ମେୟର, ଡେପୁଟି ମେୟରଙ୍କ ଦରମା ବଢାଇଲେ ରାଜ୍ୟ ସରକାର, ଜାଣନ୍ତୁ କେତେ…

ଭୁବନେଶ୍ୱର,୧୩।୩(ଅସମାପିକା ସାହୁ): ରାଜ୍ୟର ୫ଟି ମହାନଗର ନିଗମ, ୪୮ଟି ପୌର ପରିଷଦ ଓ ୬୮ଟି ବିଜ୍ଞପିତ ଅଞ୍ଚଳ ପରିଷଦର ମେୟର, ଡେପୁଟି ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲରଙ୍କ ପାରିତୋଷିକ, ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର। ପଞ୍ଚମ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିଶ ତଥା ଓଡ଼ିଶା ମ୍ୟୁନିସିପାଲ କର୍ପୋରେଶନ ନିୟମ- ୨୦୦୪ ଓ ଓଡ଼ିଶା ମ୍ୟୁନିସିପାଲିଟି ନିୟମ-୧୯୫୩ରେ ସଂଶୋଧନ ଆଣି ଏହି ବୃଦ୍ଧି କରାଯାଇଛି।

ମହାନଗର ନିଗମମାନଙ୍କର ମେୟରମାନେ ପୂର୍ବରୁ ପାରିତୋଷିକ ଭାବରେ ୮ ହଜାର ଟଙ୍କା ପାଉଥିବା ବେଳେ ଏହାକୁ ସଂଶୋଧନ କରାଯାଇ ମାସିକ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଡେପୁଟି ମେୟରମାନଙ୍କ ପାରିତୋଷିକ ମାସିକ ୫ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ପୌର ପରିଷଦ ଅଧ୍ୟକ୍ଷଙ୍କ ପାରିତୋଷିକ ମାସିକ ୧,୫୦୦ ରୁ ୧୫ ହଜାର ଟଙ୍କାକୁ, ଉପଧ୍ୟକ୍ଷଙ୍କ ପାରିତୋଷିକ ମାସିକ ୧,୨୦୦ରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଏନ.ଏ.ସି. ଅଧ୍ୟକ୍ଷମାନଙ୍କର ମାସିକ ପାରିତୋଷିକ ୧,୦୦୦ ଟଙ୍କାରୁ ୧୦ ହଜାର ଟଙ୍କାକୁ ଏବଂ ଉପାଧ୍ୟକ୍ଷଙ୍କ ମାସିକ ପାରିତୋଷିକ ୮୦୦ରୁ ୭,୫୦୦ ଟଙ୍କାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ମହାନଗର ନିଗମ କର୍ପୋରେଟରମାନେ ପ୍ରତି ବୈଠକ ପାଇଁ ଭତ୍ତା ବାବଦରେ ୭୦୦ ଟଙ୍କା ପାଉଥିବା ବେଳେ ଏବେ ଏହାକୁ ୨୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ବିଭିନ୍ନ ପୌର ପରିଷଦ ଓ ଏନଏସିର କାଉନସିଲରଙ୍କ ଭତ୍ତା ୧୫୦ରୁ ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏତଦ୍‌ ବ୍ୟତୀତ ମହାନଗର ନିଗମର ଷ୍ଟାଣ୍ଡିଙ୍ଗ୍‌ କମିଟିର ସଦସ୍ୟମାନଙ୍କୁ ବୈଠକ ସମୟରେ ମଧ୍ୟ ଦୈନିକ ୨୦୦ ଟଙ୍କା ଭତ୍ତା ମିଳିବ।

ପୌରାଞ୍ଚଳଗୁଡିକର ନିର୍ବାଚିତ ପ୍ରତିନିଧିମାନଙ୍କ ପାଇଁ ଅନୁକମ୍ପା ସହାୟତା ଲାଗୁ କରାଯିବା ବିଷୟ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୃତ୍ୟୁ କ୍ଷେତ୍ରରେ ଏହି ସହାୟତା ରାଶି ୨ ଲକ୍ଷ ଟଙ୍କା ରଖାଯାଇଥିବା ବେଳେ ସମ୍ପୂର୍ଣ୍ଣ ଓ ଆଂଶିକ ଅକ୍ଷମତା କ୍ଷେତ୍ରରେ ଯଥାକ୍ରମେ ୨ ଲକ୍ଷ ଓ ୧ ଲକ୍ଷ ଟଙ୍କା ରଖାଯାଇଛି। ଏଥିପାଇଁ ରାଜ୍ୟ ସରକାର ୪ କୋଟି ୭୬ ଲକ୍ଷ ୫୨ ହଜାର ଟଙ୍କା ବାର୍ଷିକ ବ୍ୟୟ ବହନ କରିବେ। ଏଥିପାଇଁ ରାଜ୍ୟ ସରକାର ୪ କୋଟି ୭୬ ଲକ୍ଷ ୫୨ ହଜାର ଟଙ୍କା ବାର୍ଷିକ ବ୍ୟୟ ବହନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri