ସଇଁତଳା ପେଡ଼ା: ନାଁ ଅଛି, ମିଳୁନି

କିଛି ବର୍ଷ ତଳେ ରସଗୋଲାକୁ ନେଇ କୋଲକାତା ଏବଂ ଓଡ଼ିଶା ମଧ୍ୟରେ ଦ୍ୱନ୍ଦ୍ୱ ଚାଲିଥିବା ବେଳେ ଶେଷରେ ଓଡ଼ିଶା ରାଜ୍ୟ ରସଗୋଲାର ଜିଆଇ ଟ୍ୟାଗ୍‌ ହାତେଇ ନିଜ ନାମରେ ରସଗୋଲା ପ୍ରସ୍ତୁତିର ଶ୍ରେୟ ନେଇଥିଲା। ବର୍ତ୍ତମାନ ରାଜ୍ୟର କେତେକ ଅଞ୍ଚଳରେ ବିଭିନ୍ନ ପ୍ରକାରର ସ୍ବାଦିଷ୍ଟ ମିଷ୍ଠାନ୍ନ ପ୍ରସ୍ତୁତି ହେଉଛି। ତାହା ଲୋକଲୋଚନକୁ ଆସିପାରୁନାହିଁ। ଏହାର ଉଦାହରଣ ହେଲା ସଇଁତଳାର ପେଡ଼ା। ଅଶୀରୁ ନବେ ଦଶକରେ ସଇଁତଳା କହିଲେ ରାଜ୍ୟର ଲୋକେ ସଇଁତଳା ପେଡ଼ାକୁ ବୁଝୁଥିଲେ। ବସଷ୍ଟାଣ୍ଡଠାରେ ଥିବା ଦୋକାନଗୁଡ଼ିକ ସେହି ସମୟରେ ପେଡ଼ା ବିକ୍ରୟ ପାଇଁ ଜିଲାରେ ପ୍ରସିଦ୍ଧି ଲାଭ କରିଥିଲା। ବସ୍‌ଷ୍ଟାଣ୍ଡରେ ବସ୍‌ ଲାଗିବାପରେ ଯାତ୍ରୀମାନେ ପେଡ଼ା କିଣି ନେଉଥିଲେ। କିନ୍ତୁ ସଇଁତଳା ନିକଟରେ ଗୋଳାବାରୁଦ କାରଖାନା ହେବା ପରଠାରୁ ପେଡ଼ାକୁ ଲୋକେ ଭୁଲିଯାଇ ଗୋଳାବାରୁଦ କାରଖାନାରୁ ପରିଚୟ ଜାଣିବାକୁ ପାଇଲେ। ଅନ୍ୟପକ୍ଷରେ ପେଡ଼ା ତିଆରି ପାଇଁ ଅଧିକ କ୍ଷୀର ଆବଶ୍ୟକ ଥିବାବେଳେ ବିଭିନ୍ନ କାରଣରୁ କ୍ଷୀର ଅଭାବ ରହୁଛି। ଫଳରେ ପୂର୍ବପରି ପେଡ଼ା ତିଆରି ହୋଇପାରୁ ନ ଥିବା ହୋଟେଲ ମାଲିକମାନେ କହିଛନ୍ତି। କେତେକ ଦୋକାନୀ କମ୍‌ ଚିନି ଦେଇ ସୁନ୍ଦର ଭାବେ ପେଡ଼ା ତିଆରି କରୁଥିବା ବେଳେ ଦାମ୍‌ ଟିକେ ଅଧିକ ରହୁଥିବାରୁ ତାହା ଦୁଇତିନି ଦିନ ପର୍ଯ୍ୟନ୍ତ ବିକ୍ରୟ ହୋଇପାରୁ ନ ଥିବା କହିଛନ୍ତି। ରାଜ୍ୟ ସରକାର ସଇଁତଳା ପେଡ଼ାକୁ ଜିଆଇ ଟ୍ୟାଗ୍‌ର ମାନ୍ୟତା ପ୍ରଦାନ ଦିଗରେ ପଦକ୍ଷେପ ନେଲେ ଏହା ରାଜ୍ୟ ବାହାରେ ପ୍ରସିଦ୍ଧି ଲାଭ କରିପାରିବ ବୋଲି ହୋଟେଲ ମାଲିକମାନେ କହିଛନ୍ତି।
-ରିପୋର୍ଟ: ରାଖାଲ ପ୍ରସାଦ ଶତପଥୀ, ସଇଁତଳା


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri