ଭୟଙ୍କର ରୋଗ ସହ ଲଢୁଛନ୍ତି ସଲମାନ, ହେଲା ବଡ଼ ଖୁଲାସା

ମୁମ୍ବାଇ: ସଲମାନ ଖାନ ବଲିଉଡର ସବୁଠାରୁ ବଡ ସୁପରଷ୍ଟାରମାନଙ୍କ ମଧ୍ୟରୁ ଜଣେ। ସିନେମା ଜଗତକୁ ଅନେକ ହିଟ ଫିଲ୍ମ ଦେଇଛନ୍ତି ଏହି ଅଭିନେତା । ସଲମାନଙ୍କୁ ଏବେ ୫୯ ବର୍ଷ ବୟସ। ବୟସାଧିକ ସତ୍ତ୍ୱେ ଫିଲ୍ମରେ ବହୁତ ସକ୍ରିୟ ଅଛନ୍ତି ସେ। ହେଲେ ଏବେ ସଲମାନଙ୍କୁ ନେଇ ବଡ଼ ଖୁଲାସା ହୋଇଛି। ସେ ଭୟଙ୍କର ରୋଗରେ ପୀଡ଼ିତ ଥିବା ଜଣାପଡ଼ିଛି।

୧୯୮୮ ମସିହାରେ ’ବିବି ହୋ ତୋ ଐସି’ ସହିତ କ୍ୟାରିଅର ଆରମ୍ଭ କରିଥିଲେ ସଲମାନ। ନିକଟରେ ସେ ‘ଦ ଗ୍ରେଟ୍‌ ଇଣ୍ଡିଆନ କପିଲ ଶର୍ମା ଶୋ’ରେ ଅତିଥି ଭାବେ ନଜର ଆସିଥିଲେ। ଏହି ଶୋ’ରେ, ଅଭିନେତା ନିଜ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ବଡ଼ କଥା କହିଛନ୍ତି। ସେ ଟ୍ରାଇଜେମିନାଲ ନ୍ୟୁରାଲଜିଆ, ବ୍ରେନ ଆନ୍ୟୁରିଜମ୍‌ ଏବଂ ଏଭି ମାଲ୍‌ଫର୍ମେସନ ଭଳି ରୋଗରେ ପୀଡ଼ିତ। ଏଥିଯୋଗୁ ଶାରୀରିକ ଭାବରେ କ୍ଲାନ୍ତ ହେବା ଏବଂ ଅତ୍ୟଧିକ ଯନ୍ତ୍ରଣା ସତ୍ତ୍ୱେ ଫିଲ ପାଇଁ କଠିନ ପରିଶ୍ରମ କରୁଛନ୍ତି।

ସଲମାନ କହିଥିଲେ, ‘ମୁଁ ପ୍ରତିଦିନ ହାଡ଼ ଭାଙ୍ଗୁଛି, ପଞ୍ଜରା ଭାଙ୍ଗୁଛି, ଟ୍ରାଇଜେମିନାଲ ନ୍ୟୁରାଲଜିଆ(trigeminal neuralgia)ରେ ପୀଡ଼ିତ ଥିବା ସତ୍ତ୍ୱେ କାମ କରୁଛି, ମସ୍ତିଷ୍କରେ ଆନିଉରିଜମ୍‌(aneurysm) ହୋଇଥିବା ଯୋଗୁ ଏହାର ଚିକିତ୍ସା ଉପରେ କାମ କରୁଛି। AV malformation ଅଛି, ଏହାର ଚିକିତ୍ସା ଚାଲିଛି। ମୋ ଜୀବନରେ ଏସବୁ ଚାଲିଛି ଯଦି ଏହା କମ ବୟସରେ ହୋଇଥାନ୍ତା, ତେବେ ଏହା ଠିକ ହୋଇଥାନ୍ତା, ଆମେ ପୁଣି କାମ କରିଥାନ୍ତୁ। ହେଲେ ଏବେ ହୋଇ ବେଶ ଅସୁବିଧା ଭୋଗିବାକୁ ପଡ଼ୁଥିବା ସେ କହିଛନ୍ତି।

ସଲମାନଙ୍କୁ ଶେଷ ଥର ପାଇଁ ରଶ୍ମିକା ମଣ୍ଡାନାଙ୍କ ସହିତ ସିକନ୍ଦର ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ କାଜଲ ଅଗ୍ରୱାଲ, ଶର୍ମନ ଜୋଶୀ, ସତ୍ୟରାଜ, ଜତିନ ସରନା, ସଞ୍ଜୟ କପୁର, ପ୍ରତୀକ, ସ୍ମିତା ପାଟିଲ ଏବଂ କିଶୋର ମଧ୍ୟ ନଜର ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri