ଥାନା ଅଧିକାରୀଙ୍କ ଦରମା ବନ୍ଦ: ମହଙ୍ଗା ପଡ଼ିଲା…

ତିର୍ତ୍ତୋଲ,୩।୧(ଗୌରାଙ୍ଗ ସ୍ବାଇଁ):ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଆଦେଶ ଅବମାନନା କାରଣରୁ ତିର୍ତ୍ତୋଲ ଥାନା ଅଧିକାରୀ ପ୍ରଦୀପ କୁମାର ସେଠୀଙ୍କ ଦରମା ବନ୍ଦ କରାଯାଇଛିି। ଜଗତସିଂହପୁର ଜିଲାପାଳ, କିଲିପାଳ ବାଲି ସଇରାତରୁ ବେନିୟମ ବାଲି ଉଠାଣ କାରଣରୁ କିଛି ବାଲି ବୋଝେଇ ହାଇଓ୍ବା ଜବତ କରିଥିଲେ। କେତେକ ଗାଡି ମାଲିକ ସେମାନଙ୍କ ଗାଡି ରିଲିଜ ଲାଗି ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ। ଗାଡି ରିଲିଜ ଲାଗି ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ। ଥାନା ଅଧିକାରୀ ଏହା ପାଳନ କରି ନ ଥିବାରୁ ତାଙ୍କ ଉପରେ ଜିଲା ପ୍ରଶାସନ ତରଫରୁ କାର୍ଯାନୁଷ୍ଠାନ ହେଇଛି।

Dharitri – Odisha’s No.1 Odia Daily