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି ତେବେ ମଧ୍ୟ ଅନେକବାର ସୋମି ବିଭିନ୍ନ ପ୍ରସଙ୍ଗରେ ସଲମାନଙ୍କୁ ସମର୍ଥନ କରିବା ସହ ତାଙ୍କୁ ସୁରକ୍ଷା ଯୋଗାଉଥିବାର ଦେଖିବାକୁ ମିଳିଛି। ଗତ ମେ’ରେ ସୋମି ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ କହିଥିଲେ, କୃଷ୍ଣସାର ମୃଗ ଶିକାର କରିବା ମାମଲାକୁ ନେଇ ସଲମାନଙ୍କୁ ହତ୍ୟା ଧମକ ଦେବା ଓ ତାଙ୍କ ଗତିବିଧି ଉପରେ ନଜର ରଖିବା ଠିକ୍‌ ନୁହେଁ। ଏବେ ଉକ୍ତ ଘଟଣାକୁ ବହୁତ ବର୍ଷ ବିତିଗଲାଣି। ତେଣୁ ଘଟଣାକୁ ଭୁଲି ଯିବାକୁ ଓ ସଲମାନଙ୍କୁ କ୍ଷମା ଦେବାକୁ ସେ ବିଷ୍ଣୋଇ ସମାଜର ମୁଖ୍ୟଙ୍କୁ ଅନୁରୋଧ କରିଥିଲେ। ସଲମାନ ହୁଅନ୍ତୁ କିମ୍ବା କୌଣସି ସାଧାରଣ ବ୍ୟକ୍ତି କାହାରିକୁ ଜୀବନରୁ ମାରିଦେବା ପାଇଁ ଧମକ ଦେବା ଗ୍ରହଣୀୟ ନୁହେଁ। ଯଦି ସେମାନେ ନ୍ୟାୟ ଚାହୁଁଛନ୍ତି, ତେବେ କୋର୍ଟକୁ ଯାଆନ୍ତୁ ବୋଲି ସୋମି କହିଥିଲେ। ସଲମାନଙ୍କୁ କ୍ଷତି ପହଞ୍ଚାଇବା ଦ୍ୱାରା ମୃତ କୃଷ୍ଣସାର ମୃଗ ଫେରି ଆସି ପାରିବ ନାହିଁ। ଯାହା ହୋଇଯାଇଛି, ତାହା ବଦଳାଯାଇପାରିବ ନାହିଁ ବୋଲି ସେ କହିଥିଲେ। ପ୍ରକାଶ ଯେ, ରାଜସ୍ଥାନରେ ୧୯୯୮ ମସିହାରେ ‘ହମ୍‌ ସାଥ୍‌ ସାଥ୍‌ ହେ’ଫିଲ୍ମର ଶୁଟିଂ କରୁଥିବା ସମୟରେ ସଲମାନ ଓ କେତେଜଣ ସାଥୀ ତାରକା କୃଷ୍ଣସାର ମୃଗକୁ ଶିକାର କରିଥିଲେ। କୃଷ୍ଣସାର ପ୍ରଜାତିର ହରିଣ ପବିତ୍ର ହୋଇଥିବା ଦାବି କରି ଏହାର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ପକ୍ଷରୁ ୨୦୧୮ରେ ପ୍ରଥମ ଥର ପାଇଁ ସଲମାନଙ୍କୁ ଧମକ ଦିଆଯାଇଥିଲା। କୃଷ୍ଣସାର ମୃଗକୁ ଶିକାର କରିବାର ପରିଣାମ ଭୟଙ୍କର ହେବ ବୋଲି ଗ୍ୟାଙ୍ଗ୍‌ ପକ୍ଷରୁ କୁହାଯାଇଥିଲା। ଏହାପରଠାରୁ ଉକ୍ତ ଗ୍ୟାଙ୍ଗ୍‌ ପକ୍ଷରୁ ସଲମାନ ଓ ତାଙ୍କ ପରିବାରକୁ ବାରମ୍ବାର ଧମକ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଯୁଦ୍ଧ ମଧ୍ୟରେ ସଂସଦରେ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri