ଶୁଟିଂସେଟ୍‌ରେ ଆହତ ହେଲେ ସଲମାନ, ମୁମ୍ବାଇ ଫେରି…

ମୁମ୍ବାଇ,୨୧ା୯: ସୁପରଷ୍ଟାର ସଲମାନ ଖାନ୍‌ ‘ବ୍ୟାଟଲ୍‌ ଅଫ୍‌ ଗଲଓ୍ବାନ’ ଫିଲ୍ମର ଶୁଟିଂରେ ବ୍ୟସ୍ତ। ସେ ଫିଲ୍ମ ପାଇଁ ଲଦାଖରେ ଶୁଟିଂ କରୁଥିଲେ। ଏହି ସମୟରେ ଭାଇଜାନ ଆହତ ହୋଇଥିଲେ। ତଥାପି ସେ ତାଙ୍କ ସିଡ୍ୟୁଲ ଶେଷ କରି ମୁମ୍ବାଇ ଫେରି ଆସିଛନ୍ତି।

 

View this post on Instagram

 

A post shared by Salman Khan (@beingsalmankhan)

ପିଙ୍କଭିଲା ପ୍ରଡକ୍ସନ ହାଉସ୍‌ର ଏକ ନିକଟତମ ସୂତ୍ରରୁ ଜଣାପଡ଼ିଛି ଯେ, ଲଦାଖ ସିଡ୍ୟୁଲ ଟୋଟାଲ ଟିମ୍‌ର ଧୈର୍ଯ୍ୟ ପରୀକ୍ଷା କରିଥିଲା। ସଲମାନ ଏବଂ ଟିମ୍‌ ଲଦାଖରେ -୧୦ ଡିଗ୍ରୀ ତାପମାତ୍ରାରେ ଶୁଟିଂ କରିଥିଲେ। ଶାରୀରିକ ଆଘାତ ଏବଂ କମ୍‌ ଅକ୍ସିଜେନ ସ୍ତର ସତ୍ତ୍ୱେ ସଲମାନ ଏହି ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ।

ଲଦାରଖରୁ ଫେରିବା ପରେ ସଲମାନ ଏବେ ଫିଲ୍ମର ମୁମ୍ବାଇ ସିଡ୍ୟୁଲ ପାଇଁ ପ୍ରସ୍ତୁତି କରୁଛନ୍ତି। ମୁମ୍ବାଇ ସିଡ୍ୟୁଲ ଆସନ୍ତା ସପ୍ତାହରୁ ଆରମ୍ଭ ହେବ। ଏଥିରେ ହାଇ ଆକ୍ସନ ଏବଂ ଇମୋଶନାଲ ସିନ୍‌ ରହିଛି।ସଲମାନ ଲଦାଖରେ ୧୫ ଦିନ ପାଇଁ ଶୁଟିଂ କରିଥିଲେ।

ଏହି ଟିମ୍‌ ୪୫ ଦିନର ଆକ୍ସନ ଏବଂ ଡ୍ରାମାଟିକ୍‌ ସିନ୍‌ ଶେଷ କରିଛି। ସଲମାନ ଏହି ୧୫ ଦିନ ଭିତରେ ଶୁଟିଂ ସମୟରେ ହୋଇଥିବା ଆଘାତ ଯୋଗୁ ବିଶ୍ରାମ ନେବାକୁ ଚାହିଁଛନ୍ତି। ସେ ଏକ ଛୋଟ ବ୍ରେକ୍‌ ବା ବିରତି ପରେ ପୁଣି ମୁମ୍ବାଇ ସିଡ୍ୟୁଲ ଫିଲ୍ମ ପ୍ରତି ଧ୍ୟାନ ଦେବେ। ଏହି ଫିଲ୍ମଟି ଅପୂର୍ବ ଲାଖିଆଙ୍କ ଦ୍ୱାରା ନିର୍ଦ୍ଦେଶିତ।

ସଲମାନଜୁଲାଇରେ ‘ବ୍ୟାଟଲ୍‌ ଅଫ୍‌ ଗଲ୍‌ଓ୍ବାନ’ ଫିଲ୍ମ ନେଇ ଘୋଷଣା କରିଥିଲେ। ସେ ଏକ ମୋସନ ପୋଷ୍ଟର ଶେୟାର ବି କରିଥିଲେ। ଯଦିଓ ଫିଲ୍ମର ରିଲିଜ୍‌ ତାରିଖ ଘୋଷଣା କରାଯାଇନାହିଁ।

ଏହା ବ୍ୟତୀତ ସଲମାନ ବିଗ ବସ୍‌-୧୯ରେ ମଧ୍ୟ ନଜର ଆସୁଛନ୍ତି। ସେ ବିଗ ବସ୍‌-୧୯ର ହୋଷ୍ଟ ଅଟନ୍ତି। ଗତ ସପ୍ତାହରେ ସେ ଲଦାଖରେ ଶୁଟିଂ କରୁଥିବାରୁ ତାଙ୍କୁ ଦେଖିବାକୁ ମିଳି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri