ବିଲରେ ହଳ କରୁଥିବା ସଲମନଙ୍କୁ ଏମିତି କହିଲେ କଂଗ୍ରେସ ନେତା

କରୋନା ପାଇଁ ଫିଲ୍ମ ଶୁଟିଂ ବନ୍ଦ ରହିଥିବା ବେଳେ ବଲିଉଡ ଅଭିନେତା ସଲମାନ ଖାନ ତାଙ୍କ ପାନଭେଲ ଫାର୍ମ ହାଉସରେ ସମୟ ଅତିବାହିତ କରିଆସୁଛନ୍ତି। ଏହି ସମୟରେ, ସେ ପ୍ରଶଂସକଙ୍କ ପାଇଁ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ଶେୟାର କରୁଛନ୍ତି। ବିଲରେ ହଳ କରୁଥିବା ଏକ ଭିଡିଓ ସଲମନ ଶେୟାର କରିଛନ୍ତି, ଯେଉଁଥିରେ କଂଗ୍ରେସ ନେତା ସଞ୍ଜୟ ନିରୁପମ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି।

ସଲମାନ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ସେ ତାଙ୍କ ଫାର୍ମରେ ଟ୍ରାକ୍ଟର ଚଲାଉଥିବା ନଜର ଆସିଛନ୍ତି। କୃଷକଙ୍କ ପରି ସେ ମଧ୍ୟ ହଳ କରିଛନ୍ତି। ଏହି ଭିଡିଓ ଶେୟାର କରି ସଲମାନ ଲେଖିଛନ୍ତି, ‘ଚାଷ’।

କଂଗ୍ରେସ ନେତା ସଞ୍ଜୟ ନିରୁପମ ସଲମାନଙ୍କ ଏହି ଭିଡିଓ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଟୁଇଟରରେ ସଲମାନଙ୍କ ଏହି ଭିଡିଓ ଶେୟାର କରି ସେ ଲେଖଛନ୍ତିି ଯେ, ସଲମନଙ୍କ ଏହି ଭିଡିଓ ଯୁବକମାନଙ୍କୁ ଚାଷ କାର୍ଯ୍ୟ ପାଇଁ ପ୍ରେରଣା ଯୋଗାଇବ।‘ସଲମନ ଖାନ ନିଜ ଖୁସି ପାଇଁ ଏହି ଭିଡିଓ ପ୍ରସ୍ତୁତ କରିଛନ୍ତି, ମାତ୍ର ଏହା ଭାରତର ଯୁବକମାନଙ୍କ ମଧ୍ୟରେ ଚାଷ ପାଇଁ ଏକ ନୂତନ ପ୍ରେରଣା ଯୋଗାଇବ।
ସଲମାନଙ୍କ ପାଇଁ ସଞ୍ଜୟ ନିରୁପମଙ୍କ ଟୁଇଟ୍‌ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡିକୁ ଦୌଡ଼ିଦୌଡ଼ି ପ୍ରାଣ ହରାଇଲେ ଚାଷୀ, ମିଲର-ସମ୍ପାଦକଙ୍କ ନାଁରେ ଅଭିଯୋଗ ଆଣି…

ରାଜନଗର,୨୬ା୨(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଜୁଣଗଡ଼ି ଗାଁରେ ଜଣେ ଚାଷୀ ମଣ୍ଡିକୁ ଦୌଡ଼ିଦୌଡ଼ି ଶେଷରେ ପ୍ରାଣ ହରାଇଛନ୍ତି। ମୃତ ଚାଷୀ ଜଣକ ହେଲେ ତ୍ରିଲୋଚନ…

NCERT ପୁସ୍ତକ ତ୍ରୁଟିକୁ ନେଇ କ୍ରୋଧିତ ହେଲେ ପ୍ରଧାନମନ୍ତ୍ରୀ, ‘ପିଲାମାନଙ୍କୁ କ’ଣ ପଢ଼ାଯାଉଛି,ଧ୍ୟାନ ଦେବା ଉଚିତ’

ନୂଆଦିଲ୍ଲୀ,୨୬।୨: ନୂତନ NCERT ଶ୍ରେଣୀ 8 ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରେ “ନ୍ୟାୟପାଳିକାରେ ଦୁର୍ନୀତି” ଉପରେ ଏକ ଅଧ୍ୟାୟ ଯୋଡା ଯାଇଥିଲା, ଯାହା ବିବାଦ ସୃଷ୍ଟି କରିଛି ।…

‘ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ଗୁଣାତ୍ମକ ଶିକ୍ଷାର ହେବ ବିକାଶ’

ଦାରିଙ୍ଗବାଡ଼ି,୨୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଭ୍ରମରବାଡ଼ି ପଞ୍ଚାୟତ ଅଞ୍ଚଳରେ ରହିଥିବା ପିଏମ୍‌ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ନୂତନ ଭାବେ ସକ୍ଷମ କେନ୍ଦ୍ର ସ୍ଥାପନ…

ଭାରତ-ଇସ୍ରାଏଲ ବନ୍ଧୁତାକୁ ‘ବିଶେଷ’ ମାନ୍ୟତା: ‘ଆତଙ୍କବାଦ ବିରୋଧୀ’ ମାଷ୍ଟରପ୍ଲାନ ପ୍ରସ୍ତୁତ କଲେ ମୋଦି-ନେତାନ୍ୟାହୁ

ଜେରୁଜେଲମ,୨୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ମଧ୍ୟରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। ଏହି ବୈଠକକୁ ଐତିହାସିକ ବୋଲି ବର୍ଣ୍ଣନା…

DGCAର ନୂଆ ନିୟମ, ବୁକିଂର ୪୮ ଘଣ୍ଟା ମଧ୍ୟରେ ଟିକେଟ୍ ବାତିଲ କଲେ….

ନୂଆଦିଲ୍ଲୀ,୨୬।୨: ଲକ୍ଷ ଲକ୍ଷ ବିମାନ ଯାତ୍ରୀଙ୍କୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛି । ଯଦି ୪୮ ଘଣ୍ଟା ମଧ୍ୟରେ ବୁକ୍…

୨୦ରୁ ଊର୍ଦ୍ଧ୍ୱ ଶହୀଦସ୍ତମ୍ଭ ଭାଙ୍ଗିଲେ ଗ୍ରାମବାସୀ

ମାଲକାନଗିରି,୨୬।୨: ମାଲକାନଗିରି ଜିଲା ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି କମିଥିବା ବେଳେ ଶାନ୍ତି ଫେରୁଛି। ଏହି ପରିପ୍ରେକ୍ଷୀରେ ସ୍ୱାଭିମାନ ଅଞ୍ଚଳର ମାଥିଲି, କାଲିମେଳା ଏବଂ ଖଇରପୁଟରେ ଥିବା…

‘ନ୍ୟାୟପାଳିକାକୁ ଅପମାନିତ କରିବାର କୌଣସି ଉଦ୍ଦେଶ୍ୟ ନାହିଁ’, NCERT ପୁସ୍ତକ ବିବାଦକୁ ନେଇ ବଡ଼ ବୟାନ ଦେଲେ ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ,୨୬।୨: NCERT ଶ୍ରେଣୀ ୮ ପାଠ୍ୟପୁସ୍ତକରେ ‘ନ୍ୟାୟପାଳିକାରେ ଦୁର୍ନୀତି’ ଅଧ୍ୟାୟକୁ ନେଇ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘ଯାହା…

୧ ଏପ୍ରିଲରୁ ସାରା ଦେଶରେ ବାଧ୍ୟତାମୂଳକ ହେବ ଏହି ପେଟ୍ରୋଲ, ଜାଣନ୍ତୁ ଆପଣଙ୍କ ଗାଡ଼ି ଉପରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୨୬।୨: କେନ୍ଦ୍ର ସରକାର ଇନ୍ଧନ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ୧ ଏପ୍ରିଲ, ୨୦୨୬ ଠାରୁ, ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୨୦ ପ୍ରତିଶତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri