ଟାଇଗର-୩ର ଟିଜର ଶେୟାର କଲେ ସଲମାନ…

ମୁମ୍ବାଇ : ସଲମାନ ଖାନଙ୍କ ଫିଲ୍ମ ଟାଇଗର -୩ ସମ୍ପ୍ରତି ହେଡଲାଇନରେ ଅଛି। ଫିଲ୍ମର ଟିଜର ରିଲିଜ ହୋଇଛି। ଏହି ଟିଜର ରିଲିଜ ହେବା ମାତ୍ରେ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ଆରମ୍ଭ କରିଛି। ଟାଇଗର-୩ର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟାଇଗର କା ମେସେଜ’ ନାମକ ଏକ ପ୍ରମୋଶନାଲ ଭିଡିଓ ଜାରି କରିଛି।

୨୦ ବର୍ଷ ସେବା ପରେ ଦେଶରେ ସେ ଦେଶଦ୍ରୋହୀ ଘୋଷିତ ହୋଇଛନ୍ତି। ଯିଏ ନିଜ ଦେଶ ତଥା ପରିବାର ଉପରେ ଲାଗିଥିବା କଳଙ୍କ ହଟାଇବା ଏବଂ ତାଙ୍କ ପୁଅ ଆଖିରେ ହିରୋ ହେବା ପାଇଁ ଏକ ବିପଜ୍ଜନକ ମିଶନ ଆରମ୍ଭ କରିଛନ୍ତି।

ଭିଡିଓରେ ସଲମାନ ଖାନଙ୍କୁ ଶକ୍ତିଶାଳୀ ଏବଂ ଗମ୍ଭୀର ରୂପରେ ଦର୍ଶାଯାଇଛି, ଯାହା ପ୍ରଶଂସକଙ୍କୁ ପ୍ରଭାବିତ କରିଛି। ସଲମାନ ଟିଜରରେ କହୁଛନ୍ତି, ‘ ମେରେ ବେଟେ କୋ ମେଁ ନେହିଁ ଇଣ୍ଡିଆ ବୋଲେଗା ଉସକା ବାପ କ୍ୟା ଥା,ଗଦ୍ଦାର ୟା ଦେଶଭକ୍ତ’। ଯଦି ଜୀବିତ ରହିବି ତେବେ ଫେରି ଆସିବି, ନଚେତ ଜୟ ହିନ୍ଦ ।

ଟାଇଗର-୩ ଏହି ଟିଜରକୁ ଟାଇଗରଙ୍କ ବାର୍ତ୍ତା ଭାବରେ ବର୍ଣ୍ଣନା କରାଯାଉଛି। ସଲମାନ ଖାନ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମରେ ଶେୟାର କରି ଲେଖିଛନ୍ତି, ‘ଜବତକ ଟାଇଗର ମାରା ନେହିଁ,ତବତକ ଟାଇଗର ହାରା ନେହିଁ’।

ଦୀପାବଳି ଅବସରରେ ଟାଇଗର-୩ର ଶୁଭମୁକ୍ତି ହେଉଛି। ଏହା ହିନ୍ଦୀ, ତେଲୁଗୁ ଏବଂ ତାମିଲରେ ଦେଖିବାକୁ ମିଳିବ।

ଏହି ଆକ୍ସନ-ପ୍ୟାକ  ଥ୍ରୀଲର୍‌ରେ ଇମ୍ରାନ ହାଶମୀ ଏବଂ କ୍ୟାଟ୍ରିନା କୈଫ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ଏବଂ ମନୀଷ ଶର୍ମା ଏହାର ନିର୍ଦ୍ଦେଶନା ଦେଇଛନ୍ତି। ୟଶ ରାଜ ଫିଲ୍ମସ ବ୍ୟାନରରେ ଆଦିତ୍ୟ ଚୋପ୍ରାଙ୍କ ଦ୍ୱାରା ନିର୍ମିତ ପୂର୍ବ ପୋଷ୍ଟର ଅନୁଯାୟୀ ଏହି ଚଳଚ୍ଚିତ୍ର ଗୁପ୍ତଚର ବ୍ରହ୍ମାଣ୍ଡର ଅନ୍ୟ ଫିଲ୍ମ ଓ୍ବାର ଏବଂ ପଠାନ ଘଟଣାକୁ ଅନୁସରଣ କରିଛି। ୧୦ ନଭେମ୍ବରରେ ଏହା ରିଲିଜ ହେବାର ଆଶା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ/କାଠମାଣ୍ଡୁ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳର ନୂଆ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ‘ବାଲେନ’ ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶର ପାରସ୍ପରିକ ଲାଭକୁ…

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri